ନୂଆଦିଲ୍ଲୀ: ଭୋଜପୁରୀ ସୁପରଷ୍ଟାର ତଥା ଗାୟକ ପଓ୍ବନ ସିଂହଙ୍କୁ ଟିକେଟ୍ ଦେଇଛି ବିଜେପି । ବିହାରର ଏମଏଲସି ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଧାନ ପରିଷଦ ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି ପଓ୍ବନ ସିଂହ । ବିହାର ବିଧାନ ପରିଷଦର ନଅଟି ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ଜୁନ୍ ୧୮ ତାରିଖରେ ଅନୁଷ୍ଠିତ ହେବ। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନଡିଏର ପ୍ରାୟ ୨୦୨ ବିଧାୟକ ଅଛନ୍ତି । ବର୍ତ୍ତମାନର ଗଣନା ଅନୁଯାୟୀ,ପ୍ରାୟ ୨୫ ବିଧାୟକଙ୍କ ସମର୍ଥନ ଏକ ଆସନ ଜିତିବା ପାଇଁ ଯଥେଷ୍ଟ ବୋଲି ବିବେଚନା କରାଯାଉଛି । ଫଳସ୍ୱରୂପ,ଏନଡିଏର ଆଠଟି ଆସନ ପାଇଁ ପଥ ପ୍ରାୟ ସ୍ପଷ୍ଟ ମନେ ହେଉଛି ।
बिहार विधान परिषद द्विवार्षिक चुनाव 2026 हेतु भारतीय जनता पार्टी की ओर से घोषित सभी प्रत्याशियों को हार्दिक बधाई एवं शुभकामनाएँ।#NDA4Bihar #BJP4Bihar pic.twitter.com/TI2aJ2UlcW
— Samrat Choudhary (@samrat4bjp) June 5, 2026
ଏହାସହ ଦଳ ଏହା ସହିତ ଦଳ ସଞ୍ଜୟ ମୟୂଖ, ଅନିଲ କୁମାର ଠାକୁର ଏବଂ ଶୀଲା ପଣ୍ଡିତଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ପବନ ସିଂହଙ୍କ ନାମ ପୂର୍ବରୁ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟ ଖବର ପାଲଟିଥିଲା କିନ୍ତୁ ଦଳ ଏବେ ତାଙ୍କୁ ବିଧାନ ପରିଷଦ ପାଇଁ ଟିକେଟ ଦେଇଛି। ସଞ୍ଜୟ ମୟୂଖଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି; ସେ ବର୍ତ୍ତମାନ ବିହାର ବିଧାନ ପରିଷଦର ସଦସ୍ୟ।
ବିହାର ବିଜେପି ସଭାପତି ସଞ୍ଜୟ ସରାୱାଗି କହିଛନ୍ତି, "ବିହାର ବିଧାନସଭା ପରିଷଦ ଦ୍ୱିବାର୍ଷିକ ନିର୍ବାଚନ 2026 ପାଇଁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ଘୋଷିତ ସମସ୍ତ ପ୍ରାର୍ଥୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏବଂ ନିର୍ବାଚନୀ ସଫଳତା ପାଇଁ ମୋର ଶୁଭକାମନା।"
ଏହାସହ ପଢ଼ନ୍ତୁ : Mamata Banerjee TMC Crisis: ପଛକୁ ଘୁଞ୍ଚିଲେନି ଦିଦି, ପୁଣି ପୁତୁରାଙ୍କୁ ଦେଲେ ଦାୟିତ୍ବ: ଏହି ମାମଲାରେ କୋର୍ଟରେ ଦେବେ ଚ୍ୟାଲେଞ୍ଜ