ଭୁବନେଶ୍ୱର,୨୫/୦୩; ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ କଳିଙ୍ଗ ଷ୍ଟାଡିୟମ ଇନ୍‌ଡୋର ଆଥଲେଟିକ୍ସ କେନ୍ଦ୍ରରେ ଆରମ୍ଭ ହୋଇଛି । କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ । ପ୍ରଥମ ଦିବସରେ ଓଡ଼ିଆ ଆଥଲେଟମାନେ ବେଶ ଭଲ ପ୍ରଦର୍ଶନ କରିଛନ୍ତି । ପୁରୁଷ ଲଙ୍ଗ ଜମ୍ପରେ ସରୁନ ପାୟାସିଂ ଓ ୨୦ ବର୍ଷରୁ କମ୍ ସଟପୁଟରେ ଓମକାର ପ୍ରସାଦ ନନ୍ଦ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ମୋଟ୍ ୨୭୮ ଜଣ ଆଥଲେଟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ପୁରୁଷ, ମହିଳା, ୨୦ ବର୍ଷରୁ କମ୍ ପୁରୁଷ ଓ ମହିଳାରେ ମୋଟ୍ ୩୬ଟି ଇଭେଣ୍ଟରେ ପ୍ରତିଯୋଗିତା ହେଉଛି । ପ୍ରଥମ ଦିବସରେ ୧୭ଟି ଇଭେଣ୍ଟରେ ଫାଇନାଲ ଶେଷ ହୋଇଛି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗରେ ଏବଂ ଏଏଫ୍ଆଇ (ଭାରତୀୟ ଆଥଲେଟିକ୍ସ ସଂଘ) ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ପୁରୁଷ ୩୦୦୦ ମିଟରରେ ରିଲାଏନ୍ସର ଶିବାଜୀ ପର୍ଶୁରାମ (୮:୦୯.୮୮ ସେକେଣ୍ଡ) ପ୍ରଥମ, ମଧ୍ୟପ୍ରଦେଶର ବିନୋଦ ସିଂ (୮:୧୬.୯୩ ସେକେଣ୍ଡ) ଦ୍ୱିତୀୟ ଏବଂ ରାହୁଲ କୁମାର ବର୍ମା ତୃତୀୟ ସ୍ଥାନ ହାସଲ କରିଥିଲେ । ୨୦ ବର୍ଷରୁ କମ୍ ପୁରୁଷ ସଟପୁଟରେ ଓମକାର ପ୍ରଥମ (୧୭.୭୭ ମିଟର), ପଟିଆଲାର ସାଇ କିରଣ (୧୭.୦୦ ମିଟର) ଦ୍ୱିତୀୟ ଏବଂ ଜେଏସ୍ଡବ୍ଲ୍ୟୁର ହର୍ଷିତ ଗାହଲୋଟ (୧୬.୯୮ ମିଟର) ତୃତୀୟ ସ୍ଥାନରେ ରହିଥିଲେ ।

ସେହିପରି ମହିଳା ୩୦୦୦ ମିଟରରେ ଓଡ଼ିଶାର ସସ୍ମିତା ଟିଗା (୧୦:୨୨.୩୦ ସେକେଣ୍ଡ) ବ୍ରୋଞ୍ଜ, ଗୁଜରାଟର କାଜୋଲ ରଙ୍ଗନାଥ (୯:୪୪.୦୧ ସେକେଣ୍ଡ) ରୌପ୍ୟ ଏବଂ କର୍ଣ୍ଣାଟକର ସି. ପ୍ରିୟଙ୍କା (୯:୪୨.୦୫ ସେକେଣ୍ଡ) ସ୍ୱର୍ଣ୍ଣ³ ମହିଳା ୨୦ ବର୍ଷରୁ କମ୍ ସଟପୁଟରେ କେରଳର ଡୋନା ମାରିଆ (୧୩.୩୫ ମିଟର) ସ୍ୱର୍ଣ୍ଣ³ ମହିଳା ସଟପୁଟରେ ପଟିଆଲାର ରେଖା (୧୫.୬୩ ମିଟର) ସ୍ୱର୍ଣ୍ଣ ଏବଂ ପୁରୁଷରେ ବିଏସ୍ଏଫର ରବି କୁମାର (୧୭.୧୭ ମିଟର) ସ୍ୱର୍ଣ୍ଣ ଜିତିଥିଲେ ।

ପୁରୁଷ ଲଙ୍ଗ ଜମ୍ପରେ ଓଡ଼ିଶାର ସରୁଲ ପାୟାସିଂ (୭.୮୦ ମିଟର) ସ୍ୱର୍ଣ୍ଣ, ଜେଏସ୍ଡବ୍ଲ୍ୟୁର ପ୍ରବୀଣ ଚିତ୍ରାଭେଲ (୭.୭୮ ମିଟର) ରୌପ୍ୟ ଏବଂ ରେଳବାଇର ପି. ଡେଭିଡ୍ (୭.୬୯ ମିଟର) ବ୍ରୋଞ୍ଜ³ ମହିଳା ପୋଲ ଭଲ୍ଟରେ ତାମିଲନାଡୁର ବରନିକା ଏଲାନଗୋଭା (୪.୨୨ ମିଟର) ସ୍ୱର୍ଣ୍ଣ³ ମହିଳା ଲଙ୍ଗଜମ୍ପରେ ଜେଏସ୍ଡବ୍ଲ୍ୟୁର କେଏ ଅନାମିକା (୬.୦୫ ମିଟର) ସ୍ୱର୍ଣ୍ଣ, ଓଡ଼ିଶାର ମନୀଷା ମେରେଲ (୬.୦୪ ମିଟର) ରୌପ୍ୟ ଏବଂ ଜେଏସ୍ଡବ୍ଲ୍ୟୁର ଏ. ସିରିନ (୫.୯ ମିଟର) ବ୍ରୋଞ୍ଜ ପଦକ ପାଇଥିଲେ । ୨୦ ବର୍ଷରୁ କମ୍ ପୁରୁଷ ୮୦୦ ମିଟରରେ ମଧ୍ୟପ୍ରଦେଶର ଚିରାଗ ଚୌଧୁରୀ ସ୍ୱର୍ଣ୍ଣ, ମହିଳାରେ ମଧ୍ୟପ୍ରଦେଶର ପ୍ରୀତି ଯାଦବ (୨:୧୧.୮୩ ସେକେଣ୍ଡ) ସ୍ୱର୍ଣ୍ଣ ଓ ଓଡ଼ିଶାର ଲକ୍ଷ୍ମୀପ୍ରିୟା କିଷାନ (୨:୧୩.୨୦ ସେକେଣ୍ଡ) ରୌପ୍ୟ³ ୨୦ ବର୍ଷରୁ କମ୍ ଲଙ୍ଗ ଜମ୍ପରେ ମଧ୍ୟ ପ୍ରଦେଶର ହରିଓମ ଯାଦବ (୬.୯୨ ମିଟର) ସ୍ୱର୍ଣ୍ଣ³ ପୁରୁଷ ୮୦୦ ମିଟରରେ ଏୟାର ଫୋର୍ସର ମହମ୍ମଦ ଅଫଜଲ (୧:୪୭.୮୬ ସେକେଣ୍ଡ) ସ୍ୱର୍ଣ୍ଣ ଏବଂ ମହିଳା ୨୦ ବର୍ଷରୁ କମ୍ ଲଙ୍ଗ ଜମ୍ପରେ ମହାରାଷ୍ଟ୍ରର ରୋମା ତାଣ୍ଡେଲ (୫.୨୬ ମିଟର) ସ୍ୱର୍ଣ୍ଣ ଜିତିଥିଲେ ।

ଏହା ବି ପଢନ୍ତୁ...କଳିଙ୍ଗରେ ଜାତୀୟ ଇନଡୋର ଆଥଲେଟିକ୍ସ ଚାମ୍ପିଅନ୍ସିପ୍, ଫଟୋରେ ଦେଖନ୍ତୁ ଝଲକ  

ପୁରୁଷ ୬୦ ମିଟର ହର୍ଡଲ୍ସରେ କର୍ଣ୍ଣାଟକର ଏମ୍. କ୍ରିଷିକ (୭.୭୧ ସେକେଣ୍ଡ) ସ୍ୱର୍ଣ୍ଣ, ରିଲାଏନ୍ସର ରଥିସ ପଣ୍ଡିଡ (୭.୮୪ ସେକେଣ୍ଡ) ରୌପ୍ୟ ଏବଂ ଜେଏସଡବ୍ଲ୍ୟୁର ମହମ୍ମଦ ଲାଜାନ (୮.୦୦ ସେକେଣ୍ଡ) ବ୍ରୋଞ୍ଜ ଏବଂ ମହିଳାରେ କେରଳର ସି, ଅଞ୍ଜଳି (୮.୩୨ ସେକେଣ୍ଡ) ସ୍ୱର୍ଣ୍ଣ, ଓଡ଼ିଶାର ସବିତା ଟପ୍ପୋ (୮.୪୦ ସେକେଣ୍ଡ) ରୌପ୍ୟ ଏବଂ ଜେଏସ୍ଡବ୍ଲ୍ୟୁର ପ୍ରଞ୍ଜଳି ପାଟିଲ (୮.୪୦ ସେକେଣ୍ଡ) ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨ ଜାତୀୟ ରେକର୍ଡ ପୁରୁଷ ୮୦୦ ମିଟରରେ ଅଫଜଲ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ପୂର୍ବରୁ ପ୍ରଦୀପ ସେନ୍ଥିକୁମାର (୧:୪୮.୦୯ ସେକେଣ୍ଡ) ନାମରେ ଏହି ରେକର୍ଡ ରହିଥିଲା । ମହିଳା ପୋଲ ଭଲ୍ଟରେ ବାରାନିକା ୪.୨୨ ମିଟର ସହ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ୪.୨୫ ମିଟର ପାଇଁ ପ୍ରୟାସ କରିଥିଲେ କିନ୍ତୁ ସଫଳ ହୋଇନଥିଲେ । ପି. ରୋଜି ମିନାଙ୍କ (୪.୨୧ ମିଟର) ନାମରେ ପୂର୍ବ ରେକର୍ଡ ରହିଥିଲା ।