ମେଷ : ଅଷ୍ଟମ ଚନ୍ଦ୍ର, ମନରେ ବିରକ୍ତିଭାବ, ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ବ୍ୟବହାର, କଥାବାର୍ତ୍ତାରେ ସଂଯମତା ରକ୍ଷା କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା, ଯାନବାହନ ପ୍ରତି ସତର୍କତା, ମାଲିମକଦ୍ଦମା ଏବଂ ବିବାଦୀୟ ପରିସ୍ଥିତି ଦେଖାଦେବ ।
ଶୁଭ ରଙ୍ଗ : ଧଳା, ହଳଦିଆ ଓ ନାଲି ।
ବୃଷ : ସପ୍ତମ ଚନ୍ଦ୍ର, କର୍ମରେ ଶୁଭଫଳ ମିଳିଲେ ମଧ୍ୟ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ପରିବାରରେ ଉତ୍ତମ ବୁଝାମଣା ରହିବ, ଭାତୃଭଗ୍ନିଙ୍କ ପାଇଁ ଖର୍ଚ୍ଚ ପରିପାରନ୍ତି, ବନ୍ଧୁଙ୍କଠାରୁ ସୁସମ୍ବାଦ ମିଳିବ । ସୁଖାଦ୍ୟ, ସୁବସନ, ଉତ୍ତମ ବସ୍ତ୍ର ପ୍ରାପ୍ତି ହେବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ଅତି ଉତ୍ତମ ହେବ ।
ଶୁଭ ରଙ୍ଗ : ଧଳା ଓ ସିଲ୍ଭର ।
ମିଥୁନ : ଷଷ୍ଠ ଚନ୍ଦ୍ର, ଘାତବାର ଯୋଗୁ ସ୍ୱଜନରେ ମନୋମାଳିନ୍ୟ, ମାନସିକ ଦୁଶ୍ଚିନ୍ତା, ପରିବାରରେ ବିବାଦ ଘଟିପାରେ । କର୍ମରେ ସାମାନ୍ୟ ବାଧା ଘଟିବ ଏବଂ ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । ରାଜନୀତି କ୍ଷେତ୍ରରେ ବିଫଳତାର ସାମନା କରିବାକୁ ପଡ଼ିପାରେ ।
ଶୁଭ ରଙ୍ଗ : ହଳଦିଆ, ଧଳା ଓ ସବୁଜ ।
କର୍କଟ : ପଞ୍ଚମ ଚନ୍ଦ୍ର, କୃଷ୍ଣପକ୍ଷରେ ବିଶେଷ ଶୁଭଫଳ ପ୍ରଦାନ କରିବ ନାହିଁ । ମାନସିକ ଦୁଶ୍ଚିନ୍ତା, ପଡ଼ୋଶୀଙ୍କ ସହ ବନ୍ଧୁତା, ପିତାମାତାଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ବାଣିଜ୍ୟ, ବ୍ୟବସାୟରେ ସାମାନ୍ୟ ଶୁଭଫଳ ମିଳିବ । ସନ୍ତାନମାନଙ୍କ ଶିକ୍ଷା, ଦୀକ୍ଷା ଓ କର୍ମରେ ଖର୍ଚ୍ଚ ହେବାର ଯୋଗ ରହିଛି ।
ଶୁଭ ରଙ୍ଗ : ଧଳା, ସିଲ୍ଭର ।
ସିଂହ : ଚତୁର୍ଥ ଚନ୍ଦ୍ର, ବନ୍ଧୁକୁଳେ ଖର୍ଚ୍ଚ, କିଛି ଅର୍ଥ ପ୍ରାପ୍ତି, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା, ରାଜନୈତିକ ବ୍ୟକ୍ତିଙ୍କ କର୍ମରେ ଉନ୍ନତି, ଜମିଜମା ଓ ସମ୍ପର୍କୀୟଙ୍କ ବିବାଦରେ ପଡ଼ିପାରନ୍ତି । ବିଦ୍ୟାର୍ଥୀମାନେ ସାମାନ୍ୟ ସଫଳତା ପାଇବେ ।
ଶୁଭ ରଙ୍ଗ : ହଳଦିଆ, ଗୋଲାପି ଓ ନାଲି ।
କନ୍ୟା : ତୃତୀୟ ଚନ୍ଦ୍ର ଯୋଗୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ । ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି, ଭାତୃବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି ହେବ । ବାଣିଜ୍ୟ କର୍ମରେ ସଫଳତା ଅର୍ଜନ କରିବେ ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ଆଜି ଦେବତୀର୍ଥ ଦର୍ଶନ ଯୋଗ ରହିଛି ।
ଶୁଭ ରଙ୍ଗ : ଧଳା, ସିଲ୍ଭର ଓ ଆକାଶିଆ ।
ତୁଳା : ଦ୍ୱିତୀୟ ଚନ୍ଦ୍ର ଯୋଗୁ ମନ ବ୍ୟାକୁଳ, ଶରୀରରେ ସାମାନ୍ୟ ପୀଡ଼ା, ବୃଥା ଭ୍ରମଣ ଲାଗି ରହିବ । ମାନସିକ ଅସ୍ଥିରତା, ଆର୍ଥିକ ଠକାମିରେ ପଡ଼ିପାରନ୍ତି । ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ ଏବଂ ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି ।
ଶୁଭ ରଙ୍ଗ : ଧଳା ଓ ସିଲ୍ଭର ।
ବିଛା : ଶ୍ରୀଚନ୍ଦ୍ର ଓ ଅନୁରାଧା ନକ୍ଷତ୍ର ଯୋଗୁ ଅଶୁଭ ଫଳ ମଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବେ । ଧାର୍ମକ କର୍ମରେ ନିଜକୁ ସାମିଲ୍ କରିବେ ଏବଂ ବେଦଗାୟନ କ୍ଷେତ୍ରରେ ସଫଳ ହେବେ ।
ଶୁଭ ରଙ୍ଗ : ନାରଙ୍ଗୀ, ହଳଦିଆ ଓ ନୀଳ ।
ଧନୁ : ଦ୍ୱାଦଶ ଚନ୍ଦ୍ର ଯୋଗୁ ବ୍ୟୟ ବୃଦ୍ଧି, ଦୂରଯାତ୍ରା, ବନ୍ଧୁ ଓ ମିତ୍ର କୁଳେ ଖର୍ଚ୍ଚାନ୍ତ, ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । କୁଟୁମ୍ବେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ ।
ଶୁଭ ରଙ୍ଗ : ହଳଦିଆ, ଧଳା ଓ ନାରଙ୍ଗୀ ।
ମକର : ଏକାଦଶ ଚନ୍ଦ୍ର ଯୋଗୁ ସୁଫଳ ପ୍ରାପ୍ତି ଓ ମନ ପ୍ରଫୁଲ ରହିବ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ ଏବଂ ନୂତନ ଧାତୁ, ବସ୍ତୁ ଲାଭ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ଦୂର ଯାତ୍ରା, ବିଦେଶ ଯାତ୍ରାର ଯୋଗ ରହିଛି । ମିତ୍ର, ବନ୍ଧୁ ଦର୍ଶନ ଲାଭ, ଅନ୍ୟକୁ ଦେଇଥିବା ଧନ ମିଳିପାରେ । ଯାନବାହନ କ୍ରୟ ଯୋଗ ରହିଛି ।
ଶୁଭ ରଙ୍ଗ : ସିଲ୍ଭର ଓ କଳା ।
କୁମ୍ଭ : ଦଶମ ଚନ୍ଦ୍ର ଯୋଗୁ ଆଶାନୁରୂପ ଫଳ ମିଳିବ । ନୂତନ କର୍ମ ପାଇଁ ଉଚ୍ଚ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଗୃହରେ ମଙ୍ଗଳ କର୍ମ କରିପାରନ୍ତି । ଭାତୃଭଗ୍ନିଙ୍କ ସାହାଯ୍ୟ, ସହଯୋଗ ମିଳିପାରେ ଓ ମାଲିମକଦ୍ଦମାରେ ବିଜୟ ଲାଭ କରିପାରନ୍ତି । ଦୂର ଯାତ୍ରା ଶୁଭପ୍ରଦ ହେବ ।
ଶୁଭ ରଙ୍ଗ : ଆକାଶିଆ ଓ କଳା ।
ମୀନ : ନବମ ଚନ୍ଦ୍ର, କୃଷ୍ଣପକ୍ଷ ଯୋଗୁ ବିଶେଷ ଶୁଭଫଳ ମିଳିବ ନାହିଁ । ଧର୍ମ କାର୍ଯ୍ୟରେ ଧନ ବ୍ୟୟ, ପୁତ୍ର ଓ ଦୁହିତାଙ୍କ ପାଇଁ ଖର୍ଚ୍ଚ କରିପାରନ୍ତି କିମ୍ବା ସାମୂହିକ କର୍ମରେ ଯୋଗଦେଇ ପାରନ୍ତି । ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତିତ ହେବେ । ଅର୍ଥ ମିଳିପାରେ ବିଳମ୍ବ ଘଟିବ ଏବଂ ଶରୀରରେ ସାମାନ୍ୟ ପୀଡ଼ା ହୋଇପାରେ ।
ଶୁଭ ରଙ୍ଗ : ଧଳା ଓ ନୀଳ ।
ଜ୍ୟୋତିର୍ବିଦ୍ : ଅନାମିକା,
ଯୋଗାଯୋଗ : ୯୭୭୭୭୧୧୭୩୩