ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଚାମ୍ପିଅନ୍ସ ଟ୍ରଫି ଆୟୋଜନରେ ୮୦୦ କୋଟି କ୍ଷତି; ପାକିସ୍ତାନ କ୍ରିକେଟ ବୋର୍ଡ କାଙ୍ଗାଳ

Published By : Ankita S | March 18, 2025 10:57 AM

ନୂଆଦିଲ୍ଲୀ,୧୮/୦୩: ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ପାଇଥିଲା । ହେଲେ ପରାଜୟର ଲଜ୍ଜା ସହ ଆର୍ଥିକ କ୍ଷତି ବୋଝରେ ମାଟି କାମୁଡ଼ିଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ । ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ପିସିବି ପାଖାପାଖି ୮୦୦କୋଟି ଟଙ୍କା କ୍ଷତି ସହିଛି । ଖର୍ଚ୍ଚ କରିଥିଲା ୮୫୧ କୋଟି ପାଇଲା ମାତ୍ର ୫୨ କୋଟି । ଏତେ ବଡ କ୍ଷତି ପାଇଁ କାଙ୍ଗାଳ ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ଖର୍ଚ୍ଚ ୮୫୧କୋଟି ଆୟ ମାତ୍ର ୫୨ କୋଟି- ଗତ ୯ ତାରିଖରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ ହୋଇଥିଲା । ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିଅନ ହୋଇଥିଲା । ଲୋକପ୍ରିୟ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି କୋଟି କୋଟି ଟଙ୍କା ଆୟ କରିବାକୁ ପିସିବି ସ୍ୱପ୍ନ ଦେଖିଥିଲା । ହେଲେ ପିସିବିର ସବୁ ଆଶା ମଉଳି ଯାଇଛି । ଭାରି ପଡ଼ିଛି ଆୟୋଜନ । ଚାମ୍ପିଅନ୍ସ ଟ୍ରଫି ଆୟୋଜନରେ ପିସିବି ୮୫% କ୍ଷତି ସହିଥିବା ରିପୋର୍ଟରୁ ଜଣା ପଡ଼ିଛି । ପାକ୍‌ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପାଇଁ ଭାରତୀୟ ମୁଦ୍ରାରେ ମୋଟ୍‌ ୮୫୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବଦଳରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ମାତ୍ର ୫୨ କୋଟି ଟଙ୍କା ଆୟ କରିଛି । ଫଳରେ ପାକ୍‌ ବୋର୍ଡକୁ ପାଖାପାଖି ୭୯୯ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ଏହାର ଭରଣା ପାଇଁ ଘରୋଇ ଖେଳାଳିମାନଙ୍କ ଦରମା କାଟ୍‌ କରାଯାଇଛି ।

ପିସିବି କେବଳ ଷ୍ଟାଡିୟମ ମରାମତି ଓ ନବୀକରଣ ବାବଦରେ ୧୮ ବିଲିୟନ ପାକିସ୍ତାନୀ ଟଙ୍କା ଖର୍ଚ୍ଚ କରିଥିଲା । ଭାରତୀୟ ମୁଦ୍ରାରେ ଏହା ୫୦୪ କୋଟି ଟଙ୍କା ହେବ । ଯାହା ଆୟୋଜନ ବଜେଟ୍‌ ଠାରୁ ୫୦% ଅଧିକ ରହିଥିଲା । ଏହା ବ୍ୟତୀତ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଭାରତୀୟ ମୁଦ୍ରାରେ ୩୪୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଏହା ବାଦ ଟିକେଟ୍‌ ବିକ୍ରି ଓ ପ୍ରାୟୋଜନରୁ ପିସିବି କିଛି ଅର୍ଥ ପାଇଥିଲା । ୨୦୧୭ରେ ଚାମ୍ପିଅନ ହୋଇଥିବା ପାକିସ୍ତାନ ଏଥର ଆୟୋଜକ ରହିଥିଲେ ହେଁ ମାତ୍ର ୫ ଦିନ ମଧ୍ୟରେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା । 

ଅଧିକ ପଢନ୍ତୁ...ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ କାନ୍ଦୁଛି ରକ୍ତର ଲୁହ, ପ୍ରବଳ କ୍ଷତି ପରେ ଏବେ ପିସିବି କାଟିଲା ଖେଳାଳିଙ୍କ ମ୍ୟାଚ୍‌ ଫି’

ଲିଗ୍‌ ପର୍ଯ୍ୟାୟରୁ ଆଗକୁ ବଢ଼ି ପାରିନଥିଲା ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ଭାରତ ଠାରୁ ପରାସ୍ତ ହୋଇଥିଲା । ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ବର୍ଷା ଧୋଇ ନେଇଥିଲା । ମୋଟ ଉପରେ ଦେଖିବାକୁ ଗଲେ ପାକିସ୍ତାନ ଗୋଟିଏ ଘରୋଇ ମ୍ୟାଚ୍‌ ବାବଦରେ ପ୍ରଚୁର ଟଙ୍କା ଖର୍ଚ୍ଚ କରିଛି । କାରଣ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ବାତିଲ ହୋଇଥିଲା ଓ ଭାରତ ବିପକ୍ଷ ମ୍ୟାଚ୍‌ ଦୁବାଇରେ ଆୟୋଜନ ହୋଇଥିଲା । ଏବେ କ୍ଷତି ଭରଣା ପାଇଁ ଖେଳାଳିଙ୍କ ଦରମା କାଟିବାକୁ ବାଧ୍ୟ ହୋଇଛି ପାକ୍‌ ବୋର୍ଡ । ଘରୋଇ ଟି-ଟ୍ୱେଣ୍ଟି ଚାମ୍ପିଅନସିପ୍‌ରେ ଖେଳାଳିଙ୍କ ଦରମା ୯୦% ଓ ରିଜର୍ଭ ଖେଳାଳିଙ୍କ ଦରମା ୮୭.୫% ହ୍ରାସ କରାଯାଇଛି । ଖାଲି ସେତିକି ନୁହେଁ, ସେମାନଙ୍କ ଯାତ୍ରା ଓ ହୋଟେଲରେ ରହିବା ଖର୍ଚ୍ଚ ମଧ୍ୟ କାଟ୍‌ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.