ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମସି କ୍ଷମତାଚ୍ୟୁତ ହେବାର ମୁଖ୍ୟ କାରଣ ହେଉଛନ୍ତି ଅଭିଷେକ ବାନାର୍ଜୀ । ପୁତୁରାଙ୍କୁ ଅଖଣ୍ଡ କ୍ଷମତା ଦେବାରୁ ଦଳର ଏଭଳି ଅବସ୍ଥା ହୋଇଥିବା ଦଳର ବହୁ ନେତା ମଧ୍ୟ ଅଭିଯୋଗ କରିଆସୁଛନ୍ତି । ତଥାପି ନିଜ ପୁତୁରାଙ୍କ ଉପରେ ଅଗାଢ଼ ବିଶ୍ବାସ ରଖିଛନ୍ତି ଦିଦି । ପୁଣିଥରେ ଅଭିଷେକ ବାନାର୍ଜୀଙ୍କୁ ଦେଇଛନ୍ତି ଗୁରୁ ଦାୟିତ୍ବ । ଆଉ ପୁଣିଥରେ ପୁରୁଣା ଅନ୍ଦାଜରେ ଟାର୍ଗେଟ କରିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ ।
ଶୁକ୍ରବାର ଟିଏମସି ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବହୁ ବିଦ୍ରୋହୀ ବିଧାୟକଙ୍କ ବିରୋଧ ପରେ ମଧ୍ୟ ଅଭିଷେକଙ୍କୁ ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ମମତା । ଏହାସହ ନିଜେ ଜାତୀୟ ସଭାପତି ହୋଇଛନ୍ତି । ଅନୁଷ୍ଠିତ ବୈଠକରେ ଦଳର ବହୁ କମ ନେତା ଯୋଗ ଦେଇଥିଲେ । ଦଳରେ ମହାବିଭ୍ରାଟ ହୋଇଥିବାବେଳେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଏହି ବୈଠକରେ ଅଳ୍ପ ସଂଖ୍ୟକ ନେତା ଉପସ୍ଥିତ ଥିବା ପରେ ମଧ୍ୟ ଏଭଳି ଦାୟିତ୍ବ ଦେଇଛନ୍ତି ।
ସେପଟେ ପଶ୍ଛିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ରିତବ୍ରତଙ୍କୁ ବାଚସ୍ପତି ମାନ୍ୟତା ଦେଇଥିବାବେଳେ ଏହି ଘଟଣାକୁ ଚ୍ୟାଲେଞ୍ଜ କରିଛନ୍ତି ମମତା । ଏହି ଘଟଣାରେ ହାଇକୋର୍ଟରେ ଲଢ଼ିବା ନେଇ କହିଛନ୍ତି ଦିଦି । ଦଳୀୟ ଟିକେଟରେ ଜିତିବା ପରେ ମଧ୍ୟ କିଭଳି ଅଲଗା ହେଲେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦଳର ବହୁ ବିଧାୟକ ଏବେ ମଧ୍ୟ ଅଭିଷେକଙ୍କ ଉପରେ ଅସନ୍ତୁଷ୍ଠ ରହିଛନ୍ତି । ସେମାନେ ଅଭିଷେକଙ୍କୁ ପଦରୁ ହଟାଇବା ପାଇଁ ମଧ୍ୟ ଦାବି କରି ଆସୁଛନ୍ତି ।
ଏହାସହ ପଢ଼ନ୍ତୁ : Rohini Acharya targets Samrat Choudhary: ଲାଲୁ-ରାବ୍ରୀଙ୍କ ଜେଡ୍ ପ୍ଲସ୍ ସୁରକ୍ଷା ହଟାଇବାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ରୋହିଣୀ