ନୂଆଦିଲ୍ଲୀ: ଗୁଜୁରାଟର ଦମଦାର ବୋଲିଂ ପ୍ରଦର୍ଶନ । ଶକ୍ତିଶାଳି ପଞ୍ଜାବର ବ୍ୟାଟ୍ସମ୍ୟାନଙ୍କୁ କଲେ ଧରାଶାୟୀ । ଗୁଜୁରାଟ ଆଗରେ ୧୬୪ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ । ୯ ଓ୍ବିକେଟ ବିନିମୟରେ ପଞ୍ଜାବ ଏହି ସ୍କୋର ସଂଗ୍ରହ କରିପାରିଛି । ଦଳ ପକ୍ଷରୁ ଶ୍ରେୟସ ସେଜଡେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଗୁଜୁରାଟ ପକ୍ଷରୁ ପ୍ରଥମ ଓଭରରୁ ପଞ୍ଜାବ ଉପରେ ଭାରି ପଡ଼ିଥିଲେ ମହମ୍ମଦ ସିରାଜ । ତେବେ ହୋଲଡର ଆଜିର ମ୍ୟାଚରେ ସର୍ବାଧିକ ୪ ଓ୍ବିକେଟ ନେବାରେ ସଫଳ ହୋଇଥିଲେ ।
ଗୁଜୁରାଟ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଞ୍ଜାବ ପ୍ରଥମ ଓଭରରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମହମ୍ମଦ ସିରାଜ ପ୍ରୀୟାଂଶ ଆର୍ଯ୍ୟ ଏବଂ କୁପର କୋନଲିଙ୍କୁ ଆଉଟ୍ ପରି ପାଭିଲିୟନ ପଠାଇଥଲେ । ପରେ ପ୍ରଭସିମରନ ଏବଂ ଶ୍ରେୟସ କିଛି ସମୟ ପାଇଁ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଆୟାର ୨୧ ବଲରୁ ୧୯ ରନ୍ କରିଥିବାବେଳେ ପ୍ରଭସିମରନ ୧୪ ବଲରୁ ୧୫ କରିଥିଲେ । ପରେ ନେହାଲ ଓ୍ବାଦେରା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ ।
ସେଜଡେ ଏବଂ ଷ୍ଟୋଇନିସ୍ ଦମଦାର ପାଳି ଖେଳିଥିଲେ । ଷ୍ଟୋଇନିସ ୩୧ ବଲରୁ ୪୦ ରନ କରିଥିବାବେଳେ ସେଜଡେ ୨୯ ବଳରୁ ୫୭ ରନ୍ କରିଥିଲେ । ମାତ୍ର ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । ସେପଟେ ଗୁଜୁରାଟ ପକ୍ଷରୁ ମହମ୍ମଦ ସିରାଜ ଏବଂ ରାବାଡା ୨ଟି ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି । ଅନ୍ତିମ ଓଭରରେ ମାର୍କେ ୟାନସନ ବଡ଼ ବଡ଼ ସଟ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ସେ ୧୧ ବଲରୁ ୨୦ ରନ କରିଥିଲେ । ସେ ରସିଦ ଖାନଙ୍କ ବଲରେ ଆଉ ହୋଇଥିଲେ ।
ଏହାସହ ପଢ଼ନ୍ତୁ : ପଶ୍ଚିମବଙ୍ଗରେ ମତଗଣନା ପୂର୍ବରୁ ପୁଣି ହଙ୍ଗାମା, ଟିଏମସି ଆଣିଲା ସାଙ୍ଘାତିକ ଅଭିଯୋଗ