ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସର୍ବଦଳୀୟ ବୈଠକରେ ସହମତି, ସଂସଦରେ ହଟ୍ଟଗୋଳ ଉପରେ ଲାଗିବ ବ୍ରେକ୍…

Published By : Ladu Kishor | December 2, 2024 6:46 PM

ନୂଆଦିଲ୍ଲୀ: ସୋମବାର ଲୋକସଭା ବାଚସ୍ପତି ଓମ ବିର୍ଲା କିଛି ରାଜନୈତିକ ଦଳର ନେତାଙ୍କୁ ଭେଟିଛନ୍ତି। ଏହି ସର୍ବଦଳୀୟ ବୈଠକରେ ସଂସଦରେ ଜାରି ରହିଥିବା ହଟ୍ଟଗୋଳକୁ ଶେଷ କରିବାର ଉପାୟ ଉପରେ ଆଲୋଚନା ହୋଇଛି । ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିବାକୁ ସେ ସମସ୍ତ ସଦସ୍ୟଙ୍କୁ ନିବେଦନ କରିଛନ୍ତି। ଏହି ବୈଠକରେ ସମସ୍ତ ଦଳର ପ୍ରତିନିଧୀ ମାନେ ଡିସେମ୍ବର ୩ ରୁ ଲୋକସଭା ପ୍ରକ୍ରିୟାକୁ ସୁରୁଖୁରୁରେ ଚଳାଇବାକୁ ସହମତ ହୋଇଛନ୍ତି।

ଏଥି ସହ ଏହି ବୈଠକରେ ୧୩ ଏବଂ ୧୪ ଡିସେମ୍ବରରେ ସମ୍ବିଧାନ ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ, ସମ୍ବିଧାନର ଗୁରୁତ୍ୱ ଏବଂ ଏହାର ଅନେକ ଦିଗ ଗୃହରେ ଗଭୀର ଭାବରେ ଆଲୋଚନା ହେବ । ଏଥି ସହିତ ୧୬ ଏବଂ ୧୭ ଡିସେମ୍ବରରେ ରାଜ୍ୟସଭାରେ ସମାନ ପ୍ରସଙ୍ଗରେ ଆଲୋଚନା ହେବ।

ତେବେ ସୋମବାର ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ, ଅର୍ଜୁନ ରାମ ମେଘୱାଲ, କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଏନସିପି ନେତା ସୁପ୍ରିୟା ସୁଲେ, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ସହ ବହୁ ବିଶିଷ୍ଟ ନେତା ଯୋଗ ଦେଇଥିଲେ। ଏହି ସଭାରେ ସମାଜବାଦୀ ପାର୍ଟି ସାଂସଦ ଧର୍ମେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ରାଧାକୃଷ୍ଣନ୍ (ସିପିଆଇ) ଅରବିନ୍ଦ ସାଓ୍ବନ୍ତ (ଶିବସେନା-UBT) ଅଭୟ କୁଶବାହ (RJD) ଦିଲେଶ୍ବର କାମୌତ(JDU) ଉପସ୍ଥିତ ଥିଲେ ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.