ପାରାଦୀପ,୦୮/୧୦: ପାରାଦୀପ ବନ୍ଦର ପ୍ରାଧିକରଣ ନିଜ  ଉତ୍ସର୍ଗୀକୃତ ମନୋଭାବ ଓ କାର୍ଯ୍ୟଦକ୍ଷତା ପାଇଁ ପଣ୍ୟ ପରିଚାଳନାରେ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଚାଲିଛି । ବନ୍ଦର କର୍ତ୍ତୃପକ୍ଷ ରବିବାର ଏକ  ନୂତନ କୀର୍ତ୍ତିମାନ ସ୍ଥାପନ  କରିଛନ୍ତି । ଅକ୍ଟୋବର ୬  ସୁଦ୍ଧା, ବନ୍ଦର ଚଳିତ ଆର୍ଥିକ  ବର୍ଷରେ ୭୫.୧୭ ମିଲିୟନ  ମେଟ୍ରିକ୍‌ ଟନ୍‌ (ଏମ୍‌ଏମ୍‌ଟି) ମାଲ୍‌ ପରିବହନ କରିଛି । ଯାହା ପୂର୍ବ  ଆର୍ଥିକ ସମୟ ସୀମାର ୧୨ ଦିନ ପୂର୍ବରୁ ଏହି ମାଇଲ୍‌ଖୁଣ୍ଟ ସ୍ଥାପନ  ହୋଇଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ  ପି.ଏଲ୍‌. ହରନାଦ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ସାମୁଦ୍ରିକ  ଶିଳ୍ପରେ ପାରାଦୀପ ବନ୍ଦର ନୂତନ ମାଇଲ୍‌ଖୁଣ୍ଟ ସ୍ଥାପନ କରିବାକୁ  ଅଗ୍ରସର ହେଉଥିବା ଅଧ୍ୟକ୍ଷ ଶ୍ରୀ ହରନାଦ ସୂଚନା ଦେଇଛନ୍ତି।