ରାୟଗଡ଼(ଗଜପତି),୨୧/୧୧ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦରମହକୁମାସ୍ଥିତ ସ୍ୱାଲସିଂ ସାହିର ଶୁଭଗମନା ସ୍ୱାଲସିଂ (୮୨) । ସେ ଜଣେ ବିଧବା ବୃଦ୍ଧା । ତାଙ୍କ ସରକାରୀ ପେନସନ ଦୀର୍ଘ ଦଶ ବର୍ଷ ଧରି ଗୋଟିଏ ପରିବାରର ବାପା ଓ ତିନି ପୁଅ ବ୍ୟାଙ୍କରୁ ଉଠାଇ ଆତ୍ମସାତ କରିଥିବା ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l

ଏ ନେଇ ରାୟଗଡ଼ ଥାନାରେ ତାଙ୍କ ସମ୍ପର୍କୀୟ ଭଣଜା ସୁକାନ୍ତ ସ୍ୱାଲସିଂ ଲିଖିତ ଅଭିଯୋଗ କରିଥିବାବେଳେ ଶୁକ୍ରବାର ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପୁଲିସ କେସ୍ ନଂ ୧୦୭/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କମଳା ଚୌଧୁରୀ କହିଛନ୍ତି।