ନୂଆଦିଲ୍ଲୀ : ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶମାନଙ୍କ ମଧ୍ୟରେ ସବୁବେଳେ ଆଗରେ ଆସିଥାଏ ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ । ଏବେ ପାକିସ୍ତାନକୁ ଦେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଆମେରିକାର ଗୁଇନ୍ଦା ସଂସ୍ଥା ମୁଖ୍ୟ ତୁଳସୀ ଗାବାର୍ଡ । ଆମେରିକାକୁ ଟାର୍ଗେଟ କରିପାରୁଥିବା ଦୂରଗାମୀ କ୍ଷେପଣାସ୍ତ୍ରକୁ ବିକଶିତ କରୁଛି ପାକିସ୍ତାନ । ଯାହାକି ବିଶ୍ବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେ ଏଭଳି ଏକ ବୟାନ ଦେଇଛନ୍ତି ଯେଉଁ ସମୟରେ ଆମେରିକା ଏବଂ ଇସ୍ରାଏଲ ମିଶିତ ଭାବରେ ଇରାନ ସହ ଯୁଦ୍ଧ ଲଢ଼ୁଛନ୍ତି । କିନ୍ତୁ ପାକିସ୍ତାନକୁ ଆମେରିକା ନିଜର ବନ୍ଧୁଭାବେ ବାରମ୍ବାର କହିଆସୁଥିବାବେଳେ ତୁଳସୀଙ୍କ ଏଭଳି ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେ ସ୍ପଷ୍ଠ ଭାବେ କହିଛନ୍ତି କି, ଚାଇନା ଏବଂ ପାକିସ୍ତାନ ଆମେରିକା ପାଇଁ ବଡ଼ ପରମାଣୁ ବିପଦ ସୃଷ୍ଟି କରିପାରିବେ । ସେ ସମଗ୍ର ବିଶ୍ବକୁ ନେଇ ନିଜର ପ୍ରତିକ୍ରିୟା ଦେଇଥିବାବେଳେ ଚୀନ ଏବଂ ପାକିସ୍ତାନର କ୍ଷେପଣାସ୍ତ୍ର ବିକାଶ ଏବଂ ପରମାଣୁ ଆକ୍ରମଣ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପାକିସ୍ତାନ ପାଖରେ ଥିବା ମିସାଇଲ ସମ୍ପର୍କରେ କହିଥିଲେ ।

ପାକିସ୍ତାନ ପାଖରେ ଅଛି କେଉଁ କ୍ଷେପଣାସ୍ତ୍ର ?

ପାକିସ୍ତାନରେ ଥିବା କ୍ଷେପଣାସ୍ତ୍ରକୁ ତିନି ବର୍ଗରେ ଭାଗ କରାଯାଇଛି । ଅଳ୍ପ ଦୂର ପାଇଁ ବାଲାଷ୍ଟିକ୍ ମିସାଇଲ୍, ମଧ୍ୟମ ଦୂରତା ପାଇଁ ମଧ୍ୟ ବାଲାଷ୍ଟିକ୍ ମିସାଇଲ୍ । ଏହାସହ ସମୁଦ୍ର ଏବଂ ସ୍ଥଳଭାଗ ପାଇଁ କ୍ରୁଜ୍ ବାଲାଷ୍ଟିକ୍ ମିସାଇଲ୍ ରହିଛି । ଏହାସହ ଆହୁରି ଅନେକ ଗୁଡ଼ିଏ କ୍ଷେପଣାସ୍ତ୍ର ମଧ୍ୟ ପାକିସ୍ତାନ ପାଖରେ ରହିଥିବା କୁହାଯାଇଛି । ଯୁଦ୍ଧକ୍ଷେତ୍ରରେ ସୀମିତ ଲକ୍ଷ୍ୟ ସମୟରେ ଏଗୁଡ଼ିକ ବ୍ୟବହାର କରାଯାଏ ।

ଗଜନବି : ଏହାକୁ କମ୍ ଦୂର ପାଇଁ ବାଲାଷ୍ଟିକ୍ ମିସାଇଲ୍ ଭାବେ ବ୍ୟବହାର କରାଯାଏ । ୨୯୦ କିଲୋମିଟର ମଧ୍ୟରେ ଏହାର କ୍ଷମତା ରହିଥାଏ । ଏହାର ଲକ୍ଷ୍ୟ ଏବଂ କ୍ଷମତା ପାଇଁ ମଧ୍ୟ ଏହା ବେଶ ଜଣାଶୁଣା ।

ସାହିନ୍ ସିରିଜ୍ : ସାହିନ୍ ହେଉଛି ପାକିସ୍ତାନର ବାଲାଷ୍ଟିକ୍ କ୍ଷମତାର ମୁଖ୍ୟ ଆଧାର । ଏହା ମଧ୍ୟ ତିନି ଭାଗରେ ବିଭକ୍ତ ହୋଇଛି । ସାହିନ୍-୧ ଏହାର କ୍ଷମତା ରହିଛି ୭୫୦-୯୦୦ । ଏଏହି କିଲୋମିଟର ମଧ୍ୟରେ ଲକ୍ଷ୍ୟଭେଦ କରିପାରେ । ଏହାସହ ସାହିନ-୨ର କ୍ଷମତା ରହିଛି ୧୫୦୦-୨୦୦୦ କିଲୋମିଟର । ଏହାକୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଭାବେ ଏହାକୁ ବିବେଚନା କରାଯାଏ । ଏହାସହ ସାହିନ-୩ ହେଉଛି ଦୂରଗାମୀ କ୍ଷେପଣାସ୍ତ୍ର । ଏହାର ପରିସର ରହିଛି ୨୭୫୦ କିଲୋମିଟର । ଯୁଦ୍ଧ ସମୟରେ ପାକିସ୍ତାନ ଏସବୁ କ୍ଷେପଣାସ୍ତ୍ରକୁ ବ୍ୟବହାର ପାଇଁ ରଖିଛି ।

ଅବ୍ଦାଲି : ଏହାକୁ କ୍ଷୁଦ୍ର ଦୂରଗାମୀ କ୍ଷେପଣାସ୍ତ୍ର ଭାବେ ବ୍ୟବହାର କରାଯାଏ । ଯାହାର କ୍ଷମତା ପରିସର ରହିଛି ୧୮୦-୨୦୦ କିଲୋମିଟର ।

ନସର୍ଏହା ସବୁଠାରୁ ବିବାଦୀୟ ନାମ ମଧ୍ୟରୁ ଗୋଟିଏ । ଏହାକୁ ପ୍ରାୟତଃ ଏକ କୌଶଳଗତ ପରମାଣୁ ଭୂମିକା ସହିତ ଜଡିତ କରାଯାଏ। ଏହାର ପରିସର ୬୦ ରୁ ୭୦ କିଲୋମିଟର, କିନ୍ତୁ ଏହା ଏହାର ସଠିକତା ପାଇଁ ଜଣାଶୁଣା।

କ୍ରୁଜ୍ କ୍ଷେପଣାସ୍ତ୍ର : କ୍ରୁଜ୍ କ୍ଷେପଣାସ୍ତ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଠାରୁ ଭିନ୍ନ କାରଣ ଏହା ତୁଳନାତ୍ମକ ଭାବରେ କମ୍ ଉଚ୍ଚତାରେ ଉଡ଼ିପାରେ ଏବଂ ଗତିପଥ ପରିବର୍ତ୍ତନ କରିପାରିବ।

ବାବରସିରିଜ୍:ବାବରକୁ ସ୍ଥଳଭିତ୍ତିକ କ୍ରୁଜ୍ ମିସାଇଲର ଏକ ପରିବାର ଭାବରେ ବିବେଚନା କରାଯାଏ। ଏହାର ବିଭିନ୍ନ ପ୍ରକାରର ଲକ୍ଷ୍ୟଭେଦ ୪୫୦ରୁ ୭୦୦ କିଲୋମିଟର ମଧ୍ୟରେ ରହିଛି ।

ରାଅଦ ସିରିଜ୍ : ଏହାକୁ ଏୟାର ଲଞ୍ଚ କ୍ରୁଜ୍ କ୍ଷେପଣାସ୍ତ୍ର ଭାବେ ବ୍ୟବହାର କରାଯାଏ । ଏହାର କ୍ଷମତା ରହିଛି ୩୫୦ର ୬୦୦ । ତେବେ ଏହାର ମଧ୍ୟ ଅନେକଗୁଡ଼ିଏ ବର୍ଗ ରହିଛି ।

ବୁଡାଜାହାକୁ ନିକ୍ଷେକ ପାଇଁ ମିସାଇଲ୍ : ବୁଡ଼ାଜାହାଜକୁ ନିକ୍ଷେକ ପାଇଁ ବାବର-୩ର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥାଏ । ଏହାର ପରିସର ରହିଛି ୪୫୦ କିଲୋମିଟର ।

ପାକିସ୍ତାନରପାଇପଲାଇନରେଅଛି?

ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ସବୁବେଳେ ନୂତନ ବିକାଶ ଦେଖାଯାଏ ନାହିଁ। ପ୍ରାୟତଃ, ପୁରୁଣା ପ୍ଲାଟଫର୍ମଗୁଡ଼ିକୁ ଅପଗ୍ରେଡ୍ କରାଯାଏ। ତଥାପି, ଯେଉଁ ପ୍ରସଙ୍ଗଗୁଡ଼ିକ ଆଲୋଚନା ହେଉଛି ସେଥିରେ ପାକିସ୍ତାନର ବର୍ତ୍ତମାନର ସିରିଜର ପରିସର ଏବଂ ସଠିକତା ବୃଦ୍ଧି କରିବା କାର୍ଯ୍ୟ ଅନ୍ତର୍ଭୁକ୍ତ। କ୍ରୁଜ୍ କ୍ଷେପଣାସ୍ତ୍ରର ନୂତନ ପ୍ରକାର ମଧ୍ୟ ଉଭା ହୋଇପାରେ। ପାକିସ୍ତାନ ଏହାର ସମୁଦ୍ର-ଭିତ୍ତିକ କ୍ଷମତାକୁ ମଧ୍ୟ ସୁଦୃଢ଼ କରୁଛି। ଏହାର ଅର୍ଥ ହେଉଛି ଯେ ପାକିସ୍ତାନ ନିରନ୍ତର ପରୀକ୍ଷଣ, ଅପଗ୍ରେଡ୍ ଏବଂ ପ୍ଲାଟଫର୍ମ ସମନ୍ୱୟ ଉପରେ କାର୍ଯ୍ୟ କରୁଛି।

କାହିଁକି ପାକିସ୍ତାନର କ୍ଷେପଣାସ୍ତ୍ରକୁ ନେଇ ଏତେ ଚର୍ଚ୍ଚା ?

ସାଧାରଣତଃ ଆମେରିକାର ଗୁଇନ୍ଦା ସଂସ୍ଥା ଯେତେ କିଚି ଦାବି କରିଥାଏ ଏହାକୁ ନେଇ ଆଲୋଚନା ଅଧିକ ହୋଇଥାଏ । ସେ ପାକିସ୍ତାନର କ୍ଷେପଣାସ୍ତ୍ର ସମ୍ପର୍କରେ ବିଶେଷଭାବେ ଆଲୋଚନା କରିଥିବାବେଳେ ଏହା ଗଣମାଧ୍ୟମରେ ହେଡଲାଇନ୍ ହୋଇଛି । ପାକିସ୍ତାନ ପାଖରେ ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ଉଭୟ କ୍ଷମତା ରହିଛି ବୋଲି ରିପୋର୍ଟ କରାଯାଇଛି। ଯଦିଓ ଅନ୍ୟ ଦେଶମାନଙ୍କ କ୍ଷେପଣାସ୍ତ୍ର କ୍ଷମତା ସମ୍ପର୍କରେ ପ୍ରକାଶ କରାଯାଇଛି ତଥାପି ପାକିସ୍ତାନକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।

ଏହାସହ ପଢ଼ନ୍ତୁ : ୭୦ ବର୍ଷୀୟ ଓକିଲଙ୍କୁ ବାହାହେବାର ଲୋଭ ଦେଖାଇ ଚୂନ ଲଗାଇଲେ ସାଇବର ଠକ