ମୁମ୍ଵାଇ, ୧୨/୦୬ : ବକ୍ସ ଅଫିସରେ ଏବେ ଧମାଲ କରୁଛି ଦକ୍ଷିଣୀ ଫିଲ୍ମ "ପେଡ୍ଡୀ"। ଭାରତ ସହ ଏହି ଫିଲ୍ମ ୱାର୍ଲ୍ଡୱାଇଡ୍ ଭଲ ବ୍ୟବସାୟ କରିଛି। ସେପଟେ ବଲିଉଡ ଫିଲ୍ମ "ହୈ ଯୱାନୀ ତୋ ଇଶ୍କ ହୋନା ହୈ" ବକ୍ସ ଅଫିସରେ ଏକ ସପ୍ତାହ ପୂରଣ କରିସାରିଲାଣି। ସେହିପରି ବବି ଦେୱଲଙ୍କ ଫିଲ୍ମ "ବନ୍ଦର" ବକ୍ସ ଅଫିସ ଦୌଡ଼ରୁ ପ୍ରାୟତଃ ଆଉଟ୍ ହୋଇଗଲାଣି।
"ପେଡ୍ଡୀ"ର କଲେକ୍ସନ
ସାଉଥ୍ ଫିଲ୍ମ "ପେଡ୍ଡୀ" ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଏହା ଅଷ୍ଟମ ଦିନରେ ୬ କୋଟି ୩୦ ଲକ୍ଷ ଟଙ୍କା କଲେକ୍ସନ କରିଥିବା ବେଳେ ସପ୍ତମ ଦିନରେ ୭ କୋଟି ୫୫ ଲକ୍ଷ ଟଙ୍କା ରୋଜଗାର କରିଛି। ଚଳଚ୍ଚିତ୍ରର ମୋଟ ସଂଗ୍ରହ ୧୯୩ କୋଟି ୫୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏଥିରେ ରାମ ଚରଣ ଏବଂ ଜାହ୍ନବୀ କପୁର ଅଭିନୟ କରିଛନ୍ତି। ବୁଚି ବାବୁ ସନାଙ୍କ ନିର୍ଦ୍ଦେଶିତ "ପେଡ୍ଡୀ" ଭାରତରେ ଭଲ ପ୍ରଦର୍ଶନ କରୁଥିବା ବେଳେ ସାରା ବିଶ୍ୱରେ ଭଲ ରୋଜଗାର କରୁଛି। ଫିଲ୍ମ ୱାର୍ଲ୍ଡୱାଇଡ୍ ୩୪୫ କୋଟି ଆୟ କଲାଣି। ମିଡିଆ ରିପୋର୍ଟ ଅନୁସାରେ, "ପେଡ୍ଡୀ" ର ବଜେଟ୍ ୩୫୦ କୋଟି ଥିଲା।
"ହୈ ଯୱାନୀ ତୋ ଇଶ୍କ ହୋନା ହୈ"
ବରୁଣ ଧୱନ, ମୃଣାଳ ଠାକୁର ଓ ପୂଜା ହେଗଡେଙ୍କ ଫିଲ୍ମ "ହୈ ଯୱାନୀ ତୋ ଇଶ୍କ ହୋନା ହୈ" ବକ୍ସ ଅଫିସରେ ଏକ ସପ୍ତାହ ପୂରଣ କରିସାରିଲାଣି। ଏହି ଫିଲ୍ମ ଏବେବି ବକ୍ସ ଅଫିସରେ ଚାଲିଛି। ଫିଲ୍ମଟି ସପ୍ତମ ଦିନରେ ୨ କୋଟି ୬୦ ଲକ୍ଷ ରୋଜଗାର କରିଛି। ସେହିପରି ଷଷ୍ଠ ଦିନରେ ୨ କୋଟି ୯୦ ଲକ୍ଷ କଲେକ୍ସନ କରିଛି। ଫିଲ୍ମର ଟୋଟାଲ କଲେକ୍ସନ ୩୬.୮୫ କୋଟି ରହିଛି। ଡେଭିଡ ଧୱନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମରେ ମନୀଷ ପଲ, ମୌନୀ ରଏ, ଜନି ଲିୱର, ରାଜପାଲ ଯାଦବଙ୍କ ଭଳି କଳାକାର ଅଛନ୍ତି।
"ବନ୍ଦର"
ବବି ଦେଓଲ, ସବା ଆଜାଦ, ସପନା ପବ୍ବି ଏବଂ ସାନ୍ୟା ମାଲହୋତ୍ରାଙ୍କ ଅଭିନୀତ "ବନ୍ଦର" ରିଲିଜର ସପ୍ତମ ଦିନରେ ବକ୍ସ ଅଫିସରେ ମାତ୍ର ୨୫ ଲକ୍ଷ ରୋଜଗାର କରିଛି। ଏହାର ମୋଟ କଲେକ୍ସନ ୩ କୋଟି ୬୫ ଲକ୍ଷ ରହିଛି। ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମଟି ଆରମ୍ଭରୁ ଖୁବ୍ କମ୍ କଲେକ୍ସନ କରିଛି।
ଆହୁରି ପଢନ୍ତୁ- ୪୦ବର୍ଷ ପରେ ରଜନୀକାନ୍ତଙ୍କ ସହ ଆସିବେ ହ୍ରିତିକ ! ‘ଜେଲର ୨‘ରେ ରହିବ ସ୍ପେଶାଲ୍ ଚରିତ୍ର
'Price Tag'ରେ କାହିଁକି ଥାଏ ୯୯, ୧୯୯ କିମ୍ବା ୪୯୯ ? କଣ ରହିଛି ଏହା ପଛର ବିଜନେସ ଷ୍ଟ୍ରାଟେଜି ?