ନୂଆଦିଲ୍ଲୀ: ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନର ସମ୍ପର୍କ ସମସ୍ତଙ୍କୁ ବେଶ ଭଲଭାବେ ଜଣା । ଉଭୟ ଦେଶ ମଧ୍ୟ ଦୀର୍ଘବର୍ଷ ହେବ ଦ୍ବିପାକ୍ଷିକ ସିରିଜ ଖେଳାଯାଇନାହିଁ । ଉଭୟ ଦେଶ ମଧ୍ୟରେ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ଏସୀଆ କପରେ ଭେଟୁଛନ୍ତି । ଦୁଇ ଦେଶର ମ୍ୟାଚ ଦେଖିବା ପାଇଁ ବିଶ୍ବ ସବୁବେଳେ ଚାହିଁ ରହିଥାଏ । ତେବେ ପାକିସ୍ତାନୀ କ୍ରିକେଟର ଭାରତରେ ଖେଳିପାରିବେ । ଏନେଇ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି ।
🚨 INDIAN GOVERNMENT ON ALLOWING PAKISTANI PLAYERS.🚨
— Mufaddal Vohra (@mufaddal_vohra) May 6, 2026
“Pakistanis will be able to participate in multilateral events hosted by India. In so far as bilateral sports events in each other’s country, Indian teams won’t participate in Pakistan. Nor will we permit Pakistani teams to…
ଭାରତ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାକିସ୍ତାନୀ ଖେଳାଳିଙ୍କୁ ଭାରତରେ ଖେଳିବା ନେଇ ଅନୁମତି ଦେଇଛନ୍ତି । ଭାରତ ସରକାରଙ୍କ ଅନୁଯାୟୀ ଅନେକ ଦେଶ ସହ ଜଡ଼ିତ ଟୁର୍ଣ୍ଣାମେଣ୍ଟ ସମୟରେ ଭାରତ ଯାତ୍ରା କରିପାରିବେ । ସରକାର କହିଛନ୍ତି କି, ଭାରତରେ ଆୟୋଜିତ ଅଂଶ ଗ୍ରହଣ କରିପାରିବ ପାକିସ୍ତାନ ଟିମ୍ । ତେବେ ଭାରତୀୟ ଟିମ କିନ୍ତୁ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଯାତ୍ରା କରିବ ନାହିଁ ।
ଏହାସହ ପାକିସ୍ତାନ ସହ ଭାରତର କୌଣସି ଦ୍ବିପାକ୍ଷିକ ସିରିଜ ମଧ୍ୟ ଏବେ ଖେଳାଯିବାର ଯୋଜନା ନାହିଁ । ଏସୀଆ କପ ଏବଂ ବିଶ୍ବକପ ଭଳି ଟୁର୍ଣ୍ଣାମେଣ୍ଟ ଭାରତରେ ଖେଳାଗଲେ ଏଥିରେ ପାକିସ୍ତାନୀ ଖେଳାଳି ଭାରତରେ ଖେଳିପାରିବେ । ଏନେଇ ଅନୁମତି ପ୍ରଦାନ କରାଯାଇଥିବା କୁହାଯାଇଛି । ସେପଟେ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ଏନେଇ ମିଳିନାହିଁ ।
କହି ରଖୁଛୁ କି, ଭାରତ ଏବଂ ପାକିସ୍ତାନ ସମ୍ପ୍ରତି ଦୁଇଟି ICC ଟୁର୍ଣ୍ଣାମେଣ୍ଟ ପାଇଁ ପରସ୍ପର ଦେଶ ଯାତ୍ରା କରି ନାହାଁନ୍ତି । ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲା, କିନ୍ତୁ ଭାରତୀୟ ଦଳ UAEରେ ଏହାର ମ୍ୟାଚ୍ ଖେଳିଥିଲା । ଭାରତ ଆୟୋଜନ କରିଥିବା 2026 T20 ବିଶ୍ୱକପ୍ ପାଇଁ ପାକିସ୍ତାନ ଭାରତ ଯାତ୍ରା କରିନଥିଲା । ପାକିସ୍ତାନ ତାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା । ଭାରତୀୟ ଦଳକୁ ପାକିସ୍ତାନ ବିପକ୍ଷରେ ଖେଳିବା ପାଇଁ ଶ୍ରୀଲଙ୍କା ଯାତ୍ରା କରିବାକୁ ପଡିଥିଲା । ତେଣୁ, ପାକିସ୍ତାନୀ ଦଳ ଭାରତ ଯାତ୍ରା କରିବ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏହା ଅସମ୍ଭବ ।
ଏହାସହ ପଢ଼ନ୍ତୁ : ଶକ୍ତିଶାଳୀ NDAକୁ ନ ବାଛି, କାହିଁକି କଂଗ୍ରେସ ସହ ମେଣ୍ଟ କଲେ ବିଜୟ ?