ନୂଆଦିଲ୍ଲୀ : ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍‌ଙ୍କ ପରାମର୍ଶଦାତା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁ ଗୁଜବକୁ କରିଛନ୍ତି ଖଣ୍ଡନ। ଅଦିଆଲା ଜେଲ୍‌ରେ ବନ୍ଦୀ ଥିବା ଇମ୍ରାନ ଖାନଙ୍କ ପରାମର୍ଶଦାତା ସାଂସଦ ରାଣା ସାନାଉଲ୍ଲାହ ଏହି ସବୁ ଗୁଜବ ଉପରେ ବିରାମ ଲଗାଇବାକୁ କରିଛନ୍ତି ଅପିଲ। କହିଛନ୍ତି ତହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ଲୋକଙ୍କୁ ଭ୍ରମିତ କରୁଛନ୍ତି। ସେ କହିଛନ୍ତି ଇମ୍ରାନ ଖାନ ପୂରା ସୁସ୍ଥ ଅଛନ୍ତି ଏବଂ ତାଙ୍କ ମୃତ୍ୟୁକୁ ନେଇ ସବୁ ଦାବି ମିଥ୍ୟା ଓ ଗୁଜବ। ସେ କହିଛନ୍ତି , ସରକାର ଏମିତି କୌଣସି ପଦକ୍ଷେପ ନେବେ ନାହିଁ ଯେଉଁଥିରେ ସମଗ୍ର ଦେଶରେ ଅଶାନ୍ତକର ବାତାବରଣ ସୃଷ୍ଟି ହେବ।

ସେ କହିଛନ୍ତି , ଜେଲ୍‌ରେ ଡାକ୍ତରଙ୍କ ଏକ ଟିମ୍ ପ୍ରତିଦିନ ଇମ୍ରାନଙ୍କ ଚେକଅପ୍ କରୁଛନ୍ତି ଏବଂ ତାଙ୍କୁ ଆବଶ୍ୟକୀୟ ଔଷଧ ସହ ବ୍ୟାୟାମ ମଧ୍ୟ କରାଉଛନ୍ତି। ସେ କହିଛନ୍ତି ଯେ, ଇମ୍ରାନ ସୋସିଆଲ ମିଡ଼ିଆ ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରୁଛନ୍ତି। ସେ ଦୁଇ ଥର ଇସଲାମାବାଦ ଉପରେ ହମଲା କରିଥିଲେ , କିନ୍ତୁ ଏବେ ଜେଲରୁ ତାଙ୍କୁ କୌଣସି ଅଶାନ୍ତର କାର୍ଯ୍ୟ କରିବାକୁ ଦେବେ ନାହିଁ।

କହି ରଖୁଛୁ କି, ପିଟିଆଇର କର୍ମକର୍ତ୍ତା ଓ ନେତା ଅଦିଆଲା ଜେଲ୍ ବାହାରେ ବିରୋଧ ପ୍ରଦର୍ଶନ କରୁ ଥିଲେ ଏବଂ ଇମ୍ରାନ ଖାନଙ୍କୁ ଭେଟିବାକୁ ଅପିଲ କରୁ ଥିଲେ। ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ହିଁ ଜେଲ୍ରେ ଅଛନ୍ତି। ତାଙ୍କୁ ୧୪ ବର୍ଷର ସଜା ଶୁଣା ଯାଇଛି। ପିଟିଆଇ ମୁତାବିକ, ଇମ୍ରାନ ଖାନଙ୍କ ପରିବାର କିମ୍ୱା ପୁଣି ଲିଗାଲ ଟିମ୍‌ର କୌଣସି ବି ବ୍ୟକ୍ତିଙ୍କୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଉ ନାହିଁ।

ଅନ୍ୟପଟେ ଆଉ ଏକ ଖବର ମଧ୍ୟ ଚାଲିଛି ଯେ, ଇମ୍ରାନ ଖାନଙ୍କୁ ଆଉ କୌଣସି ଜେଲ୍‌କୁ ସିଫ୍ଟ କରାଯାଇ ପାରେ।ଇମ୍ରାନ ଖାନଙ୍କ ସାନ ପୁଅ କାସିମ ଖାନ ବାରମ୍ୱାର ଦାବି କରୁଛନ୍ତି ଯେ, ତାଙ୍କ ବାପା ବହୁତ ନିର୍ଯାତିତ ହେଉଛନ୍ତି। ସେ କହିଛନ୍ତି ଯେ, ଗତ ଛଅ ସପ୍ତାହରୁ ତାଙ୍କୁ ଆଇସୋଲେସନରେ ଏକ ଅଲଗା ସେଲ୍‌ରେ ରଖାଯାଇଛି।