ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଭାସିଲା ପାକିସ୍ତାନ; ୨୪ ଘଣ୍ଟାରେ ୬୩ ମୃତ, ୧୫୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

Published By : Ankita S | July 18, 2025 11:24 AM

ଇସଲାମାବାଦ,୧୮/୦୭: ଭୀଷଣ ବର୍ଷା ଆଣିଲା ବନ୍ୟା । ଯେଉଁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ରାସ୍ତାରେ ଅଣ୍ଟାଏ ପାଣି । ଉବୁଟୁବୁ ହୋଇଛି ପାକିସ୍ତାନ । ଘର ଭୁଶୁଡିଛି, ଗାଡି ମୋଟର ବୁଡିଛି । ପାକିସ୍ତାନରେ ବନ୍ୟା ସ୍ଥିତିରେ ଜନଜୀବନ ହନ୍ତସନ୍ତ ହୋଇଛନ୍ତି । ଚଳିତବର୍ଷ ପାକିସ୍ତାନରେ ମୌସୁମୀଜନିତ ମୃତ୍ୟୁସଂଖ୍ୟା ୧୫୯ରେ ପହଞ୍ଚିଛି । ପାକ୍ ପଞ୍ଜାବ ପ୍ରାନ୍ତରେ ଦିନରେ ୬୩ ଜଣଙ୍କର ମୃତ୍ୟୁ ହୋଇଛି । ୩୦୦ରୁ ଅଧିକ ଆହତ ହୋଇଛନ୍ତି । ରାୱଲପିଣ୍ଡରେ ପ୍ରବଳ ବର୍ଷା କାରଣରୁ ଆସିଥିବା ବନ୍ୟାରେ ଲଡିୟନ ଗାଁରେ ଘର ମାଟିରେ ମିଶିଛି ।

ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (PDMA)ଅନୁଯାୟୀ,ଜୁନ୍‌ ପରଠୁ ମୌସୁମୀଜନିତ ବର୍ଷାରେ କେବଳ ପଞ୍ଜାବରେ ୧୦୩ ଜଣଙ୍କର ମୃତ୍ୟୁ ହୋଇଛି । ୩୯୩ ଜଣ ଆହତ ହୋଇଛନ୍ତି । ୧୨୦ ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଏବଂ ୬ ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁସାରେ ଜୁନ୍ ୨୫ରୁ ଦେଶବ୍ୟାପୀ ଅତି କମ୍‌ରେ ୧୫୯ ଜଣଙ୍କର ମୃତ୍ୟୁ ହୋଇଛି । ୧,୦୦୦ ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି।

ପାକିସ୍ତାନ ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ସହର ମଙ୍ଗଳାରେ ଝେଲମ୍ ନଦୀ ପାଇଁ ବନ୍ୟା ସତର୍କତା ଜାରି କରାଯାଇଛି । ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସଂଲଗ୍ନ ନଦୀଗୁଡ଼ିକ ମଧ୍ୟ ପ୍ରବାହିତ ହୋଇପାରେ, ଯାହା ବିପଦ ଆଣିପାରେ । ମୌସୁମୀ ବର୍ଷା ଯୋଗଁ ଫସଲ କ୍ଷୟକ୍ଷତି ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.