ପାଟନା,୧।୩:  କୋଚିଂ ବିବାଦ ମାମଲାରେ ଫୈଜଲ ଖାନ୍ ଓରଫ୍ ଖାନ୍ ସାରଙ୍କ ବଡ଼ ଧରଣର ଆଶ୍ବସ୍ତି। ପାଟନା ସିଭିଲ କୋର୍ଟ ଖାନ୍ ସାରଙ୍କ ଅଗ୍ରୀମ ଜାମିନ ଆବେଦନକୁ ମଞ୍ଜୁର କରିନେଇଛନ୍ତି। ଏହା ପୂର୍ବରୁ କୋର୍ଟ ତାଙ୍କର ଅଗ୍ରୀମ ଜାମିନ୍ ଆବେଦନ ଉପରେ ଦୁଇପକ୍ଷର ଶୁଣାଣି ପୁରା ହେବା ପରେ ରାୟ ସଂରକ୍ଷିତ ରଖିଥିଲେ।

ଖାନ୍ ସାରଙ୍କ ଓକିଲ ଅରବିନ୍ଦ କୁମାର ମଉଆର କହିଛନ୍ତି,କୋର୍ଟରେ ସବୁଠାରୁ ପ୍ରଥମେ ଖାନ୍ ସାରଙ୍କ ଅଗ୍ରୀମ ଜାମିନ୍ ଆବେଦନ ନେଇ ରାୟ ଆସିଥିଲା। ତାଙ୍କ ଆବେଦନ ମଞ୍ଜୁରୀ କରି ନିଆଯାଇଛି। ଏହାପରେ ଶେଷରେ ଦୁଇ ଗାର୍ଡଙ୍କୁ ନିୟମିତ ବେଲ୍ ଆବେଦନକୁ ମଧ୍ୟ ମଞ୍ଜୁରୀ କରି ଦିଆଯାଇଛି। ଓକିଲଙ୍କ କହିବା ଅନୁସାରେ,ଅନ୍ୟପକ୍ଷରୁ ଅଗ୍ରୀମ ଜାମିନ୍ ଆବେଦନର ବିରୋଧ କରାଯାଇଥିଲା, କିନ୍ତୁ କୋର୍ଟର ଆଇନ ଅନୁସାରେ, ତାଙ୍କୁ ଜାମିନ୍ ଦିଆଯାଇଛି। ଓକିଲ କହିଛନ୍ତି,ଅନ୍ୟ ପକ୍ଷରୁ ଅଗ୍ରୀମ ଜାମିନ୍ ଆବେଦନର ବିରୋଧ କରାଯାଇଥିଲା, କିନ୍ତୁ କୋର୍ଟ ଆଇନ ଅନୁସାରେ, ତାଙ୍କୁ ଜାମିନ୍ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ହତ୍ୟା ଉଦ୍ୟମ ଏବଂ  ବେଆଇନ ଭାବରେ ହତିଆର ବ୍ୟବହାର ମାମଲାରେ ଖାନ୍ ସାରଙ୍କ ଉପରେ କେସ୍ ଚାଲିଥିଲା। ପାଟନାର ପ୍ରଧାନ ଜିଲ୍ଲା ଜଜ୍ ରୂପେଶ ଦେବଙ୍କ ଅଦାଲତ ଖାନ୍ ସାରଙ୍କ ଜାମିନ୍ ଆବେଦନକୁ ମଞ୍ଜୁରୀ କରିଛନ୍ତି। ବିଚାରପତି ୮ ଜୁଲାଇରେ ଦୁଇ ପକ୍ଷର ଆବେଦନ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। କୋର୍ଟ ନିଜର ରାୟ ଦେବା  ପାଇଁ ୧୦ ଜୁଲାଇ ଧାର୍ଯ୍ୟକରିଥିଲେ, କିନ୍ତୁ ମୁଖ୍ୟ ଜିଲ୍ଲା ଜଜ୍ ଛୁଟିରେ ଥିବା କାରଣରୁ ପ୍ରଭାରୀ ପ୍ରଧାନ ଜିଲ୍ଲା ଜଜ୍ ରାୟ ପାଇଁ ୧୩ ଜୁଲାଇ ବା ସୋମବାରକୁ ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ଖାନ୍ ସାରଙ୍କର ଜେଲରେ ଥିବା ଦୁଇ ବଡିଗାର୍ଡଙ୍କ ଜାମିନ ଆବେଦନ ଉପରେ ମଧ୍ୟ ରାୟ ଆସିଛି। କୋର୍ଟ ତାଙ୍କୁ ମଧ୍ୟ ବେଲ୍ ପ୍ରଦାନ କରିଛନ୍ତି।

ଏହି ପୁରା ମାମଲା ୨ ଜୁନ୍ ଆରମ୍ଭରେ ହୋଇଥିବା ସେହି ଗୁଳିକାଣ୍ଡ ଘଟଣା ସହ ଜଡିତ।ପାଟନାର ମୁସଲ୍ଲାହପୁର ହାଟ ଅଞ୍ଚଳରେ ଥିବା ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍ ସଂସ୍ଥା ଉପରକୁ କିଛି ଦୁର୍ବୃତ୍ତ ପଥରମାଡ଼ ଓ ଭଙ୍ଗାରୁଜା କରିଥିଲେ। ସେହି ସମୟରେ ଆତ୍ମରକ୍ଷା ପାଇଁ ଖାନ୍ ସାର୍‌ଙ୍କ ବଡିଗାର୍ଡ ଦ୍ୱାରା ହାୱାରେ ଗୁଳିଚାଳନା  କରିଥିଲେ। ଖାନ୍‌ ସାର୍ କୋଚିଂ ସଂସ୍ଥାର ନିକଟରେ ହୋଇଥିବା ଗୁଳିମାଡ ଘଟଣାର ଭିଡିଓ ଭାଇରାଲ ପରେ ଖାନ୍ ସାର ଓ ତାଙ୍କର ଦୁଇ ଅନ୍ୟ ସୁରକ୍ଷାକର୍ମଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏବେ ଏହି ମାମଲାରେ ସମସ୍ତଙ୍କୁ ଜାମିନ୍ ମିଳିଛି।

ଆହୁରି ପଢନ୍ତୁ : Badrinath Donation Scam: ବଦ୍ରିନାଥ ଦାନ ଚୋରି ମାମଲାରେ SIT ଆକ୍ସନ, କମିଟିର ନିଲମ୍ବିତ କର୍ମଚାରୀ ଗିରଫ