ଭୁବନେଶ୍ବର,୧୩।୪ : ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ। ଧର୍ମଶାଳା ଥାନା ଆରୁହା ପଂଚାୟତର ହିଙ୍ଗୁଳା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ତାଙ୍କ ଗାଡିକୁ କିଛି ଲୋକଙ୍କ ଆକ୍ରମଣ ।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ପୋଲିସ ପହଁଚି ପୂର୍ବତନ ବିଧାୟକଙ୍କୁ ମନ୍ଦିର ଦର୍ଶନ କରାଇଥିଲେ। ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି।
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକର ଆରୁହା ଗ୍ରାମରେ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମା’ଙ୍କ ଦର୍ଶନ କରିବାକୁ ନିଜର ସମର୍ଥକ ମାନଙ୍କ ସହ ଯାଇଥିଲେ। କିନ୍ତୁ ଯଜ୍ଞକୁ ଯିବା ପୂର୍ବରୁ କିଛି ଲୋକ ଠେଙ୍ଗା ବାଡି ଧରି ପ୍ରଣବଙ୍କୁ ଅଟକାଇଥିଲେ। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ପ୍ରଣବଙ୍କ ସମର୍ଥକମାନେ ମଧ୍ୟ ଏପରି ଘଟଣାକୁ ପ୍ରତିବାଦ କରିଥିଲେ। ପ୍ରଣବଙ୍କୁ ଅଟକାଇବାକୁ ଆସିଥିବା କିଛି ବ୍ୟକ୍ତି ଠେଙ୍ଗାରେ ପ୍ରଣବଙ୍କ ଗାଡିକୁ ପିଟିବା ଫଳରେ ତାଙ୍କ ଗାଡିର ବନେଟ ଚେପା ହୋଇଯାଇଥିଲା। ଖବର ପାଇ ଜେନାପୁର ଆଇଆଇସି ସେଠାରେ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇ ଥିଲା। ଏହା ପରେ ପ୍ରଣବ ଯଜ୍ଞ ସ୍ଥଳକୁ ଯାଇ ମା’ ଙ୍କ ଦର୍ଶନ କରି ଫେରି ଯାଇଥିଲେ।