ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଲୁଇସିଂ ପଞ୍ଚାୟତରେ ପିଡିଏସ ହିତାଧିକାରୀଙ୍କୁ ପୋକରା ଚାଉଳ, ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

Published By : Prameya | February 25, 2025 9:16 PM

ଫିରିଙ୍ଗିଆ, ୨୫/୨ : ସରକାର ଗରିବ ପରିବାର ବିପିଏଲ ଅନ୍ତର୍ଭୁକ୍ତ ଲୋକଙ୍କ ପାଇଁ  ପୁଷ୍ଟିକର ଖାଦ୍ୟ ଭାବେ ଚାଉଳ, ଗହମ ଆଦି ଯୋଗାଇଛନ୍ତି । କିନ୍ତୁ ସ୍ୱଚ୍ଛ ଓ ପରିଷ୍କାର ଚାଉଳ ଦେବା ପରିବର୍ତ୍ତେ କେଉଁଠି ପୋକରା ଗହମ ତ କେଉଁଠି ପୋକରା ଚାଉଳ ଦିଆଯାଉଥିବାରୁ ବିଭିନ୍ନ ସମୟରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି l ଏଭଳି ଏକ ପୋକରା ଚାଉଳ ଦେଉଥିବା ଅଭିଯୋଗ ହୋଇଛି ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତରେ । ଏହି ଲୁଇସିଂ ପଞ୍ଚାୟତରେ ଗତ ୧୨/୨/୨0୨୫ ତାରିଖରେ ୧୯୬କୁଇଣ୍ଟାଲ ପିଡିଏସ ଚାଉଳ ଗରିବ ରାସନ କାର୍ଡ ହିତାଧିକାରୀଙ୍କୁ ଯୋଗାଇବାକୁ ଆସିଥିବାବେଳେ ଲୁଇସିଂ ପଞ୍ଚାୟତର ରାଇଗଡା଼ ଗାଁରେ ପଞ୍ଚାୟତର ଯୋଗାଣ ସହାୟକ ସୁରେଶ କହଁର ହିତାଧିକାରୀମାନଙ୍କୁ ଚାଉଳ ବଣ୍ଟନ କରିଥିଲେ । କିନ୍ତୁ ଏହି ଦିନ ୬୦ଟି କାର୍ଡଧାରୀଙ୍କୁ ଚାଉଳ ବଣ୍ଟନ କରାଯାଇଥିବାବେଳେ ଯେଉଁ ଚାଉଳ ଦିଆଯାଇଛି ତାହା ପୋକରା ଚାଉଳ ହୋଇଥିବାବେଳେ ପୋକ ସାଲୁ ବାଲୁ ହୋଇ ତାହା ଖାଇବା ଉପଯୋଗୀ ହୋଇନଥିବା ଅଭିଯୋଗ ହୋଇଛି l ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l  

ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀ କୌଣସି ଗୁରୁତ୍ବ ଦେଉନଥିବାବେଳେ ଠିକ୍ ଭାବେ ପ୍ରତ୍ୟେକ ପଞ୍ଚାୟତକୁ ଚାଉଳ ବଣ୍ଟନ ସମୟରେ ପରିଦର୍ଶନ କରୁନଥିବା ଅଭିଯୋଗ ହେଉଛି l ପୂର୍ବରୁ କିଛି ଯୋଗାଣ ସହାୟକ ହିତାଧିକାରୀମାନଙ୍କୁ ଠିକ ଭାବରେ ଚାଉଳ ଦିଆଯାଇନଥିବା ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି କୌଣସି ଗୁରୁତ୍ୱ ଦେଉନଥିବାରୁ ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି l 

ଏହି ଘଟଣାକୁ ନେଇ ଫିରିଙ୍ଗିଆ ବ୍ଲକ ଯୋଗାଣ ନିରୀକ୍ଷକ ସଞ୍ଜୟ ଦାଶଙ୍କୁ ପଚାରିବାରୁ ସମସ୍ୟା ବିଷୟରେ ଏତେ ଗୁରୁତ୍ୱ ଦେଉନଥିବା ଭଳି ଖାମଖିଆଲି ଭାବେ ଗ୍ରହଣ କରି ସେଭଳି କିଛି ଉତ୍ତର ଦେଉନଥିବାରୁ ଯୋଗାଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି l ଲୁଇସିଂ ପଞ୍ଚାୟତର ରାଇଗଡା ଗାଁର ଚାଉଳ ହିତାଧିକାରୀ ରବିନ୍ଦ୍ର ଦିଗାଲ ନିଜ ପରିବାରର ୫ଜଣ ହିତାଧିକାରୀଙ୍କ ପାଇଁ ଚାଉଳ ୨୫କେଜି ନେଇଥିବାବେଳେ ପୋକ ସାଲୁ ବାଲୁ ହୋଇଥିବାରୁ ଗରିବ ଲୋକଙ୍କ ପାଇଁ ଆସୁଥିବା ଚାଉଳ ଭଲ ଚାଉଳକୁ ନ ଦେଇ ପୁରୁଣା ଷ୍ଟକ ଚାଉଳ ଦେଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ l ଆଗାମୀ ଦିନରେ ଏଭଳି ହେଲେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବେ ବୋଲି କିଛି ହିତାଧିକାରୀ କହିଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.