ନୂଆଦିଲ୍ଲୀ : ଲକ୍ଷ୍ନୌର ବଡ଼ ପରାଜୟ । ୨୫୫ ରନକୁ ପିଛା କରୁଥିବାବେଳେ ୨୦୦ ରନ କରିବାରେ ସକ୍ଷମ ହୋଇଛି ଲକ୍ଷ୍ନୌ । ୫ ଓ୍ବିକେଟ ବିନିମୟରେ ଦଳ ଏହି ସ୍କୋର କରିପାରିଛି । ଫଳରେ ଦଳ ୫୪ ରନରେ ପରାଜୟ ବରଣ କରିଛି । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିବାବେଳେ ପରେ ଏହାକୁ ବିଜୟରେ ପରିବର୍ତ୍ତନ କରିପାରିନଥିଲେ । ପଞ୍ଜାବ ପକ୍ଷରୁ ମାର୍କେ ୟାନସନ ସର୍ବାଧିକ ୨ ଓ୍ବିକେଟ ନେଇଥିବାବେଳେ ଅନ୍ୟ ବୋଲରଙ୍କ ମଧ୍ୟରେ ଚହଲ, ବୈଶାକ ଏବଂ ଅର୍ଶଦୀପ ଗୋଟିଏ ଲେଖଶଏ ଓ୍ବିକେଟ ନେଇଛନ୍ତି ।
୨୫୫ ରନକୁ ପିଛା କରୁଥିବା ଲକ୍ଷ୍ନୌର ଦୁଇ ଓପନର ବ୍ୟାଟ୍ସମ୍ୟାନ ମିଚେଲ ମାର୍ଶ ଏବଂ ଆୟୂଷ ବଦୋନି ଦମଦାର ଆରମ୍ଭ କରିଥିଲେ । ମାର୍ଶ ୨୮ ବଲରୁ ୪୦ ରନ କରିଥିବାବେଳେ ବଦୋନି ୨୧ ବଲରୁ ୩୫ ରନ କରିଥିଲେ । ପରେ ପନ୍ତ ୨୩ ବଲରୁ ୪୩ ରନ କରିଥିଲେ । ମାତ୍ର ସାଥୀ ଖେଳାଳିମାନେ ବଡ଼ ସ୍କୋର କରିପାରିନଥିଲେ । ମାକ୍ରମ ଏବଂ ମୁକୁଲ ଚୌଧୁରୀ ବଡ଼ ବଡ଼ ସଟ୍ ଖେଳିଥିଲେ ମଧ୍ୟ ଦଳକୁ ପରାଜୟ ମୁଖରୁ ବଞ୍ଚାଇ ପାରିନଥିଲେ । ମାକ୍ରମ ୨୨ ବଲରୁ ୪୨ ରନ କରିତିଲେ । ତଥାପି ତାଙ୍କ ଦଳ ଆଗରେ ବିଶାଳ ସ୍କୋରର ଲକ୍ଷ୍ୟ ରହିଥିଲା । ଯାହାକୁ ସେ ପାର୍ କରିବାରେ ବିଫଳ ହୋଇଥିଲେ ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଞ୍ଜାବ ୭ ଓ୍ବିକେଟ ବିନିମୟରେ ୨୫୪ ରନର ବିଶାଳ ସ୍କୋର କରିଥିଲା । ପ୍ରୀୟାଂଶ ଆର୍ଯ୍ୟ ୩୭ ବଲରୁ ୯୩ କରିଥିବାବେଳେ କୁପର କୋନଲି ୪୬ ବଲରୁ ୮୭ ରନ କରିଥିଲେ ।
ଦଳର ଓପନର ବ୍ୟାଟ୍ସମ୍ୟାନ ପ୍ରୀୟାଂଶ ଆର୍ଯ୍ୟ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ଆରମ୍ଭ କରିଥିଲେ । ସାଥୀ ଖେଳାଳି ପ୍ରଭସିମରନ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ପରେ କୁପର କୋନଲି ସାଥ ଦେଇଥିଲେ । ଶେଷ ସମୟରେ ଶଶାଙ୍କ ସିଂହ ୬ ବଲରେ ୧୭ ରନ କରିଥିଲେ ।
ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟସ ଆୟାର ୬, ନେହାଲ ଓ୍ବାଦେରା ୧୩ ଏବଂ ଷ୍ଟୋଇନିସ୍ ୨୯ ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ସିଦ୍ଧାର୍ଥ ଏବଂ ପ୍ରୀନ୍ସ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ସାମି ଏବଂ ମହସିନ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।
ଏହାସହ ପଢ଼ନ୍ତୁ : ବାବର ଆଜମଙ୍କ ନାଁରେ ବଡ଼ ରେକର୍ଡ: ଛକା, ଚୌକାରେ କିର୍ତ୍ତିମାନ...