ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଜାତିସଂଘର ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ପାକିସ୍ତାନ, ଭାରତ ପାଇଁ ହୋଇପାରେ ବିପଦ

Published By : Harapriya Biswal | July 1, 2025 8:01 PM

ନୂଆଦିଲ୍ଲୀ,୧।୭: ଭାରତ ସହ ବିବାଦ ଭିତରେ ପାକିସ୍ତାନ ମଙ୍ଗଳବାର ଜାତିସଂଘର ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ର ଅଧ୍ୟକ୍ଷତା ପଦ ସମ୍ଭାଳିବା ଆରମ୍ଭ କରିଦେଇଛନ୍ତି। ତା’ ର କାର୍ଯ୍ୟକାଳ ଆଜି ଅର୍ଥାତ୍ ୧ ଜୁଲାଇରୁ ୩୧ ଜୁଲାଇ ପର୍ଯ୍ୟନ୍ତ ରହିଛି । ପାକିସ୍ତାନ ଚଳିତ ବର୍ଷ ଜାନୁଆରୀରେ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବରେ ଦୁଇ ବର୍ଷର କାର୍ଯ୍ୟକାଳ ଆରମ୍ଭ କରିଥିଲା। ପାକିସ୍ତାନକୁ ଜାତିସଂଘରେ ଭାରି ସମର୍ଥନ ସହ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଚୟନ କରାଯାଇଛି। ତାକୁ ୧୯୩ ରୁ ୧୮୨ ଖଣ୍ଡ ଭୋଟ୍ ମିଳିଥିଲା। ସୁରକ୍ଷା ପରିଷଦର ଅଧ୍ୟକ୍ଷତା ପଦରେ ମାସିକ ଆଧାରରେ ୧୫ ସଦସ୍ୟଙ୍କ ଭିତରେ ପରିବର୍ତ୍ତନ ହୋଇଥାଏ।

୨୦୧୩ ପରେ ଏହା ପ୍ରଥମ ଥର ପାଇଁ ଯେ ପାକିସ୍ତାନକୁ UNSC ର ସଭାପତି ପଦ ମିଳିଛି। ତଥାପି, ପାକିସ୍ତାନ ପୂର୍ବରୁ ସୁରକ୍ଷା ପରିଷଦରେ ସାତ ଥର ଏହି ପଦବୀରେ କାର୍ଯ୍ୟ କରିଛି। ଏହା ତା’ର ଅଷ୍ଟମ କାର୍ଯ୍ୟକାଳ। ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସଂସ୍ଥା, ଯାହାର ପାଞ୍ଚଟି ସ୍ଥାୟୀ ଏବଂ ୧୦ଟି ଅସ୍ଥାୟୀ ସଦସ୍ୟ ଅଛନ୍ତି। ପାକିସ୍ତାନ ମଧ୍ୟ ଏକ ଅସ୍ଥାୟୀ ସଦସ୍ୟ, ଯାହାର କାର୍ଯ୍ୟକାଳ ଡିସେମ୍ବର ୨୦୨୬ ରେ ଶେଷ ହେବ।

ପାକିସ୍ତାନ ୟୁଏନ୍‌ଏସ୍‌ସିରେ ଅଧ୍ୟକ୍ଷ ହେବାପରେ ଭାରତ ପାଇଁ ବିପଦ ହୋଇପାରେ। କାରଣ ପହଲଗାମ୍ ହମଲା ପରେ ଭାରତ ଅପରେସନ୍ ସିନ୍ଦୂର ଜରିଆରେ ପାକିସ୍ତାନକୁ ଦେଇଥିଲା କଡା ଜବାବ୍। ଏହାର ପ୍ରତିଶୋଧ ଏବେ ସେ ଜାତିସଂଘର ସୁରକ୍ଷା ପରିଷଦରେ ଅଧ୍ୟକ୍ଷ ହେବାପରେ ନେଇପାରେ। ଆଶଙ୍କା ରହିଛି ଯେ, ଚଳିତ ମାସ ଭାରତ ବିରୋଧରେ ପାକିସ୍ତାନ ନ୍ୟାରେଟିଭ ତିଆରି କରିବାର ଚେଷ୍ଟା କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.