ଇସଲାମାବାଦ,୭।୪: ଇରାନରେ ଯେବେଠାରୁ ହର୍ମୁଜରୁ ଜାହାଜ ଯିବା ଆସିବା ଉପରେ ରୋକ ଲଗାଯାଇଛି, ସେବେଠାରୁ ସାଉଥ୍ ଏସିଆ ଓ ୟୁରୋପୀୟ ଦେଶରେ ପେଟ୍ରୋଲ-ଡିଜେଲ୍ ଓ ଏଲପିଜିର ଅଭାବ ହୋଇଛି। ଭାରତ, ନେପାଳ ଓ ବାଂଲାଦେଶ ଭଳି ଦେଶ ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। କିନ୍ତୁ ପାକିସ୍ତାନ ଏହି ସଙ୍କଟରୁ ରକ୍ଷା ପାଇ ପାରି ନାହିଁ। ସ୍ମାର୍ଟ ଲକଡାଉନ୍ ଲଗାଇ ଦେଇଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଏହାର ଘୋଷଣା କରିସାରିଛନ୍ତି।
ପାକିସ୍ତାନ ରେଡିଓ ଅନୁସାରେ, ଶେହବାଜ ସରକାର ପଞ୍ଜାବ, ଖାଇବର ପଖତୁନଖ୍ୱାର, ବେଲୁଚିସ୍ତାନ, ଇସଲାମାବଦର, ଗିଲଗିଟ୍-ବାଲ୍ଟିଷ୍ଟାନ୍ ଓ ପିଓକେରେ ବଜାର, ସପିଂ ମଲ ଓ ବାଣିଜ୍ୟିକ କ୍ଷେତ୍ରକୁ ରାତି ୮ଟା ବେଳେ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଇସ୍ଲାମାବଦରେ ଶେହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ପେଟ୍ରୋଲିୟମ୍ ଉତ୍ପାଦ ସମ୍ପର୍କି ଶକ୍ତି ସଞ୍ଚୟ ଓ କମ୍ରୁ କମ୍ ବ୍ୟବହାର ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ଶେହବାଜ ସରକାର ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରି, ଖାଇବର ପଖତୁନଖ୍ୱାର ଡିଭିଜନାଲ ମୁଖ୍ୟାଳୟରେ ବଜାର ଏବଂ ସପିଂ ମଲ୍ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ସେହିପରି, ସମସ୍ତ ଜେନେରାଲ ଷ୍ଟୋର, ଡିପାର୍ଟମେଣ୍ଟ ଷ୍ଟୋର ଏବଂ ସମସ୍ତ ପ୍ରକାରର ମଲ୍ ରାତି ୮ ଟାରେ ବନ୍ଦ ହୋଇଯିବ।
اسلام آباد: 6 اپریل 2026
— Prime Minister's Office (@PakPMO) April 6, 2026
وزیراعظم محمد شہباز شریف نے پیٹرولیم مصنوعات ، توانائی کی بچت اور کفایت شعاری کے اقدامات کے نفاذ کے حوالےسے اہم جائزہ اجلاس کی صدارت کی. صوبہء پنجاب، خیبر پختونخوا، بلوچستان ، اسلام آباد کیپیٹل ٹیریٹری ، گلگت بلتستان اور آزاد جموں و کشمیر میں بازار،… pic.twitter.com/BEsPreuQWa
ଏହାଛଡା ସପିଂ ମଲ୍, ବେକରୀ, ରେଷ୍ଟୁରାଣ୍ଟ ଓ ଖାଦ୍ୟପେୟ ଦୋକାନ ବନ୍ଦ ରହିବ। ସେଭଳି ମ୍ୟାରେଜ୍ ହଲ୍, ଟେଣ୍ଟ ଓ ଅନ୍ୟ ବ୍ୟବସାୟିକ ସ୍ଥାନ, ଯେଉଁଠି ବିବାହ ଓ ଅନ୍ୟ ସମାରୋହରେ ଆୟୋଜନ ହୋଇଥାଏ, ତାହା ରାତି ୧୦ଟା ପରେ ବନ୍ଦ ହୋଇଯିବ। ତେବେ ଔଷଧ ଦୋକାନଗୁଡ଼ିକୁ ଏହି କଟକଣାରୁ ବାଦ ଦିଆଯାଇଛି। ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଏହି କଟକଣା ଗୁଡ଼ିକ ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହେବ, ଅର୍ଥାତ୍ ଆଜି ରାତି ୮ଟାରୁ ପାକିସ୍ତାନରେ ଏକ ସ୍ମାର୍ଟ ଲକଡାଉନ୍ ଲାଗୁ କରାଯିବ। ଏହାଛଡା ସରିଫ ଘୋଷଣା କରିଛନ୍ତି ଯେ, ଗିଲଗିଟ ଏବଂ ମୁଜାଫରାବାଦରେ ସାର୍ବଜନୀନ ପରିବହନ ଏକ ମାସ ପାଇଁ ମାଗଣା ହେବ ଏବଂ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ। ବୈଠକରେ ଉପ-ପ୍ରଧାନମନ୍ତ୍ରୀ ଇସାକ ଡାର, ଯୋଜନା ଏବଂ ବିକାଶ ମନ୍ତ୍ରୀ ଏହସାନ ଇକବାଲ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆହୁରି ପଢନ୍ତୁ :'ରକ୍ତ ବୋହୁଥିଲା, ପାହାଡ଼ ଚଢୁଥିଲେ'..., ଟ୍ରମ୍ପ କହିଲେ ଶତ୍ରୁ ମାଟିରେ କିପରି ଲଢୁଥିଲେ ପାଇଲଟ୍