ନୂଆଦିଲ୍ଲୀ,୧୨/୨ : ଫେବୃଆରୀ ୧୫, ବିଶ୍ବ ଦେଖିବ ହାଇଭେଲଟେଜ୍ ମ୍ୟାଚ୍ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ହେବ ଲଢ଼େଇ । ପାକିସ୍ତାନକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । ବିଜୟରୁ ଅଭିଯାନ ଆରମ୍ଭ କରିଥିବା ସୂର୍ଯ୍ୟ ବାହିନୀ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି । ସେପଟେ କିନ୍ତୁ ମ୍ୟାଚ ପୂର୍ବରୁ ଭାରତକୁ ଚେତାବନୀ ଦେଇଛି ପାକିସ୍ତାନ । ପ୍ରଥମ ଦୁଇ ମ୍ୟାଚରେ ବିଜୟ ହେବା ପରେ ପାକିସ୍ତାନ ବାହାର କରିଛି ପୁରୁଣା ଦୋଷ । ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମକୁ ଚେତାବନୀ ଦେଇଛନ୍ତି ପାକିସ୍ତାନୀ କ୍ରିକେଟର ସାହିବଜାଦା ଫରହାନ୍ ଏବଂ ଉସମାନ୍ ତାରିକ୍ । ଫରହାନ କହିଛନ୍ତି କି, ଆସନ୍ତା ୧୫ ତାରିଖରେ ଭାରତ ବିପକ୍ଷରେ ପାକିସ୍ତାନ ଟିମ୍ ଏକ ଅଲଗା ରୂପରେ ନଜର ଆସିବ । ପାକିସ୍ତାନ ଏବେ ଫୁଲ୍ ଫର୍ମରେ ରହିଥିବାବେଳେ ଭାରତକୁ କଡ଼ା ଟକ୍କର ଦେବ ବୋଲି ସେ ଦାବି କରିଛନ୍ତି।

 

ଆମେରିକା ବିପକ୍ଷ ମ୍ୟାଚରେ ପାକିସ୍ତାନର ବିଜୟ ପରେ ପ୍ରେସମିଟରେ ଏଭଳି ଦାବି କରିଛନ୍ତି ଏହି ଦୁଇ ଖେଳାଳି । ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ପ୍ରସ୍ତୁତ ? ଏଭଳି ପ୍ରଶ୍ନ କରିଥିଲେ ସାମ୍ବାଦିକ । ଯାହାର ଉତ୍ତରରେ କହିଛନ୍ତି କି, ପାକିସ୍ତାନ ନିଜର ଦୁଇଟି ଯାକ ମ୍ୟାଚ ଜିତି ସାରିଛି । ଗ୍ରୁପ ଷ୍ଟେଜରେ ଆମ ଦଳ ଏବେ ଟେବୁଲ୍ ଟପରେ ରହିଛି । ଆମ ଦଳ ଏବେ ଦମଦାର ପ୍ରଦର୍ଶନ କରୁଛି । ଭାରତ ବିପକ୍ଷ ମ୍ୟାଚରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଭାରତ ବିପକ୍ଷ ମ୍ୟାଚ କିଛି ବଡ଼ କଥା ନୁହେଁ । ଦଳର ଖେଳାଳିଙ୍କ ଏବେ ଆତ୍ମବିଶ୍ବାସ ଉର୍ଦ୍ଧ୍ବରେ ରହିଛି । ପୂର୍ବରୁ ଭାରତ ବିପକ୍ଷରେ ଆମର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ ଫ୍ଲପ୍ ହୋଇଛନ୍ତି । କିନ୍ତୁ ଏବେ ସଦାବ ଏବଂ ନଓ୍ବାଜ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ବିପକ୍ଷ ଦଳଙ୍କ ବିରୋଧରେ ବଡ଼ ପାଳି ମଧ୍ୟ ଖେଳୁଛନ୍ତି । ଯାହାକି ଭାରତ ବିପକ୍ଷରେ ଖେଳିବାବେଳେ ଅଧିକ ମଜା ଲାଗିବ ।

ଏହାସହ ଉସମାନ କହିଛନ୍ତି କି, ମୋ ବଲ ଖେଳିବା ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ପଡ଼ିବ । ମୋ ବୋଲିଂ ଆକ୍ସନକୁ ଯେଉଁମାନେ ପ୍ରଶ୍ନ କରିଥିଲେ ସେମାନେ ଆମେରିକା ବିପକ୍ଷ ମ୍ୟାଚରେ ଉତ୍ତର ପାଇଯାଇଥିବେ । ଭାରତୀୟମାନେ ମୋତେ ସମାଲୋଚନା କରୁଛନ୍ତି । ଏହାର ଜବାବ ମ୍ୟାଚରେ ମିଳିବ । ମୋତେ ନେଇ ଭାରତୀୟ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ବିଭିନ୍ନ ଟ୍ରୋଲ ମଧ୍ୟ କରୁଛନ୍ତି । କିନ୍ତୁ ମ୍ୟାଚରେ ଭଲ ବୋଲିଂ କରି ଏହାର ଜବାବ ରଖିବି। ଭାରତୀୟ ବ୍ୟାଟ୍ସମ୍ୟାନମାନେ ମୋ ବଲ ଖେଳିବା ପାଇଁ ଅଡ଼ୁଆରେ ପଡ଼ିବେ ନିଶ୍ଚୟ । ସେପଟେ ଯଦି ପାକିସ୍ତାନ ମୁବାବିଲା ଉପରେ ନଜର ପକାଇବା ତାହେଲେ ଭାରତ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭେଟୁଛି । ଶେଷଥର ପାଇଁ ଏସୀଆ କପରେ ଉଭୟ ଦଳ ଫାଇନାଲରେ ସାମ୍ନାସାମ୍ନି ହୋଇଥିଲେ । ଏହି ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । କିନ୍ତୁ ଭାରତ ଏହି ମ୍ୟାଚକୁ ଜିତି ନେଇଥିଲା । ଏହାସହ ଭାରତ ଲଗାତାର ପାକିସ୍ତାନଠାରୁ ମ୍ୟାଚ ଜିତି ଚାଲିଛି । ଏହାସହ ଭାରତୀୟ ଦଳ ମଧ୍ୟ ଏବେ ଦମଦାର ଫର୍ମରେ ରହିଛି । ଏଣୁ କଲୋମ୍ବୋରେ ଆସନ୍ତା ୧୫ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚ ଭାରତ ସପକ୍ଷରେ ଯିବ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।

ଏହାସହ ପଢ଼ନ୍ତୁ : ବାବର ଆଜମଙ୍କ ଧିମା ବ୍ୟାଟିଂ ପାଇଁ ମଜାକ୍ ଉଡ଼ାଇଲେ ନିଜ ଦେଶର ଖେଳାଳି