ନୂଆଦିଲ୍ଲୀ ; ୨୧/୧ : ପାକିସ୍ତାନୀ ଅଭିନେତ୍ରୀ ବୁଶରା ଅନସାରୀ । ଯିଏକି ନିଜର ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ଏହାଠାରୁ ବ୍ୟକ୍ତିଗତ ଜୀବନ ପାଇଁ ଖବରର ଶିରୋନାମା ପାଲଟିଥାନ୍ତି । ୩୬ ବୟସରେ ସେ ପ୍ରଥମ ବିବାହ କରିଥିଲେ । ୨୦୧୪ ମସିହାରେ ତାଙ୍କର ଛାଡ଼ପତ୍ର ହୋଇଥିଲା । ମାତ୍ର ଦୀର୍ଘବର୍ଷ ପରେ ପୁଣିଥରେ ବିବାହ ବନ୍ଧନରେ କାହିଁକି ବାନ୍ଧିହେଲେ ? ତାହାପୁଣି ୬୯ ବୟ ବୟସରେ । ଏହା ପଛର କାରଣ କହିଛନ୍ତି ଏହି ବର୍ଷିୟାନ ଅଭିନେତ୍ରୀ ।

ଏକ ଇଣ୍ଟରଭିୟ୍ୟୁରେ ସେ କହିଛନ୍ତି କି, ମୁଁ କାହିଁକି ଦ୍ବିତୀୟ ବିବାହ ଏତେ ବୟସରେ କଲି । ସେ କହିଛନ୍ତି ମୋର ଦ୍ବିତୀୟ ବିବାହ କରିବାର କୌଣସି ଆବଶ୍ୟକତା ନଥିଲା । ଛାଡ଼ପତ୍ର ପରେ ମୁଁ ପ୍ରାୟ ୧୦-୧୨ ବର୍ଷ ଏକା ରହିଲି । ମୋ ସ୍ବାମୀଙ୍କ ସହ ଗୋଟିଏ ଘରେ ରହିଥିଲେ ସୁଦ୍ଧା ଏକା ରହିଥିଲି । ମୁଁ ମୋ ସ୍ବାମୀଙ୍କ ସହ କୌଣସି କଥା ହେଉନଥିଲି । ମୁଁ କୌଣସି ପୁରୁଷଙ୍କ ଆବଶ୍ୟକତା ଅନୁଭବ କରିନଥିଲି । ମୋ ପାଖକୁ କେହି ମଧ୍ୟ ପ୍ରସ୍ତାବ ନେଇ ଆସିନଥିଲେ ।

ଏହାସହ ଦ୍ବିତୀୟ ବିବାହକୁ ନେଇ ନିଜର ପ୍ରତିକ୍ରିୟାରେ କହିଛନ୍ତି କି, ମୋର ଦ୍ବିତୀୟ ବିବାହ ହେଉଛି ଇଶ୍ବରଙ୍କ ଇଛା । ମୁଁ କେବେ ମଧ୍ୟ ଭାବିନଥିଲି କି, ଦ୍ବିତୀୟ ବିବାହ କରିବି ବୋଲି । ମୋ ପିଲାମାନେ ମଧ୍ୟ ବଡ଼ ହୋଇଗଲେଣି । ମୁଁ କେବେ ମଧ୍ୟ ଏଭଳି ଆଶା କରିନଥିଲି । ମାତ୍ର ଇଶ୍ବରଙ୍କ ଇଛା ବୋଧେ ଏୟା ଥିଲା । ଯେଉଁ କାରଣରୁ ମୋତେ ଦ୍ବିତୀୟ ବିବାହ କରିବାକୁ ପଡ଼ିଲା । ଏବେ ଆମେ ବେଶ ଖୁସିରେ ଅଛୁ । କେହି କାହାରିକୁ ହଇରାଣ କରୁନୁ ।