ମୁମ୍ୱାଇ : ବବି ଦେଓଲ ଫିଲ୍ମ ‘ଆନିମଲ’ର ଜବରଦସ୍ତ ସଫଳତା ଓ ନିଜର ରୋଲକୁ ନେଇ ଖୁବ୍ ଚର୍ଚ୍ଚାରେ ରହି ଥିଲେ। ଫିଲ୍ମରେ ଯଦିଓ ତାଙ୍କର ରୋଲ୍ ପ୍ରାୟ କିଛି ମିନିଟର ରହି ଥିଲା, କିନ୍ତୁ ସେ ଲିଡ୍ ଆକ୍ଟର ରଣବୀର କପୁରଙ୍କୁ ବି ପଛରେ ପକାଇ ଦେଇ ଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଖୁବ୍ ଧମାକା କରି ଥିଲା। ଫିଲ୍ମରେ ବବି ଭିଲେନର ଚରିତ୍ର କରି ଥିଲେ। ନିକଟରେ ବବି କହି ଥିଲେ ଯେ, ତାଙ୍କର ପିତା ଧର୍ମେନ୍ଦ୍ରଙ୍କୁ ଆରମ୍ଭରେ ଏହି କଥାର ବିଶ୍ୱାସ ନଥିଲା ଯେ, 'ଆନିମଲ’ ରେ ତାଙ୍କର ରୋଲର କଣ ପ୍ରଭାବ ପଡ଼ିବ।

ବବି ଦେଓଲ ନିକଟରେ ଶେଖର ସୁମନଙ୍କ ଚ୍ୟାଟ୍ ଶୋ’ ‘ଶେଖର ଟୁନାଇଟ୍’ରେ ଯୋଗ ଦେଇ ଥିଲେ। ଏହି ସମୟରେ ସେ କହିଥିଲେ ଯେ, ‘ଆନିମଲ’ରେ ତାଙ୍କର ନେଗେଟିଭ୍ ରୋଲରେ ତାଙ୍କ ପିତାଙ୍କ କଣ ରିଆକ୍ସନ ଥିଲା। ବବି ହସି ହସି ସେ କଥା ମନେପକାଇ ଥିଲେ , ପାପା ମୋତେ ପଚାରୁ ଥିଲେ , ‘ତୁ ଭିଲେନ ହୈ’ ତେରା ରୋଲ୍ କିତନା ହୈ ?’ ହେଲେ , ଫିଲ୍ମ ରିଲିଜ ହେବା ପରେ ଓ ଅନଲାଇନ ଏବଂ ଫିଲ୍ମ ହଲରେ ଏହାକୁ ମିଳିଥିବା ଜବରଦସ୍ତ ରେସପନ୍ସ ପରେ , ପାପାଙ୍କୁ ତାଙ୍କ ପୁଅର ସଫଳତାରେ ବହୁତ ଗର୍ବ ଅନୁଭବ ହୋଇ ଥିଲା।

ବବି ଆହୁରି କହି ଥିଲେ, ଯେବେ ସେ ଦେଖିଲେ ଯେ, ଲୋକଙ୍କୁ ଏତେ ଭଲ ପାଇବା ମିଳୁଛି, ତ ସେ ବହୁତ ଖୁସି ଥିଲେ। ଅଭିନେତା ଆହୁରି କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କୁ ଇନଷ୍ଟାଗ୍ରାମରେ ସ୍କ୍ରଲ କରିବା ଓ ପ୍ରଶଂସକଙ୍କ ରିଆକ୍ସନ ପଢିବା ଖୁବ୍ ପସନ୍ଦ। ସେ ତାଙ୍କର ପ୍ରଦର୍ଶନକୁ ନେଇ ଲୋକଙ୍କ ଉତ୍ସାହ ଦେଖିବା ପରେ କଣ ରିଆକ୍ସନ ଦେଲେ। ବବି କହିଥିଲେ – ପାପା ମୋତେ କହିଥିଲେ , ଲୋକେ ତ ତୋର ଦିୱାନା ହୋଇଯାଇଛନ୍ତି। ମୋତେ ବହୁତ ଖୁସି ଲାଗୁଛି ଯେ, ସେ ମୋ ଜୀବନର ଏହି ସମୟ ବି ଦେଖିଲେ।

ବବି କହିଛନ୍ତି ବର୍ଷ ବର୍ଷ ଧରି ଷ୍ଟ୍ରଗଲ କରିବା ପରେ , ତାଙ୍କ ମାତା ପିତାଙ୍କୁ ଖୁସି ହେବା ଦେଖିବା ତାଙ୍କର କମବ୍ୟାକ୍ ଜର୍ନିର ସବୁଠୁ ଇମୋସନାଲ କ୍ଷଣ ମଧ୍ୟରୁ ଗୋଟିଏ ଥିଲା। ଅଭିନେତା କହିଥିଲେ ଯେ, ଆନିମଲ ପରେ ତାଙ୍କୁ ଯେଉଁ ଭଲ ପାଇବା ମିଳିଲା , ତାହା ସ୍ପେଶାଲ ଲାଗିଲା , କାରଣ ଏହା ଦୀର୍ଘ ସମୟର ସେଲ୍ଫ-ଡାଉନ ଓ କ୍ୟାରିୟରରେ ଉତ୍ଥାନ ପତନ ପରେ ମିଳିଥିଲା। ତାଙ୍କ ପିତାଙ୍କ ବିଷୟରେ ଭାବି ବବି ଭାବ ପ୍ରବଣ ହୋଇଗଲେ ଏବଂ କହିଲେ –ମୋ ପାଇଁ ପାପା ଜଣେ ଏମିତି ମଣିଷ ଥିଲେ, ଯାହାଙ୍କୁ ପୂରା ଦୁନିଆ ଏତେ ଭଲ ପାଉ ଥିଲା। ପାପା ସ୍ପେଶାଲ ଥିଲେ । ତାଙ୍କ ଭଳି କେହି ହୋଇ ପାରିବେ ନାହିଁ।

ଆହୁରି ମଧ୍ୟ ପଢନ୍ତୁ : ମାଧୁରୀ –ତୃପ୍ତିଙ୍କ ଆଗରେ ଇନଫ୍ଲୁଏନ୍ସରଙ୍କୁ ଅଣଦେଖା କଲେ ପାପାରାଜି , ଭିଡିଓ ଭାଇରାଲ