ନୂଆଦିଲ୍ଲୀ,୨୮/୦୪; ଚଳିତ ଆଇପିଏଲ ଟେବୁଲ ଟପ୍ପର ପଞ୍ଜାବ କିଙ୍ଗସ ପାଇଁ ଦୁଃଖଦ ଖବର ଆସିଛି । ଦଳ ପାଇଁ ଖେଳୁଥିବା ଆଫଗାନିସ୍ତାନ ଅଲରାଉଣ୍ଡର ଆଜମାତୁଲ୍ଲା ଓମାରଜାଇ ତାଙ୍କ ମା'ଙ୍କୁ ହରାଇଛନ୍ତି । ସୋମବାର ତାଙ୍କର ଦେହାନ୍ତ ହୋଇଛି । ଓମାରଜାଇଙ୍କ ମା' ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ସାଥୀ ଖେଳାଳିମାନେ ତାଙ୍କ ମାଆଙ୍କ ମୃତ୍ୟୁ ଖବର ଘୋଷଣା କରିଥିଲେ । ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ନବି ଏବଂ ଅଲରାଉଣ୍ଡର କରିମ ଜନତ ସୋସିଆଲ ମିଡିଆରେ ଏହି ଦୁଃଖଦ ଖବର ସେୟାର କରିଥିଲେ । ପଞ୍ଜାବ କିଙ୍ଗସ୍ ମଧ୍ୟ ଓମାରଜାଇଙ୍କ ପ୍ରତି ସମବେଦନା ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ଯେ ସେମାନେ ଏହି କଷ୍ଟକର ସମୟରେ ଖେଳାଳିଙ୍କ ସହିତ ଅଛନ୍ତି ।

​​​​​​​ମହମ୍ମଦ ନବି ସୋମବାର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ, ଆଜମତୁଲ୍ଲା ଓମାରଜାଇ ତାଙ୍କ ମା' ଙ୍କୁ ହରାଇଛନ୍ତି । ସେ ଲେଖିଛନ୍ତି, "ଆମର ବନ୍ଧୁ, ଆଫଗାନିସ୍ତାନ ଖେଳାଳି ଆଜମତୁଲ୍ଲା ଓମାରଜାଇଙ୍କ ମା' ଙ୍କ ଦେହାନ୍ତ ଖବର ପାଇଁ ମୁଁ ଗଭୀର ସମବେଦନା ଜଣାଉଛି । ଆଲ୍ଲା ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ। " ପଞ୍ଜାବ କିଙ୍ଗସ୍ ସୋସିଆଲ ମିଡିଆ ଏକ୍ସରେ ଲେଖିଛି, "ଆମର ସମବେଦନା ଓମାରଜାଇଙ୍କ ସହିତ ଅଛି । ଏହି କଷ୍ଟକର ସମୟରେ ସମଗ୍ର ପଞ୍ଜାବ କିଙ୍ଗସ୍ ପରିବାର ତାଙ୍କ ସହ ଏବଂ ତାଙ୍କ ପରିବାର ସହିତ ଠିଆ ହୋଇଛି । "

ଏହା ବି ପଢନ୍ତୁ...Virat Kohli: କିଙ୍ଗ୍ କୋହଲିଙ୍କ ମହାକୀର୍ତ୍ତିମାନ, ଆଇପିଏଲ ଇତିହାସରେ ଏହି ରେକର୍ଡ କରି ହେଲେ ପ୍ରଥମ ବ୍ୟାଟର  

​​​​​​​

ଓମାରଜାଇଙ୍କୁ ସୁଯୋଗ ମିଳିନି- ଏହି ସିଜନରେ ପଞ୍ଜାବ କିଙ୍ଗ୍ସ ଆଜମତୁଲ୍ଲା ଓମାରଜାଇଙ୍କୁ ୨.୪ କୋଟିରେ ରିଟେନ୍ କରିଥିଲା । ଏହି ଡାହାଣହାତୀ ଦ୍ରୁତ ବୋଲର ଏବଂ ସଫଳ ବ୍ୟାଟର ଏହି ସିଜନରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିନାହାଁନ୍ତି । ଓମାରଜାଇ ୧୬ଟି ଆଇପିଏଲ ମ୍ୟାଚରେ ୯୯ ରନ କରିଛନ୍ତି ଏବଂ ୧୨ଟି ୱିକେଟ୍ ନେଇଛନ୍ତି । ଆନ୍ତର୍ଜାତୀୟରେ, ସେ ୫୪ ୱିକେଟ୍ ନେଇଛନ୍ତି ଏବଂ ୮୦୮ ରନ କରିଛନ୍ତି । ସେ ତାଙ୍କର ବିସ୍ଫୋରକ ହିଟିଂ ପାଇଁ ଜଣାଶୁଣା।