ମୁମ୍ୱାଇ : ଫିଲ୍ମ 'ହେରା ଫେରି -୩' ତିଆରି ହେବା ନେଇ ଏବେ ବି ସମସ୍ୟା ଲାଗି ରହିଛି। ଏମିତି ମନେହେଉଛି ଯେ, ହେରା ଫେରି -୩ ପାଇଁ ପ୍ରଶଂସକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ। କିଛି ଦିନ ପୂର୍ବେ ଖବର ଆସି ଥିଲା ଯେ, ପରେଶ ରାୱଲ ହେରା ଫେରି-୩ରେ ନଜର ଆସିବେ ନାହିଁ। ଏହାପରେ ଅକ୍ଷୟ କୁମାର ଓ ପରେଶ ରାୱଲଙ୍କ ମଧ୍ୟରେ ମତାନ୍ତର ଖବର ମଧ୍ୟ ଥିଲା। ହେଲେ କିଛି ଦିନ ପରେ ଖବର ଆସି ଥିଲା ଯେ, ପରେଶ ରାୱଲ ଓ ଅକ୍ଷୟ କୁମାରଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇ ଯାଇଛି ଏବଂ ସେ ହେରାଫେରି -୩ର ସଦସ୍ୟ ସାଜିବେ। କିନ୍ତୁ ଏବେ ପୁଣି ଥରେ ଏମିତି ଖବର ଆସିଛି ଯେ, ପରେଶ ରାୱଲ ହେରା ଫେରି -୩ରେ ଅଭିନୟ କରିବେ ନାହିଁ ଏବଂ ସେ ଫିଲ୍ମର ସାଇନିଂ ଆମାଉଣ୍ଟ ମଧ୍ୟ ଅକ୍ଷୟ କୁମାରଙ୍କୁ ଫେରେଇ ଦେଇଛନ୍ତି।
ବଲିଉଡ ହଙ୍ଗାମାର ଏକ ରିପୋର୍ଟ ମୁତାବିକ , ପରେଶ ରାୱଲ ପ୍ରୋଜେକ୍ଟରୁ ଓହରି ଯାଇଛନ୍ତି। ସେ ନିର୍ମାତାଙ୍କୁ ୧୫ ପ୍ରତିଶତ ବାର୍ଷିକ ସୁଧ ସହ ସାଇନିଂ ଆମାଉଣ୍ଟରେ ମିଳିଥିବା ୧୧ ଲକ୍ଷ ଟଙ୍କା ଫେରେଇ ଦେଇଛନ୍ତି। ସୂତ୍ର ମିଡିଆ ପୋର୍ଟାଲକୁ କହିଛି ଯେ, ତାଙ୍କର ସମୁଦାୟ ଫି’ ୧୫ କୋଟି ଟଙ୍କା ଥିଲା। ସିଟ୍ରେ ଲେଖା ଯାଇ ଥିଲା ଯେ, ଫିଲ୍ମ ରିଲିଜର ଏକ ମାସ ପରେ ପରେଶ ରାୱଲଙ୍କୁ ୧୪.୮୯ କୋଟି ଟଙ୍କା ଦିଆ ଯିବ। ପରେଶ ରାୱଲ ଏହି ସର୍ତ୍ତରେ ଖୁସି ନଥିଲେ। ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ। ଏହାର ଅର୍ଥ ହେରା ଫେରି -୩ ୨୦୨୬ କିମ୍ୱା ୨୦୨୭ରେ ରିଲିଜ ହେବ। ଏହାର ଅର୍ଥ ପରେଶ ରାୱଲଙ୍କୁ ନିଜର ବକେୟା ଅର୍ଥ ପାଇଁ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ସାଇନିଂ ଆମାଉଣ୍ଟ ଫେରସ୍ତ କରିବାକୁ ନେଇ କିମ୍ୱା ଫିଲ୍ମରୁ ଦୂରେଇ ଯିବା ପାଇଁ ଏବେସୁଦ୍ଧା ପରେଶ ରାୱଲ କିମ୍ୱା ଅକ୍ଷୟ କୁମାରଙ୍କ ପକ୍ଷରୁ କୌଣସି ଅଫିସିଆଲି ବିବୃତ୍ତି ଆସି ନାହିଁ।
କହି ରଖୁଛି କି , କିଛି ସମୟ ପୂର୍ବରୁ ଅକ୍ଷୟ କୁମାର ଏକ ପଡକାଷ୍ଟରେ କହିଥିଲେ ଯେ, ହେରା ଫେରି -୩ ଏବେ ନିର୍ମିତ ହେଉ ନାହିଁ। ସେ କହିଥିଲେ ଯେ, ଯେବେ ସଠିକ୍ ସମୟ ହେବ , ସେତବେଳେ ହେରା ଫେରି -୩ ତିଆରି ହେବ।
ଆହୁରି ମଧ୍ୟ ପଢନ୍ତୁ : ଫିଲ୍ମ ‘ଆନିମଲ’ରେ ବବି ଦେଓଲଙ୍କ ଚରିତ୍ରକୁ ନେଇ ପିତା ଧର୍ମେନ୍ଦ୍ର କହିଥିଲେ ଏମିତି