• ଇମ୍ରାନ ଖାନଙ୍କ ମୁସ୍କିଲ ବଢିବାରେ ଲାଗିଛି
  • ପାକିସ୍ତାନର ଆଡିଆଲ ଜେଲରେ ଅଛନ୍ତି ଇମ୍ରାନ ଖାନ
  • ଏଲନ ମସ୍କଙ୍କୁ ଅନୁରୋଧ କଲେ ଇମ୍ରାନଙ୍କ ପୂର୍ବତନ ପତ୍ନୀ
  • ଇମ୍ରାନଙ୍କୁ ଭେଟିବାକୁ ଅନୁମତି ଦିଆଯାଉ ନାହିଁ

ନୂଆଦିଲ୍ଲୀ : ଜେଲ ବନ୍ଦୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁସ୍କିଲ କମିବାର ନାଁ ହିଁ ନେଉ ନାହିଁ। କଥିତ ଭାବେ ସେନା ମୁଖ୍ୟ ଆସିମ ମୁନିରଙ୍କ ନିର୍ଦ୍ଦେଶରେ କୋର୍ଟଙ୍କ ଆଦେଶ ପରେ ମଧ୍ୟ କାହାକୁ ବି ଇମ୍ରାନଙ୍କୁ ଭେଟିବାକୁ ଅନୁମତି ଦିଆଯାଉ ନାହିଁ। ଅନ୍ୟପଟେ ଲଗାତାର ତାଙ୍କର ସମର୍ଥକଙ୍କୁ ମଧ୍ୟ ଦମନ କରାଯାଉଛି। ଏହି ମଧ୍ୟରେ ଇମ୍ରାନଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିଥ୍ ଶୁକ୍ରବାର ଟେସଲା ସିଇଓ ଏଲନ ମସ୍କଙ୍କୁ ଅନୁରୋଧ କରିଛନ୍ତି। ଜେମିମା ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ଏକ୍ସରେ ଅନେକ ପୋଷ୍ଟ କରିଛନ୍ତି, କିନ୍ତୁ ଏହା ପରେ ମଧ୍ୟ ତାଙ୍କର ପାକିସ୍ତାନରେ ତାଙ୍କ ପୋଷ୍ଟର ବୃଦ୍ଧିକୁ (ରିଚ୍) ପ୍ରାୟ ଶୂନ୍ୟ କରି ଦିଆ ଯାଇଛି।

ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସରେ କରାଯାଇ ଥିବା ଏକ ପୋଷ୍ଟରେ ଜେମିମା ମସ୍କଙ୍କୁ ତାଙ୍କର ଅଭିବ୍ୟକ୍ତି ସ୍ୱାଧୀନତା ଉପରେ ବିବୃତ୍ତିକୁ ମଧ୍ୟ ମନେପକାଇଛନ୍ତି। ସେ ଲେଖିଛନ୍ତି , ଏଲନ ମସ୍କଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଛନ୍ତି, ମୋର ଦୁଇ ଜଣ ପୁଅଙ୍କୁ ତାଙ୍କ ବାପା ଇମ୍ରାନ ଖାନଙ୍କୁ ଭେଟିବା କିମ୍ୱା କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଉ ନାହିଁ। ତାଙ୍କ ବାପାଙ୍କୁ ଗତ ୨୨ ମାସ ହେବ ବେଆଇନ ଭାବେ ଏକାନ୍ତ କାରାବାସରେ ରଖାଯାଇଛି। ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସ ଏକ ଏମିତି ମଞ୍ଚ ଯାହା ଉପରେ ଆମେ ଦୁନିଆକୁ ଏହା ବିଷୟରେ କହି ପାରିବା ଯେ, ସେ ଜଣେ ରାଜନୀତିକ କଏଦୀ କିନ୍ତୁ ତାଙ୍କୁ ମୌଳିକ ମାନବାଧିକ ମଧ୍ୟ ଦିଆଯାଉ ନାହିଁ।

ଜେମିମା ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନରୁ ଇମ୍ରାନଙ୍କ ଚିହ୍ନବର୍ଣ୍ଣ ହଜେଇ ଦେବାକୁ ଚେଷ୍ଟା କରାଯାଉଛି। ପ୍ରତି ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେସନରୁ ତାଙ୍କର ନାମ ହଟେଇବାକୁ ଦିଆ ଯାଉଛି। ଏହାର କାରଣରୁ ତାଙ୍କ ଉପରେ ହେଉଥିବା ଏହି ଅନ୍ୟାୟକୁ ଜାଗ୍ରତ କରିବା ପାଇଁ ତାଙ୍କୁ ତାଙ୍କର ସମର୍ଥକଙ୍କୁ ଏକ୍ସର ସାହାଯ୍ୟ ନେବାକୁ ପଡ଼ୁଛି।

ଜେମିମା ଲେଖିଛନ୍ତି , ଗ୍ରୋକ୍ , ଆପଣଙ୍କର ହିଁ ଏଆଇ , ଏହା ମୁତାବିକ ପ୍ରତିଥର ଯେବେ ମୁଁ ଇମ୍ରାନ ଖାନଙ୍କ ଜେଲ୍‌ର ସ୍ଥିତି କିମ୍ୱା ଏକାନ୍ତ କାରାବାସ ଓ ନିଜ ପୁଅର ତା ବାପାଙ୍କ ପାଖରେ ପହଞ୍ଚି ବିଷୟରେ ପୋଷ୍ଟ କରୁଛି ତ ଏଲୋଗୋରିଦିମ୍ ଏହି ପୋଷ୍ଟକୁ ସୀମିତ କରିଦିଏ...ପାକିସ୍ତାନୀ ଅଧିକାରୀମାନେ ଇମ୍ରାନ ଖାନଙ୍କ ନିକଟତର ଲୋକଙ୍କ ସମାଲୋଚନାକୁ ନିଜର ଅନଲାଇନ୍ ଅନୁଧ୍ୟାନରେ ସବୁଠୁ ଉପରେ ରଖିଛନ୍ତି ଏବଂ ଏକ୍ସ ଚୁପଚାପ ଏହାର ପାଳନ କରୁଛି।

ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ଏଲନ ମସ୍କଙ୍କୁ ତାଙ୍କର ଅଭିବ୍ୟକ୍ତିର ସ୍ୱାଧୀନତାର ବୟାନକୁ ମନେପକାଇ କହିଛନ୍ତି , ଆପଣ ଫ୍ରି ସ୍ପିଚର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏମିତି ସ୍ପିଚର ନୁହେଁ ଯାହାର କେହି ଶୁଣିବା ପାଇଁ ନଥିବେ। ଦୟାକରି ମୋ ଆକାଉଣ୍ଟରରେ ଭିଜିବିଲିଟି ଫିଲ୍ଟରିଂ ଠିକ୍ କରନ୍ତୁ , ଯାହାକି ଆମେ ନିଜର ବାର୍ତ୍ତା ସାରା ଦୁନିଆ ଯାଏ ପହଞ୍ଚାଇ ପାରିବୁ।

ଉଲ୍ଲେଖନୀୟ ଯେ, ଇମ୍ରାନ ଖାନ ଓ ଗୋଲ୍ଡସ୍ମିଥଙ୍କ ବିବାହ ୧୯୯୫ରେ ହୋଇ ଥିଲା। ତାଙ୍କର ଦୁଇଜଣ ପୁଅ ଅଛନ୍ତି, ଯାହାଙ୍କ ନାଁ ଯଥାକ୍ରମେ ସୁଲେମାନ ଇସା ଓ କାସିମ । ୯ବର୍ଷ ଯାଏ ଏକାଠି ରହିଥିବା ଜେମିମା ଓ ଇମ୍ରାନ ୨୦୦୪ ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଜେମିମା ଆମେରିକାରେ ରହୁଛନ୍ତି , ହେଲେ ତଲାକ୍ ସତ୍ତ୍ୱେ ତାଙ୍କୁ ଅନେକ ଅବସରରେ ଇମ୍ରାନ ଖାନଙ୍କ ପାଇଁ ସ୍ୱର ଉଠାଇବାର ଦେଖିବାକୁ ମିଳେ।

ଆପଣଙ୍କୁ କହି ରଖୁଛୁ କି , ଇମ୍ରାନ ଖାନଙ୍କୁ ଏହି ସମୟରେ ପାକିସ୍ତାନର ଆଡିଆଲ ଜେଲରେ ରଖା ଯାଇଛି। ତାଙ୍କ ସମର୍ଥକଙ୍କ ଅଭିଯୋଗ ଯେ, ବାରମ୍ୱାର ଇମ୍ରାନଙ୍କୁ ସମସ୍ୟାରେ ପକାଯାଉଛି ଏବଂ ତାଙ୍କ ନିର୍ଯାତନା ଦିଆ ଯାଉଛି।