ନୂଆଦିଲ୍ଲୀ,୨୧/୧୧: ସ୍ୱାସ୍ଥ୍ୟ ବୀମା ପ୍ରିମିୟମରେ ପ୍ରତିବର୍ଷ ବୃଦ୍ଧିରୁ ମିଳିପାରେ ଆଶ୍ୱସ୍ତି । ଏଥିପାଇଁ ସରକାର ଅନେକ ପ୍ରସ୍ତାବ ଆଣିଛନ୍ତି । ଏହା ଅନ୍ତର୍ଗତ ଏଜେଣ୍ଟ୍ କମିଶନ ୨୦% ପର୍ଯ୍ୟନ୍ତ ସୀମିତ ହୋଇପାରେ ଏବଂ ହସ୍ପିଟାଲଗୁଡ଼ିକରେ ଚିକିତ୍ସାର ପ୍ୟାକେଜ୍ ଦର ଉପରେ ଲାଗିପାରେ ଅଙ୍କୁଶ । ବର୍ତ୍ତମାନ ପାଇଁ ଏ ପ୍ରସ୍ତାବକୁ ବୀମା ନିୟାମକ ଆଇଆର୍ଡିଏଆଇକୁ ପଠାଯାଇଛି, ଯାହା ଉପରେ ଆଗକୁ ନିଷ୍ପତ୍ତି ହୋଇପାରେ । ଅର୍ଥ ମନ୍ତ୍ରାଳୟ ବୀମା କମ୍ପାନିଗୁଡ଼ିକର ସିଇଓ, ବଡ଼ ବଡ଼ ହସ୍ପିଟାଲ ମାଲିକ ଏବଂ ଆଇଆର୍ଡିଏଆଇ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ । ଏଥିରେ ଅର୍ଥ ମନ୍ତ୍ରାଳୟ ତରଫରୁ ସ୍ୱାସ୍ଥ୍ୟ ବୀମା ପ୍ରିମିୟମରେ ପ୍ରତିବର୍ଷ କରାଯାଉଥିବା ମନଇଚ୍ଛା ବୃଦ୍ଧି ଉପରେ ଅସନ୍ତୋଷ ପ୍ରକାଶ ପାଇଛି ।