ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...

Published By : Ankita S | May 25, 2025 8:22 AM

ନୂଆଦିଲ୍ଲୀ,୨୫/୦୫: ପହଲଗାମ ପ୍ରତିଶୋଧ ନେଇ ଅପରେସନ୍ ସିନ୍ଦୂରରେ ଭାରତର ପ୍ରଚଣ୍ଡ ପ୍ରହାର ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଛି । ଭାରତର ଆକ୍ରମଣରେ ଆତଙ୍କୀସ୍ଥାନର ନିଦ ଉଡ଼ିଯାଇଛି । ପ୍ରତି ମୁହୂର୍ତ୍ତରେ ଡ଼ରି ଡ଼ରି ବଞ୍ଚୁଛି । ଭାରତର ଭୟ ଘାରିଛି । ତେଣୁ ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ କରୁଛି ପାକିସ୍ତାନ । ଏବେ ପାକିସ୍ତାନ ପାଖରେ କେବଳ ୧ ଟ୍ରିଲିୟନ ବିକାଶ ବଜେଟ୍ ରହିଛି ।

ଅପରେସନ୍‌ ସିନ୍ଦୂର ଜରିଆରେ ପାକିସ୍ତାନ ଆଣ୍ଠେଇଛି । ଭାରତର ଭୟରେ ଥରୁଥିବା ପାକିସ୍ତାନ ଆଗାମୀ ଆର୍ଥିକ ବର୍ଷ ୨୦୨୫-୨୬ରେ ତାର ପ୍ରତିରକ୍ଷା ବଜେଟ୍ ବଢାଇବାକୁ ଯୋଜନା କରୁଛି । ଏ ନେଇ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସାଧାରଣ ଜନତାଙ୍କ ଉପରେ ବୋଝ କମ୍‌ କରିବାକୁ ପ୍ରଚେଷ୍ଟା ଚାଲିଛି । ହେଲେ ପାକିସ୍ତାନର ରକ୍ଷା ପାଇଁ ପ୍ରତିରକ୍ଷା ବଜେଟ୍‌ ଖର୍ଚ୍ଚା ବଢାଇବା ଅନିର୍ବାଯ୍ୟ ହୋଇଛି । ଏ ନେଇ ପାକ୍‌ ଅର୍ଥ ମନ୍ତ୍ରଣାଳୟ ଆଇଏମ୍‌ଏଫ୍‌ ସହ ଆଲୋଚନା କରୁଛି ।

ପାକ୍‌ ମନ୍ତ୍ରୀ ଇକବାଲ୍‌ କହିଛନ୍ତି, ଏହା ଆମ ରାଷ୍ଚ୍ରୀୟ କର୍ତ୍ତବ୍ୟ କି ଆମେ ଆମର ସଶସ୍ତ୍ର ବଳକୁ ସେ ସବୁ କିଛି ଉପଲବ୍ଧ କରିବୁ ଯାହା ଆବଶ୍ୟକତା । ସଶସ୍ତ୍ର ବଳ ଭବିଷ୍ୟତରେ ଦେଶର ରକ୍ଷା କରିପାରିବେ । ଏହା ପ୍ରମାଣିତ ହୋଇ ସାରିଛି କି ଆମ ପଡ଼ୋଶୀ (ଭାରତ) ଆମ ପାଇଁ ବହୁତ ଭୟଙ୍କର । ଯିଏ ରାତିର ଅନ୍ଧାରରେ ଆମ ଉପରେ ଆକ୍ରମଣ କରିଥିଲା ।'

ଅଧିକ ପଢ଼ନ୍ତୁ...'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ

ବିକାଶ ବଜେଟ୍ ହ୍ରାସ-ପାକ୍‌ ମନ୍ତ୍ରୀ ଇକବାଲ୍‌ ଏହା ସ୍ପଷ୍ଟ କରିଛନ୍ତି କି, ଏହି ସମସ୍ତ ଯୋଜନାକୁ ସଫଳ କରିବାକୁ ପାକିସ୍ତାନ ପାଖରେ କେବଳ ୧ ଟ୍ରିଲିୟନ୍‌ ଟଙ୍କାର ବିକାଶ ବଜେଟ୍‌ ରହିଛି । ଯୋଜନା କାର୍ଯ୍ୟକାରୀ ନେଇ ୩ ଟ୍ରିଲିୟନ ଟଙ୍କା ଦାବି ହୋଇଥିଲା । ଖୁବଶୀଘ୍ର ଯୋଜନା ପୂରଣ କରିବାକୁ ଚେଷ୍ଟା କରିବୁ । ପାକିସ୍ତାନ ସଂଘୀୟ ବଜେଟ୍‌ ଜୁନ୍‌ ୨ରେ ଉପସ୍ଥାପନ ହେବ । ମାତ୍ର ଅର୍ଥମନ୍ତ୍ରୀ ପରାମର୍ଶଦାତା ଖୁରର୍ମ ଶହବାଜ କହିଛନ୍ତି ଜୁନ୍‌ ୧୦ରେ ବଜେଟ୍ ଉପସ୍ଥାପନ ହେବ । ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ ହେବ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.