ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

Pakistan: ଭାରତ ସମ୍ନାରେ ଫୁଣି ଥରେ ମୁଣ୍ଡ ନୁଆଁଇଲା ପାକିସ୍ତାନ; ସଂସଦରେ କାଶ୍ମୀରବାସୀଙ୍କ ସମର୍ଥନରେ ପାରିତ କଲା ପ୍ରସ୍ତାବ

Published By : Bijay Swain | February 18, 2025 10:39 PM

image courtesy: tv9

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦର ମଞ୍ଜି ବୁଣିଥିବା ପାକିସ୍ତାନ ଫୁଣି ଥରେ ଭାରତ ସମ୍ନାରେ ମୁଣ୍ଡ ନୁଆଁଇଛି। ଖବର ମୁତାବକ, ମଙ୍ଗଳବାର ପାକିସ୍ତାନ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଛି। ଯେଉଁଥିରେ କାଶ୍ମୀରବାସୀଙ୍କୁ ତାଙ୍କ ଭବିଷ୍ୟତ ନିର୍ଣ୍ଣୟ କରିବାକୁ ଏକ ନିଷ୍ପକ୍ଷ ଜନମତ ସଂଗ୍ରହ କରିବାକୁ ଅନୁରୋଧ କରାଯାଇଛି। ଏହି ପ୍ରସ୍ତାବରେ ଆମେରିକା ସୁରକ୍ଷା ପରିଷଦର ପ୍ରସ୍ତାବ ଅନୁଯାୟୀ କାଶ୍ମୀରବାସୀଙ୍କ ଲୋକତାନ୍ତ୍ରୀକ ହକର ପ୍ରୟୋଗ କରିବାକୁ ଅନୁମତି ଦେବାପାଇଁ ଭାରତକୁ ଦାବି କରାଯାଇଛି। 

କାଶ୍ମୀର ପ୍ରସଙ୍ଗରେ ମନ୍ତ୍ରୀ ଅମିର ମହମ୍ମଦ କାଶ୍ମୀରବାସୀଙ୍କୁ ପାକିସ୍ତାନର ରାଜନୈତିକ ଓ କୁଟନୈତିକ ସମର୍ଥନ ଦେବାକୁ କହିଥିଲେ ବୋଲି ରେଡିଓ ପାକିସ୍ତାନ ଖବର ପ୍ରସାରଣ କରିଛି। ତେବେ ମଙ୍ଗଳବାର ପାକିସ୍ତାନ ସଂସଦରେ ପାରିତ ହୋଇଥିବା ଏହି ପ୍ରସ୍ତାବ ପଛର କାରଣ ଏଯାଏ ସ୍ପଷ୍ଟ ହୋଇପାରିନାହିଁ। 

ଭାରତ ବାରମ୍ୱାର ପାକିସ୍ତାନକୁ ଜମ୍ମୁ ଓ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା ଓ ଆଗକୁ ମଧ୍ୟ ରହିବ ବୋଲି କହି ଆସିଛି। ୨୦୧୯ ମସିହା ଅଗଷ୍ଟ ମାସ ୫ ତାରିଖ ଦିନ ଭାରତ ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟାଇ ଏହାକୁ ଦେଶର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ। ପାକିସ୍ତାନ ଭାରତର ଏହି ପ୍ରସ୍ତାବକୁ କଡା ନିନ୍ଦା କରିବା ସହ ଏହାର ଘୋର ବିରୋଧ କରିଥିଲା। ତେବେ ପାକିସ୍ତାନି ସଂସଦରେ ପାରିତ ହୋଇଥିବା ପ୍ରସ୍ତାବରେ ପାକିସ୍ତାନ ଅଧିକୃତ କାଶ୍ମୀର ଓ ଗିଲଗିଟ ବାଲତିସ୍ତାନକୁ ନେଇ ଭାରତୀୟ ନାଗରିକ ଓ ସୈନ୍ୟ ନେତୃତ୍ତ୍ୱ ଦ୍ୱାରା ଦିଆଯାଉଥିବା ବୟାନ ଉପରେ ଆଲୋଚନା କରିଥିଲା। 

ଜମ୍ମୁ ଓ କାଶ୍ମୀରର ବିବାଦ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ପ୍ରସ୍ତାବ ଓ କାଶ୍ନୀର ଜନତାଙ୍କ ଆକାଙ୍କ୍ଷ୍ୟା ଅନୁସାରେ ଠିକ କରାଯିବା ଉଚିତ୍। ଯାହା ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତା ଆଣିବ ବୋଲି ଏହି ପ୍ରସ୍ତାବରେ କୁହାଯାଇଛି। କାଶ୍ମୀର ମାମଲାରେ ଜଡିତ ଥିବା ମନ୍ତ୍ରୀ ଆମେରିକାକୁ ଏହି ବିବାଦକୁ ବନ୍ଦ କରିବାକୁ କିଛି ନିଷ୍ପତି ନେବାର ଆବଶ୍ୟକତା ରହିଛି ବୋଲି ଅନୁରୋଧ କରିଛନ୍ତି। ଏହା ସହ ପାକିସ୍ତାନର ନାଗରିକମାନେ କାଶ୍ମୀରି ଭାଇ-ଭଉଣୀ ମାନଙ୍କ ସହ ଠିଆ ହୋଇଛନ୍ତି ବୋଲି ସେ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.