ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ପାଟଣାଗଡ଼ରେ ଉନ୍ନୟନ କାର୍ଯ୍ୟ ଠପ୍; ବ୍ଲକ୍ ଅଫିସ୍ ସାମ୍ନାରେ ପାଞ୍ଚ ଦିନ ହେଲା ଧାରଣାରେ ସମିତି ସଭ୍ୟ-ସଭ୍ୟା

Published By : Rasmita Pradhan | July 1, 2025 3:01 PM

ପାଟଣାଗଡ଼, ୦୧/୦୭ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଓ ଏନଏସିରେ ଆଠ ମାସ ହେଲା ଉନ୍ନୟନମୂଳକ କାମ ଠପ୍ ରହିଛି। ଏହାର ପ୍ରତିବାଦରେ ୫ଦିନ ହେଲା ବ୍ଳକର ମୁଖ୍ୟ ପ୍ରବେଶ ଦ୍ଵାର ସମ୍ମୁଖରେ ସମିତି ସଭ୍ୟସଭ୍ୟାମାନେ ଧାରଣାରେ ବସିଛନ୍ତି। ସେପଟେ ଧାରଣାରତ କାଉନସିଲରମାନେ ଏନଏସି କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ବିଭାଗରେ ମଧ୍ୟ ତାଲା ବନ୍ଦ କରିଦେଇଛନ୍ତି। ବ୍ଳକ ସମ୍ମୁଖରେ ପୁଲିସ ପହଞ୍ଚି ସମିତି ସଭ୍ୟସଭ୍ୟାମାନଙ୍କୁ ମୁଖ୍ୟ ଦ୍ଵାର ସମ୍ମୁଖରେ ନବସିବାକୁ ଚାପ ପକାଇଛି। ହେଲେ ସେମାନେ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଛି। ଅନ୍ୟପଟେ ଏନଏସି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଅଚଳ ହୋଇଯିବାରୁ ସେଠାରେ କିଛି ପୁଲିସ କର୍ମଚାରୀ ମୁତୟନ ଅଛନ୍ତି। 

ସରକାରୀ ଅନୁଦାନକୁ ପାଟଣାଗଡ଼ ବିଧାୟକ ହସ୍ତକ୍ଷେପ କରୁଥିବା ନେଇ ସମିତି ସଭ୍ୟସଭ୍ୟାମାନେ ଅଭିଯୋଗ ଆଣିଛନ୍ତି। ଏପରିକି ତାଙ୍କ ଚାପରେ ବିଡିଓ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚୁପ୍ ରହୁଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି। ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ସମିତି ସଭ୍ୟ ସଙ୍ଘର ସଭାପତି ଗୋବିନ୍ଦ ମେହେର, ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାର, ଖୁଣ୍ଟସମଲାଇ ସମିତି ସଭ୍ୟା ସାବିତ୍ରୀ ନାଗ, ଶଙ୍କର ବାଗ ମଞ୍ଜୁରୀ ଭୋଇ, କଳ୍ପନା ବାରିକ, ଭୂମିସୁତା ଧରୁଆ, ଗାୟତ୍ରୀ ସା, ଚନ୍ଦ୍ର ଛତର, ସଗିତା ମିର୍ଦ୍ଧା, ସୁବର୍ଣ୍ଣ ସାହୁ, କୁମ୍ବଦିନୀ ସେଠ, ରଞ୍ଜନୀ ଧରୁଆ , ଗାୟତ୍ରୀ ସା, ଜୟନ୍ତୀ ସେଠଙ୍କ ସହ ଅନ୍ୟ ସମିତି ସଭ୍ୟ ସଭ୍ୟାମାନେ ଧାରଣାରେ ବସିଥିବା ବେଳେ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳଙ୍କ ସମେତ ଅନ୍ୟ କାଉନସିଲରମାନେ ଧାରଣାରେ ବସିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.