ପାଟନା, ୧୩/୩ : ଆମେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଛୁ । ଆମକୁ ଗ୍ୟାସ ଟାଙ୍କି ଦିଅ । ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନାଁ କହି ନେଇଗଲେ ୪ ଗ୍ୟାସ ସିଲିଣ୍ଡର । ଉପମୁଖ୍ୟମନ୍ତ୍ରୀଙ୍କ ନାଁକୁ ବ୍ୟବହାର କରି ଏନେଜ୍ସି ପାଖରୁ ଟାଙ୍କି ନେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହା ମିଛ ବୋଲି ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମିଛରେ କେହି ବଦନାମ କରିବା ପାଇଁ କିମ୍ବା ଉଦ୍ଦେଶ୍ୟମୂଳକ ଭାବେ ନେଇଥିବା କୁହାଯାଉଛି । ତେବେ ଏହି ଘଟଣାର ତଦନ୍ତ କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦିଆଯାଇଛି ।

ଗୁରୁବାର ଦିନ ପାଟନାର ଗର୍ଦ୍ଦାନିବାଗ ଅଞ୍ଚଳର ସତ୍ୟ ଗ୍ୟାସ୍ ଏଜେନ୍ସିରେ କିଛି ଲୋକ ପହଞ୍ଚିଥିଲେ। ସେମାନେ ନିଜକୁ ଏସଡିଓ ଅଧିକାରୀ ଭାବରେ ପରିଚୟ ଦେଇଥିଲେ ଏବଂ ସେମାନେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଦାବି କରିଥିଲେ। ଏଜେନ୍ସି କର୍ମଚାରୀ ସୋନମ କୁମାରଙ୍କ ଅନୁଯାୟୀ, ସେମାନେ ପ୍ରଥମେ ୧୫ଟି ଗ୍ୟାସ୍ ସିଲିଣ୍ଡର ଦାବି କରିଥିଲେ। କର୍ମଚାରୀ ଜଣକ କହିଛନ୍ତି ଯେ ଯେତେବେଳେ ସେମାନଙ୍କୁ କୁହାଗଲା ଯେ ସେମାନେ ଗୋଦାମରେ ସିଲିଣ୍ଡର ସଂଖ୍ୟା ଦେଖିପାରିବେ, ସେମାନେ କେବଳ ଚାରୋଟି ଭର୍ତ୍ତି ସିଲିଣ୍ଡର ପାଇଲେ। ତା’ପରେ ସେମାନେ ସମସ୍ତ ଚାରୋଟି ସିଲିଣ୍ଡର ନେଇ ଚାଲିଗଲେ। କର୍ମଚାରୀଙ୍କ ଅନୁଯାୟୀ, ସେହି ଲୋକମାନେ ନିଜକୁ ଭିଆଇପି ବୋଲି ଦାବି କରିଥିଲେ ଏବଂ କହିଥିଲେ ଯେ ସେମାନଙ୍କୁ ସିଲିଣ୍ଡର ବୁକ୍ କରିବାର ଆବଶ୍ୟକତା ନାହିଁ। 

ତେବେ ଏହି ଘଟଣା ପ୍ରଘଟ ହେବା ପରେ ଜଣା ପଡ଼ିଛି କି, ସେମାନେ ଯେଉଁ ଅଫିସର କହିଥିଲେ ସେମିତି କୌରସି ପଦବୀ ନାହିଁ । ଏବେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି, ଏହି ଘଟଣାର ତଦନ୍ତ ହେବ । ଯେଉଁମାନେ ଏଭଳି କାମ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ଏହାସହ ପଢ଼ନ୍ତୁ : ଛାତ୍ରଛାତ୍ରୀଙ୍କୁ ସନ୍ଥ ଗୌର ଗୋପାଳ ଦାସଙ୍କ ଆହ୍ୱାନ, କହିଲେ ସଫଳତା ପାଇଁ ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କର