ନୂଆଦିଲ୍ଲୀ,୨୮/୦୪; ବେଙ୍ଗାଲୁରୁ ଦଳର ଷ୍ଟାର ବ୍ୟାଟର ବିରାଟ ବିସ୍ଫୋରକ ଓପନରଙ୍କ ଲଢ଼େଇ କୋହଲି ଏକ ରେକର୍ଡ ସ୍ଥାପନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଆଇପିଏଲରେ ୯୦୦୦ ରନ୍ ପୂରଣ କରିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ୧୫ଟି ବଲ୍‌ରେ ଅପରାଜିତ ୨୩ ରନ କରିଥିଲେ । ସେ ୨୭୫ତମ ମ୍ୟାଚ ଓ ୬୭୩୨ଟି ବଲ୍ ଖେଳି ୯୦୦୦ ରନ ପୂରଣ କରିଥିଲେ । ଆଇପିଏଲ୍‌ରେ ସର୍ବାଧିକ ରନ୍ ତାଲିକାରେ କୋହଲି ବହୁ ପୂର୍ବରୁ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ୭୧୮୩ ରନ୍ ସହ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଶିଖର ଧାୱନ ୬୭୬୯ ରନ ସହ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋରର ଏହି କିମ୍ବଦନ୍ତୀ ବ୍ୟାଟର ଏହି ରେକର୍ଡ ହାସଲ କରିଛନ୍ତି ଯାହା ଅନ୍ୟ କୌଣସି ଖେଳାଳିଙ୍କ ପାଇଁ ପହଞ୍ଚିବା ବହୁତ କଷ୍ଟକର ହେବ । ନିଜର ୨୫୭ତମ ଆଇପିଏଲ ମ୍ୟାଚ୍ ଖେଳୁଥିବା କୋହଲିଙ୍କୁ ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ କେବଳ ୧୧ ରନ ଆବଶ୍ୟକ ଥିଲା, ଯାହା ସେ ଆରସିବିର ଇନିଂସର ଷଷ୍ଠ ଓଭରର ଶେଷ ବଲରୁ ଗୋଟିଏ ସିଙ୍ଗଲ୍ ନେଇ ହାସଲ କରିଥିଲେ । ଏହି ସଫଳତା ପାଇଁ କୋହଲି  ୬୭୩୨ବଲର ସାମ୍ନା କରିଛନ୍ତି । କିଙ୍ଗ୍ କୋହଲି ୨୭୫ ମ୍ୟାଚ୍ ଖେଳି ମାତ୍ର ୨୬୭ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ବିରାଟ କୋହଲିଙ୍କ ଏହି ରେକର୍ଡ ପୁଣି ଥରେ ପ୍ରମାଣିତ କରେ ଯେ ତାଙ୍କୁ ଟି-ଟ୍ୱେଣ୍ଟି କ୍ରିକେଟର ସର୍ବଶ୍ରେଷ୍ଠ ବ୍ୟାଟର ମଧ୍ୟରୁ ଜଣେ ବୋଲି କାହିଁକି ବିବେଚନା କରାଯାଏ ।  

ଏହା ବି ପଢନ୍ତୁ...IPL 2026; ସରପଞ୍ଚ ସେନା ବନାମ ରୟାଲ୍ସ ମୁକାବିଲା, ପଞ୍ଜାବ ବିଜୟରଥକୁ ରୋକି ପାରିବ ତ ରାଜସ୍ଥାନ ? 

ସର୍ବାଧିକ ରନ୍ ସ୍କୋରରଙ୍କ ତାଲିକାରେ ଆଗୁଆ ​​​​​​​

ଆଇପିଏଲରେ ସର୍ବାଧିକ ରନ୍ ସ୍କୋରରଙ୍କ ତାଲିକାରେ କୋହଲି ଶୀର୍ଷରେ ଅଛନ୍ତି । ତାଙ୍କ ପରେ ରୋହିତ ଶର୍ମା, ଶିଖର ଧାୱନ, ଡେଭିଡ୍ ୱାର୍ଣ୍ଣର ଏବଂ କେଏଲ ରାହୁଲ ଅଛନ୍ତି । ରୋହିତ ଶର୍ମା ୨୭୬ ମ୍ୟାଚ୍ରେ ୭,୦୦୦ରୁ ଅଧିକ ରନ୍ କରିଛନ୍ତି, ଯେତେବେଳେ ଶିଖର ଧାୱନ ୨୨୨ ମ୍ୟାଚ୍ରେ ୬,୭୦୦ରୁ ଅଧିକ ରନ୍ ସହିତ ତାଙ୍କ ଆଇପିଏଲ କ୍ୟାରିୟର ଶେଷ କରିଛନ୍ତି । ଡେଭିଡ୍ ୱାର୍ଣ୍ଣର ୧୮୪ ମ୍ୟାଚ୍ରେ ୬,୫୦୦ରୁ ଅଧିକ ରନ୍ କରିଛନ୍ତି, ଯାହା ବିଦେଶୀ ବ୍ୟାଟରଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି । ସେହିପରି କେଏଲ ରାହୁଲ ୧୫୩ ମ୍ୟାଚ୍‌ରେ ୫,୫୦୦ରୁ ଅଧିକ ରନ୍ କରିଛନ୍ତି ।

IPL ଇତିହାସରେ ସର୍ବାଧିକ ରନ୍ ସ୍କୋରର

ବିରାଟ କୋହଲି - ୯୦୧୨ ରନ୍‌

ରୋହିତ ଶର୍ମା - ୭୧୮୩ ରନ

ଶିଖର ଧାୱନ - ୬୭୬୯ ରନ୍

ଡେଭିଡ୍ ୱାର୍ଣ୍ଣର - ୬୫୬୫ ରନ୍

କେଏଲ ରାହୁଲ - ୫୫୮୦ ରନ

ସୁରେଶ ରାଇନା - ୫୫୨୮ ରନ୍

ଡିସି ବିପକ୍ଷରେ ଇତିହାସ ରଚିବା ନିକଟକତର କୋହଲି

ବିରାଟ କୋହଲିଙ୍କ ପାଖରେ ଦିଲ୍ଲୀ ବିପକ୍ଷରେ ଆଉ ଏକ ବଡ଼ ରେକର୍ଡ ସ୍ଥାପନ କରିବାର ସୁଯୋଗ ଥିଲା, କିନ୍ତୁ ସେ ଏହା କରିବା ପୂର୍ବରୁ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬.୩ ଓଭରରେ ୭୬ ରନର ଲକ୍ଷ୍ୟ ହାସଲ କରିଥିଲେ । ଯଦି ସେ ଏହି ମ୍ୟାଚ୍ରେ ମୋଟ ୨୭ ରନ କରିଥାନ୍ତେ, ତେବେ ସେ ଟି-ଟ୍ୱେଣ୍ଟି କ୍ରିକେଟ୍ରେ ଗୋଟିଏ ଦଳ ବିପକ୍ଷରେ ୧୨୦୦ ରନ କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଥାନ୍ତେ । ବର୍ତ୍ତମାନ, ଦିଲ୍ଲୀ ବିପକ୍ଷରେ ୩୪ ମ୍ୟାଚରେ ତାଙ୍କର ୧୧୮୪* ରନ ଅଛି । ଯଦି ଏହି ସିଜନ୍ରେ ଦୁଇଟି ଦଳ ପ୍ଲେଅଫ୍ରେ ମୁହାଁମୁହିଁ ହୁଅନ୍ତି, ତେବେ ବିରାଟ କୋହଲି ମଧ୍ୟ ଏହି ରେକର୍ଡ ହାସଲ କରିପାରିବେ ।