ନୂଆଦିଲ୍ଲୀ : ଦେଶରେ ଅନେକ ଏନଡିଏ ସରକାର ଚାଲିଛି । ଅନେକ ରାଜ୍ୟରେ ମଧ୍ୟ ସରକାର ଗଠନ କରିଛି । ତେବେ ତେଲେଙ୍ଗାନାରେ ଏନଡିଏକୁ ନ ବାଛି କଂଗ୍ରେସକୁ କାହିଁକି ବାଛିଲେ ବିଜୟ ? ଏହା ପଛରେ କଣ ରହିଛି କାରଣ । କଂଗ୍ରେସ ମାତ୍ର ୫ ଆସନ ଜିତିଥିଲେ ମଧ୍ୟ ତାଙ୍କ ସହ କାହିଁକି ମେଣ୍ଟ କଲେ ବିଜୟ ? ଏମିତି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଥିବାବେଳେ ବିଜୟ ପରେ ବିଜୟ ଦେଇଥିବା ପ୍ରତିକ୍ରିୟାରେ ଉତ୍ତର ରହିଛି ।
୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ରହିଛି ୧୧୭ । ବିଜୟଙ୍କ ଟିଭିକେ ବଡ଼ ଦଳଭାବେ ରାଜ୍ୟରେ ସର୍ବାଧିକ ୧୦ ଆସନ ହାସଲ କରିଛି ସତ ସରକାର ଗଠନ କରିବା ପାଇଁ ସଂଖ୍ୟା ରହିନାହିଁ । ତେବେ ଦଳ ସରକାର ଗଠନ ପାଇଁ ୧୦ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଏହାସହ ବିଜୟ ୨ଟି ଆସନରୁ ଜିତିଛନ୍ତି । ଗୋଟିଏ ଆସନ ତାଙ୍କୁ ଛାଡ଼ିବାକୁ ପଡ଼ିବ । ତେବେ ଏଭଳି ଏକ ସମୟରେ କଂଗ୍ରେସର ସହଯୋଗ ଲୋଡ଼ିଛି କିନ୍ତୁ ଏନଡିଏର ସାହାର୍ଯ୍ୟ ଲୋଡ଼ିନାହିଁ ।
ଏନଡିଏ ମେଣ୍ଟ ୫୩ ଆସନରେ ବିଜୟୀ ହୋଇଛି । ତଥାପି ବିଜୟ ତାଙ୍କ ଅଣଦେଖା କରିଛନ୍ତି । ସେପଟେ ଡିଏମକେ ୫୯ ଆସନରେ ଜିତିଥିବାବେଳେ ଏଆଇଡିଏମକେ ଜିତିଛି ୪୭ । ବିଜେପି ହାତକୁ ମାତ୍ର ଗୋଟିଏ ଆସନ ଯାଇଛି । କଂଗ୍ରେସ ୫ ଆସନରେ ଜିତିଛି । ତେବେ ବିଜୟ ନିଜର ସମ୍ବୋଧନରେ କହିଥିଲେ କି, ଡିଏମକେ ଏବଂ ଏଆଇଡିଏମକେ ତାଙ୍କର ରାଜନୈତିକ ଶତ୍ରୁ ଏବଂ ବିଜେପି ହେଉଛି ତାଙ୍କ ଆଦର୍ଶଗତ ବିରୋଧୀ । ଯେଉଁ କାରଣରୁ ବିଜୟ ବଡ଼ ଦଳଙ୍କ ବାଛି କଂଗ୍ରେସକୁ ପ୍ରଥମେ ବାଛିଛନ୍ତି । ଡିଏମକେକୁ ବିରୋଧ କରି ଆସୁଛନ୍ତି ବିଜୟ । ଏହାସହ ଏଆଇଡିଏମକେ ବିଜେପି ସହ ମେଣ୍ଟରେ ରହିଛି । ଯେଉଁ କାରଣରୁ ଏହି ଏନଡିଏ ମେଣ୍ଟରେ ସେ ଭାଗ ନେବାକୁ ଚାହିଁନାହାନ୍ତି ।
ତାମିଲନାଡ଼ୁରେ ବିଜେପି ୧୪ ଲକ୍ଷ ଭୋଟ ପାଇଥିବାବେଳେ କଂଗ୍ରେସକୁ ମିଳିଛି ୧୬ ଲକ୍ଷ । ଏହାସହ ଗତ ଲୋକସଭା ନିର୍ବାଚନରେ ଡିଏମକେ କଂଗ୍ରେସର ସମର୍ଥନ କରିଥିଲା । ସେମାନେ ରାଜ୍ୟରେ ୩୯ ଆସନ ଆଣିପାରିଥିଲେ । ଯାହାକି ଟିଭିକେ ମଧ୍ୟ ପରବର୍ତ୍ତୀ ସମୟରେ ପାଇବାର ଆଶା ରଖିବ । ସେପଟେ କଂଗ୍ରେସ ଟିଭିକେକୁ ସମର୍ଥନ କରିବା ପରେ ଡିଏମକେ ପକ୍ଷରୁ କୁହାଯାଇଛି କି, କଂଗ୍ରେସ ଆମ ପଛପଟୁ ଛୁରୀ ମାରିଛି । ଉତ୍ତରରେ କଂଗ୍ରେସ କହିଛି କି, ୨୦୧୪ ମସିହାରେ ତୁମେ ମଧ୍ୟ ଆସ ସହ ଯେଭଳି କରିଥିଲା ।
ଏହାସହ ପଢ଼ନ୍ତୁ : ପତ୍ନୀ ସଙ୍ଗୀତାଙ୍କୁ ଦେବେ କି ଛାଡ଼ପତ୍ର, ବିଜୟଙ୍କୁ ନେଇ କାହିଁକି ଏମିତି ଚର୍ଚ୍ଚା ?