ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ରିଲିଜ୍‌ ପୂର୍ବରୁ ବିବାଦରେ ‘ପରମ ସୁନ୍ଦରୀ’, ଫିଲ୍ମର ଏକ ସିନ୍‌କୁ ନେଇ ସିବିଏଫସିକୁ ଚିଠି ଲେଖିଲା ଖ୍ରୀଷ୍ଟିୟ ସଂଗଠନ

Published By : Krishna Priya | August 25, 2025 1:19 PM

ନୂଆଦିଲ୍ଲୀ ୨୫/୦୮: ପ୍ରେକ୍ଷାଳୟକୁ ଆସିବା ଆଗରୁ ବିବାଦରେ ଫସିଛି ଫିଲ୍ମ ‘ପରମ ସୁନ୍ଦରୀ’। ଜାହ୍ନବୀ କପୁର ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଏହି ଫିଲ୍ମର ଗୀତଗୁଡିକୁ ଇତିମଧ୍ୟରେ ଦର୍ଶକ ପସନ୍ଦ କରିଛନ୍ତି। କିନ୍ତୁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଗୋଟିଏ ଗୋଷ୍ଠୀ ଫିଲ୍ମଟିକୁ ନେଇ ଆପତ୍ତି ଉଠାଇଛନ୍ତି। ଧର୍ମୀୟ ଭାବବେଗରେ ଆଘାତର ଅଭିଯୋଗ ଉଠିଛି ଏହି ଫିଲ୍ମ ବିରୁଦ୍ଧରେ। ବିଶେଷ କରି ଗୋଟିଏ ଗୀତର ଦୃଶ୍ୟକୁ ନେଇ ସେମାନେ ଆପତ୍ତି କରିଛନ୍ତି। ଚର୍ଚ୍ଚ  ଭିତରେ ପ୍ରେମରେ ମଜ୍ଜି ଯାଇଛନ୍ତି ଜାହ୍ନବୀ ଓ ସିଦ୍ଧାର୍ଥ । କିଭଳି ଭାବରେ ଧର୍ମୀୟ ସ୍ଥାନରେ ଘନିଷ୍ଠ ଦୃଶ୍ୟର ପ୍ରଦର୍ଶନ କରାଯାଇଛି, ସେ ନେଇ ସେ ଗୋଷ୍ଠୀ ପ୍ରଶ୍ନ ଉଠାଇଛନ୍ତି।

ଏକ ଖ୍ରୀଷ୍ଟିୟ ସଂଗଠନ ‘ଦ ୱାଚଡଗ୍‌ ଫାଉଣ୍ଡେସନ୍‌’ ତରଫରୁ  ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ  ସାର୍ଟିଫିକେସନକୁ ଚିଠି ଲେଖିଛି। ମୁମ୍ବାଇ ପୁଲିସ, ତଥ୍ୟ  ଓ ପ୍ରସାରଣ ମନ୍ତ୍ରଣାଳୟ ଓ ମହାରାଷ୍ଟ୍ର ସରକାରଙ୍କ ପାଖରେ ଏହି ସଙ୍ଗଠନ ତରଫରୁ ଚିଠି ପଠାଯାଇଛି। ଏପରିକି ଫିଲ୍ମର ନିର୍ଦ୍ଦେଶକଙ୍କୁ ମଧ୍ୟ ସଂଗଠନ ତରଫରୁ ଚିଠି ପଠାଯାଇଛି। ଚିଠି ଜରିଆରେ ସେମାନେ ଅନୁରୋଧ କରିଛନ୍ତି ଫିଲ୍ମଟିରୁ ଏକ ବିଶେଷ ଦୃଶ୍ୟ ବାଦ୍‌ ଦିଆଯାଉ। ସଂଗଠନ ତରଫରୁ ଉଲ୍ଲେଖ କରାଯାଇଛି, ବର୍ତ୍ତମାନ ସମୟରେ ଇଚ୍ଛାକୃତ ଭାବେ ଫିଲ୍ମରେ ଏମିତି କିଛି ସିନ୍‌ ରଖାଯାଏ ଯାହାନେଇ ବିତର୍କ ସୃଷ୍ଟି ହୋଇପାରେ।  ଦର୍ଶକମାନଙ୍କୁ ଆକର୍ଷିତ କରିବା ଉଦ୍ଦ୍ୟେଶ୍ୟରେ କିଛି ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଏପରି କରିଥାନ୍ତି। ଏସବୁ ବନ୍ଦ ହେବା ଦରକାର ବୋଲି ଉକ୍ତ ସଂଗଠନ ଦାବି କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.