ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

Published By : Prameya | March 10, 2025 8:25 AM

ନୂଆଦିଲ୍ଲୀ,୧୦/୦୩: ଆଜିଠୁ ସଂସଦ ବଜେଟ ଅଧିବେଶନର  ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହା ଏପ୍ରିଲ  ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ବିରୋଧୀ ଦଳଗୁଡିକ ନକଲି ଇଲେକ୍ଟୋରାଲ ଫଟୋ ଆଇଡେଣ୍ଟିଟି କାର୍ଡ  (ଇପିଆଇସି) ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି । 

ଏଥିସହ ମଣିପୁରରେ ସାନି ହିଂସା, ଟ୍ରମ୍ପ ପ୍ରଶାସନ  ସହ ଭାରତର ସମ୍ପର୍କ ଭଳି ପ୍ରସଙ୍ଗ ମଧ୍ୟ ବିରୋଧୀମାନେ  ଉଠାଇବାର ସଙ୍କେତ ମିଳୁଛି । ଇପିଆଇସି ମାମଲା ଟିଏମ୍‌ସି  ଜୋର୍‌ଦାର ଉଠାଇବ । ଟିଏମ୍‌ସି ଏହି ପ୍ରସଙ୍ଗରେ କଂଗ୍ରେସ,  ଡିଏମ୍‌କେ, ଶିବସେନା (ୟୁବିଟି) ଭଳି ଦଳକୁ ଏକାଠି କରିବ ।  

ଟିଏମ୍‌ସି ଅଭିଯୋଗ କରିଛି କି ଇପିଆଇସି ମାଧ୍ୟମରେ ଗୋଟିଏ  ରାଜ୍ୟର ଭୋଟରମାନେ ଅନ୍ୟ ରାଜ୍ୟରେ ଭୋଟ ଦେଉଛନ୍ତି।  ତେବେ ନିର୍ବାଚନ କମିଶନ ଏହାକୁ ଖଣ୍ଡନ କରିବା ସହ ୩ ମାସ  ଭିତରେ ଇପିଆଇସି ପ୍ରସଙ୍ଗ ସମାଧାନ କରାଯିବ ବୋଲି କହିଛନ୍ତି ।  ଅନ୍ୟପକ୍ଷରେ ସରକାର ୱାକଫ ସଂଶୋଧନ ବିଲ୍‌ ଗୃହୀତ କରାଇବା  ସହ ମଣିପୁର ବଜେଟ ପାସ୍‌ କରାଇବାକୁ ଯୋଜନା କରିଛନ୍ତି ।  ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୩୧ରୁ  ଆରମ୍ଭ ହୋଇ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିଥିଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.