ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ କାନ୍ଦୁଛି ରକ୍ତର ଲୁହ, ପ୍ରବଳ କ୍ଷତି ପରେ ଏବେ ପିସିବି କାଟିଲା ଖେଳାଳିଙ୍କ ମ୍ୟାଚ୍‌ ଫି’

Published By : Harapriya Biswal | March 17, 2025 5:55 PM

ଇସଲାମାବାଦ,୧୭।୩:  ଖୁବ୍ ଆଶା ନେଇ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିଥିଲା ପାକିସ୍ତାନ। ୨୯ ବର୍ଷ ପରେ ଏହି ଆୟୋଜନରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଖୁବ ଲାଭ କରିବାକୁ ଚାହୁଁଥିଲା। କିନ୍ତୁ ହୋଇଗଲା ଏହାର ଓଲଟା। ଚାମ୍ପିଅନ୍ସ ଟ୍ରଫି ଆୟୋଜନରେ ପିସିବିକୁ ଖୁବ୍ କ୍ଷତି ସହିବାକୁ ପଡିଛି। ପିସିବିକୁ ୮୫% କ୍ଷତି ହୋଇଛି। ଚାମ୍ପିଅନ୍ସ ଟ୍ରଫି ପାଇଁ ୮୬୯ କୋଟି ଟଙ୍କା ଖର୍ଚ୍ଚ କରିଥିଲା। କିନ୍ତୁ ନିଜର ହୋମ୍ ଗ୍ରାଉଣ୍ଡରେ ଟିମର ପ୍ରଦର୍ଶନ ଭଲ ନଥିଲା। ଏହି କାରଣରୁ ଖେଳାଳିଙ୍କ ମ୍ୟାଚ୍‌ ଫି’ କୁ କାଟି ଦିଆଯାଇଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି। 

ପିସିବି ଚାମ୍ପିଅନ୍ସ ଟ୍ରଫିର ତିନୋଟି ଭେନ୍ୟୁ ରାଓ୍ବଲପିଣ୍ଡି, ଲାହୋର ଓ କରାଚୀକୁ ଅପଗ୍ରେଡ କରିବାକୁ ପ୍ରାୟ ୫୮ ମିଲିୟନ ଡଲାର ଖର୍ଚ୍ଚ କରିଥିଲା। ‘ଦ ଟେଲିଗ୍ରାଫ୍’ର ରିପୋର୍ଟ ଅନୁସାରେ ଏଥିପାଇଁ ବଜେଟ୍‌ର ୫୦% ରୁ ଅଧିକ ଥିଲା। ଏହାଛଡା ସେ ଇଭେଣ୍ଟର ପ୍ରସ୍ତୁତିରେ ୪୦ ମିଲିୟନ୍‌ ଡଲାର ଖର୍ଚ୍ଚ କରିଛି। ତେବେ ତା’ର ଆୟ ମାତ୍ର ୬ ମିଲିୟନ ଡଲାର ରହିଥିଲା। ଯାହାକି ସେ ହୋଷ୍ଟିଂ ଫି, ଟିକେଟ ବିକ୍ରି ଓ ସ୍ପନସରସିପ୍‌ର ଥିଲା। ଏଭଳି ଭାବରେ ପାକିସ୍ତାନକୁ ପ୍ରାୟ ୮୫ ମିଲିୟନ ଡଲାର କ୍ଷତି ହୋଇଛି। 

ଉଲ୍ଲେଖନୀୟ ଯେ, ମହମ୍ମଦ ରିଜଭାନଙ୍କ କ୍ୟାପଟେନ୍‌ସିପ୍‌ରେ ପାକିସ୍ତାନ ହୋମ୍ ଗ୍ରାଉଣ୍ଡରେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ  ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିଲା। ପାକିସ୍ତାନ ତା ପରେ ଆଗାମୀ ମ୍ୟାଚ୍ ରାଓ୍ବଲପିଣ୍ଡିରେ ବାଂଲାଦେଶ ବିପକ୍ଷରେ ଖେଳିଥିଲା। ତେବେ ବର୍ଷ କାରଣରୁ ଧୋଇ ହୋଇଯାଇଥିଲା ମ୍ୟାଚ୍। ଏହାପରେ ବି ଅନ୍ୟ ଦୁଇଟି ମ୍ୟାଚ୍‌ ବର୍ଷାରେ ପ୍ରଭାବିତ ହୋଇଥିଲା। ନିଜର ଏବେ ବଡ଼ କ୍ଷତି ପରେ ପିସିବି ଖେଳାଳିଙ୍କ ମ୍ୟାଚ୍‌ ଫି’ କାଟ୍ କରିଛି। ନ୍ୟାସନାଲ ଟି-୨୦ ଚାମ୍ପିଅନ୍ସସିପ୍‌ର ମ୍ୟାଚ୍ ଫି’ରେ ୯୦% ପର୍ଯ୍ୟନ୍ତ କାଟ୍ କରାଯାଇଛି। ଏହାଛଡା ଖେଳାଳିଙ୍କ ସୁବିଧାକୁ ମଧ୍ୟ ହ୍ରାସ କରି ଦିଆଯାଇଛି। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ବେଳେ ଖେଳାଳିଙ୍କୁ ପଞ୍ଚତାରକା ହୋଟେଲରେ ରଖାଯାଉଥିଲା। ତେବେ ଏଥର ତାଙ୍କୁ ବଜେଟ୍ ହୋଟେଲରେ ରଖାଯାଉଛି। ଯଦିଓ ଏବେ ବି ପିସିବିର ପ୍ରଶାସକ ଏବେ ବି କୋଟି କୋଟି ଟଙ୍କାର ଦରମା ନେଉଛନ୍ତି। 

ପାକିସ୍ତାନର ନ୍ୟାସାଲ ଡେଲି ଡ୍‌ ମଧ୍ୟ ଏହି ବିଷୟରେ ଖବର ପ୍ରକାଶିତ କରିଛି। ଏହାଛଡା ପିସିବି ବିନା କୌଣସି ଔପଚାରିକ ଘୋଷଣାରେ ଘରୋଇ ମ୍ୟାଚ୍ ଫି’୪୦ ହଜାରରୁ ହ୍ରାସ କରି ୧୦ ହଜାର ଟଙ୍କା କରିଦେଇଛି। ତେବେ ପିସିବି ଚେୟାରମ୍ୟାନ୍‌ ମୋହସିନ୍ ନକଭି ଏହାକୁ ଅସ୍ବୀକାର କରିଛନ୍ତି। ସେ ବୋର୍ଡର ଘରୋଇ କ୍ରିକେଟ ବିଭାଗକୁ ମାମଲାକୁ ପୁଣିଥରେ ଦେଖିବାକୁ କହିଛନ୍ତି। ତେବେ ପିସିବି ନିଜ ପକ୍ଷରୁ ନୂଆ ମ୍ୟାଚ୍ ଫି’ର ସୂଚନା ଦେଇ ନାହିଁ। କିନ୍ତୁ ସୁତ୍ରର କହିବା ଅନୁସାରେ, ଏହା ୩୦ ହଜାର ଟଙ୍କା ପ୍ରତି ମ୍ୟାଚ୍ ପର୍ଯ୍ୟନ୍ତ ହୋଇପାରେ। ଏଭଳି ସ୍ଥିତିରେ ଏହା ଗତ ବର୍ଷଠାରୁ ୧୦ ହଜାର କମ୍ ରହିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.