ହାଇଦ୍ରାବାଦ : ପ୍ରଥମେ ପ୍ରେମ, ପରେ ବାହାଘର । ଆଉ ବିଦେଶରେ ରହିବାର ଦେଖାଇଲେ ସ୍ବପ୍ନ । ଫସିଗଲେ ୭୦ ବର୍ଷୀୟ ଆଇନଜୀବୀ । କ୍ରିପଟୋକରେନ୍ସରେ ଲଗାଇବା ବାହାନାରେ ପାଖାପାଖି ୫୮ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ । ଅହମ୍ମଦାବାଦରୁ ଏଭଳି ଏକ ଅଭିଯୋଗ ଆସିଛି । ସାଇବର ଠକଙ୍କ ଶିକାର ହୋଇଛନ୍ତି ୭୦ ବର୍ଷୀୟ ଓକିଲ । ନିଜର ଟଙ୍କା ଫେରିପାଇବା ପାଇଁ ଆଇନର ଆଶ୍ରୟ ନେଇଥିବାବେଳେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୁଲିସର ଖବର ଅନୁଯାୟୀ, ଜଣେ ଯୁବତୀ ଶିକ୍ଷିତ ଏବଂ ଧନୀଘରର କହି ବୃଦ୍ଧ ଆଇନଜୀବୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ । ନଭେମ୍ବର ୨୦୨୫ ମସିହାରୁ ଫେସବୁକରୁ ଆରମ୍ଭ ହୋଇଥିଲା ସମ୍ପର୍କ । ଆଉ ଏହି ଯୁବତୀଙ୍କ ଫେସବୁକ ସମ୍ପର୍କରୁ ଆରମ୍ଭ ହେଲା ବନ୍ଧୁତା । ଆଉ ପରେ ବୃଦ୍ଧ ଜଣକ ପ୍ରେମରେ ପଡ଼ିଯାଇଥିଲେ । ଯୁବତୀ ମଧ୍ୟ ମିଠା ମିଠା କଥା କହି ତାଙ୍କଠାରୁ ଲୁଟିବାରେ ଲାଗି ପଡ଼ିଥିଲେ । ହ୍ବାଟ୍ଆପରେ ନିୟମିତ ଭିଡିଓ କଲ ଏବଂ ଖରାପ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ଯେଉଁଥିରେ ପାଗଳ ହୋଇଥିଲେ ଆଇନଜୀବୀ ଜଣକ ।

ବୃଦ୍ଧ ଜଣକ ଏପରି ପ୍ରେମରେ ପଡ଼ିଥିଲେ ଯେ, ଯୁବତୀ ଜଣକ ତାଙ୍କୁ ବିବାହ କରିବେ ଏବଂ ଇଟାଲୀରେ ସାଥୀ ହୋଇ ବାକି ଜୀବନ କାଟିବାର ସ୍ବପ୍ନ ଦେଖାଇଥିଲେ । ପରେ ସେ ତାଙ୍କ ମାମୁଁଙ୍କ ଭଳି କ୍ରିପ୍ଟୋକରେନ୍ସିରେ ଟଙ୍କା ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରଥମେ ସେ ୫୦ ହଜାର ଟଙ୍କା ଲଗାଇଥିଲେ । ଯେଉଁଥିରେ ତାଙ୍କୁ ୫ ହଜାର ଟଙ୍କା ଲାଭ ମିଳିଥିଲା । ପରେ ଏହି ଲୋଭରେ ପଡ଼ି ୫୭ ଲକ୍ଷ ୯୦ ହଜାରରୁ ଅଧିକ ଟଙ୍କାର ଚୂନ ଲଗାଇଥିଲେ । ପ୍ରଥମେ ୨ ଲକ୍ଷ ପର୍ଯ୍ୟନ୍ତ ସୁରକ୍ଷିତଭାବେ ଟଙ୍କା ପାଇଥିଲେ । ଅଧିକ ଲୋଭରେ ପଡ଼ି ୬୦ ଲକ୍ଷ ପର୍ଯ୍ୟନ୍ତ ଲଗାଇଥିଲେ । ଆଉ ଏବେ ସାଇବର ଠକଙ୍କ ଶିକାର ହୋଇଛନ୍ତି । ଯୁବତୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କ ନମ୍ବର ଲାଗୁନଥିବା ସେ ଅଭିଯୋଗରେ ଜଣାଇଛନ୍ତି ।

ଏହାସହ ପଢ଼ନ୍ତୁ : ସ୍ବାଧ୍ବୀରୁ ସିଧା ଗ୍ଲାମର, ନୂଆ ଲୁକରେ ନଜର ଆସି ଭିଡିଓ ପୋଷ୍ଟ କଲେ ମମତା କୁଲକର୍ଣ୍ଣୀ