ନ୍ୟୁ ଚଣ୍ଡିଗଡ଼ : ଗୁଜରାଟ ଟାଇଟାନ୍ସକୁ ହରାଇ ୩ ୱିକେଟ୍ରେ ହରାଇ ବିଜୟୀ ହେଲା ପଞ୍ଜାବ କିଙ୍ଗସ। ସେ ୧୯.୧ ଓଭରରେ ୭ ୱିକେଟ୍ରେ ୧୬୫ ରନ କରି ୧୯୩ ରନର ଟାର୍ଗେଟ୍କୁ ଅତିକ୍ରମ କରିଥିଲା। ଗୁଜରାଟ ଟାଇଟାନ୍ସ ଦେଇଥିଲା ୧୬୩ରନର ଟାର୍ଗେଟ୍। ଆଜି (ମଙ୍ଗଳବାର) IPL 2026 ର ଚତୁର୍ଥ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବେନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିଲା। ଏଥିରେ ପଞ୍ଜାବ କିଙ୍ଗସ୍ (PBKS) ଏବଂ ଗୁଜରାଟ ଟାଇଟାନ୍ସ(GT) ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସକୁ ୧୬୩ ରନର ଟାର୍ଗେଟ୍ ଦେଇଥିଲା ଗୁଜରାଟ ଟାଇଟାନ୍ସ।
ପଞ୍ଜାବ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଗିଲଙ୍କ ଟିମ୍ ଗୁଜରାଟ ଟାଇଟାନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୨ ରନ୍ କରିଛି ଗୁଜରାଟ ଟାଇଟାନ୍ସ ।
ଗୁଜରାଟ ଟାଇଟନ୍ସର ହାଇଲାଇଟ୍ -
ଗୁଜୁରାଟ ପାଇଁ ଇନିଂସ ଆରମ୍ଭ କରି ଶୁଭମନ ଗିଲ ଏବଂ ସାଇ ସୁଦର୍ଶନ ଧୁଆଁଦାର ଆରମ୍ଭ କରିଥିଲେ। କିନ୍ତୁ, ଚତୁର୍ଥ ଓଭରର ଚତୁର୍ଥ ବଲରେ ମାର୍କୋ ଜାନସେନ ସାଇ ସୁଦର୍ଶନ (୧୩)ଙ୍କୁ ଅଧିନାୟକ ଶ୍ରେୟସ ଆୟରଙ୍କ ହାତରେ କ୍ୟାଚ୍ କରାଇ ଥିଲେ । ଏହାପରେ ଜୋସ୍ ବଟଲର୍ ଏବଂ ଶୁଭମନ ଗିଲ ଏକ ଭଲ ପାର୍ଟନରସିପ୍ କରିଥିଲେ , କିନ୍ତୁ ଗିଲଙ୍କୁ ଚହଲ ୩୯ ରନରେ ଆଉଟ କରିଥିଲେ ।ଗୁଜରାଟ ତୃତୀୟ ପରାଜୟ ବରଣ କରିଥିଲା ଯେତେବେଳେ ଗ୍ଲେନ୍ ଫିଲିପ୍ସ (୨୫)ଙ୍କୁ ବିଜୟକୁମାର ବୈଶାଖ ୧୧୯ ରନରେ ଆଉଟ କରିଥିଲେ।
ଜୋସ୍ ବଟଲର୍ (୩୮) ମଧ୍ଯ ଗୋଟେ ପଟେ ଭଲ ଖେଳୁଥିଲେ,ହେଲେ ଚହଲଙ୍କ ସ୍ପିନ୍ ଦ୍ବାରା ଧରାପଡ଼ି ଥିଲେ , ବଟଲର ଯେବେ ଆଉଟ୍ ହୋଇଥିଲେ ଗୁଜରାଟର ସ୍କୋର ୧୨୯/୪ ହୋଇଥିଲା। କିଛି ସମୟ ପରେ ୱାଶିଂଟନ୍ ସୁନ୍ଦର ମଧ୍ୟ ୧୮ ରନ୍ କରି ବିଜୟକୁମାର ବୈଶାଖଙ୍କ ବଲ୍ରେ ଅର୍ଶଦୀପ ସିଂହଙ୍କ ଦ୍ବାରା କ୍ୟାଚ୍ ହୋଇଥିଲେ। ନିଜ ଓଭରର ଶେଷ ବଲ୍ରେ, ଅର୍ଥାତ୍ ୧୯ତମ ଓଭରର ଶେଷ ବଲ୍ ଥିଲା, ଏଥିରେ ବୈଶାଖ ଶାହରୁଖ ଖାନ (୪)ଙ୍କୁ ଆଉଟ୍ କରିଥିଲେ । ବୈଶାଖ ୪ ଓଭରରେ ୩୪ ରନ୍ ଦେଇ ୩ ୱିକେଟ୍ ନେଇଥିଲେ, ଯାହାକି ସେ ପଞ୍ଜାବ ପାଇଁ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି।
ୟୁଜଭେନ୍ଦ୍ର ଚହଲ୍ ମଧ୍ଯ ଏକ ଭଲ ବୋଲିଂ କରିଥିଲେ। ସେ ୪ ଓଭରରେ ୨୮ ରନ୍ ଦେଇ ୨ ୱିକେଟ୍ ନେଇଥିଲେ ।ମାର୍କୋ ଜାନସେନ୍ ମଧ୍ ୪ ଓଭରରେ ୨୦ ରନ୍ ଦେଇ ୧ ୱିକେଟ୍ ନେଇଥିଲେ ।