• ଚାଟ୍ ଜିପିଟି -ଭଳି ମଡେଲ୍ ଲଞ୍ଚ କଲା ପାକିସ୍ତାନ
  • ଉର୍ଦ୍ଦୁ ଭାଷା ଉପରେ ଆଧାରିତ ଏଆଇ ମଡେଲ
  • Qalb AIର ଉଦ୍ଦେଶ୍ୟ ଉର୍ଦ୍ଦୁ କହିବା ଲେଖିବା
  • ଜଣେ ପାକିସ୍ତାନୀ ଷ୍ଟୁଣ୍ଡେଣ୍ଟ ଓ ରିସର୍ଚ୍ଚର ଡେଭଲପ୍ କରିଛନ୍ତି

ନୂଆଦିଲ୍ଲୀ : ପଡୋଶୀ ଦେଶ ପାକିସ୍ତାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଦୁନିଆରେ ଏକ ବଡ଼ ପଦକ୍ଷେପ ନେଇ Qalb AI ନାମରେ ନିଜର ଚାଟ୍ ଜିପିଟି- ଭଳି ମଡେଲ୍ ଲଞ୍ଚ କରିଛି। ଏହାକୁ ବିଶ୍ୱର ସବୁଠୁ ବଡ଼ ଉର୍ଦ୍ଦୁ ଭାଷା ଉପରେ ଆଧାରିତ ଏଆଇ ମଡେଲ କୁହାଯାଉଛି। Qalb AIର ଉଦ୍ଦେଶ୍ୟ ଉର୍ଦ୍ଦୁ କହିବା ଲେଖିବା କୋଟି କୋଟି ଲୋକଙ୍କ ପାଇଁ ଏମିତି ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରିବା, ଯେଉଁମାନେ ତାଙ୍କର ଭାଷା , ସଂସ୍କୃତି ଓ ସନ୍ଦର୍ଭକୁ ଭଲ ଭାବେ ବୁଝି ପାରିବେ।

ଏହାସହ ମଧ୍ୟ ପଢନ୍ତୁ : ଯେଉଁ ଉଦ୍ଦେଶ୍ୟରେ ପାକିସ୍ତାନ ତିଆରି ହୋଇଥିଲା , ତାହା ହାସଲ କରିବୁ : କେଉଁ ଆଡ଼କୁ ଆସିମ୍ ମୁନିରଙ୍କ ଇଙ୍ଗିତ ?

Qalb AIକୁ ବିଶେଷ କରି ଉର୍ଦ୍ଦୁ ଭାଷା ଉପରେ ଫୋକସ କରି ଡିଜାଇନ କରାଯାଇଛି। ଯେମିତି ଚାଟ୍ ଜିପିଟି ଭଳି ଗ୍ଲୋବାଲ ଏଆଇ ମଡେଲ ଅନେକ ଭାଷାରେ କାମ କରିଥାଏ, ସେଠାରେ Qalb ସଂପୂର୍ଣ୍ଣ ରୂପେ ଉର୍ଦ୍ଦୁ କଣ୍ଟେଣ୍ଟ , ବ୍ୟାକରଣ ଓ ବିଭିନ୍ନ ଭାଷା ଉପରେ ଟ୍ରେନ୍ କରାଯାଇଛି। ରିପୋର୍ଟ ମୁତାବିକ, ଏହି ମଡେଲକୁ ପାଖାପାଖି ୧.୯ ବିଲିୟନରୁ ଅଧିକ ଉର୍ଦ୍ଦୁ ଟୋକନ୍ସ ଉପରେ ଟ୍ରେନ୍ କରାଯାଇଛି, ଯାହା ଏହାକୁ ଏବେସୁଦ୍ଧା ସବୁଠୁ ରିଚ୍ ଉର୍ଦ୍ଦୁ ଏଲଏଲଏମ୍ କରିଥାଏ।

ଏଆଇ ମଡେଲକୁ ଜଣେ ପାକିସ୍ତାନୀ ଷ୍ଟୁଣ୍ଡେଣ୍ଟ ଓ ରିସର୍ଚ୍ଚର ତୈମୂର ହସନ ଡେଭଲପ୍ କରିଛନ୍ତି , ଯିଏ ବର୍ତ୍ତମାନ ଆମେରିକାରେ ପଢୁଛନ୍ତି । ତୈମୂରଙ୍କର କହିବା ହେଲା ଯେ, Qalb AIର ଉଦ୍ଦେଶ୍ୟ କେବଳ ଚାଟ୍ବଟ୍ କରିବା ନୁହେଁ, ବରଂ ଉର୍ଦ୍ଦୁ ଭାଷାକୁ ଡିଜିଟାଲ ଯୁଗରେ ଦୃଢ କରିବା। ଏହି ମଡେଲ ଉର୍ଦ୍ଦୁରେ ପ୍ରଶ୍ନ-ଉତ୍ତର , ରାଇଟିଂ , ସମରୀ , ଏଜୁକେସନ ଓ ରିସର୍ତ୍ତ ସହ ଜଡ଼ିତ ଅନେକ କାମ କରିପାରେ।

ଟେକ୍ନିକାଲ ଭାବେ Qalb AIକୁ ଅନେକ ଇଣ୍ଟରନ୍ୟାସନାଲ ଏଆଇ ବେଞ୍ଚମାର୍କସରେ ଟେଷ୍ଟ କରାଯାଇଛି, ଯେଉଁଠି ଉର୍ଦ୍ଦୁ-ସ୍ପେସିଫିକ୍ ଟାସ୍କରେ ଏହାର ପରଫାର୍ମେନ୍ସ ଖୁବ୍ ଭଲ କୁହାଯାଉଛି। ଏଜୁକେସନ , ମିଡ଼ିଆ, ଷ୍ଟାର୍ଟଅପ୍ସ ଓ କଷ୍ଟମର ସପୋର୍ଟ ଭଳି ସେକ୍ଟରରେ ଏହାର ବ୍ୟବହାରର ସମ୍ଭାବନା କରାଯାଉଛି। ବିଶେଷ କଥା ଏହା ଯେ, ଏହା ସେହି ୟୁଜରଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ,ଯାହାଙ୍କୁ ଇଂରାଜୀ ଉପରେ ପର୍ଯ୍ୟବେଶିତ ଏଆଇ ଟୁଲ୍ସ ବ୍ୟବହାର କରିବାରେ ସମସ୍ୟା ହୋଇଥାଏ।