ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ

Published By : Harapriya Sethi | October 11, 2024 8:05 AM

ଜଗତପୁର,୧୧/୧୦: ଫିଲ୍ମ ଷ୍ଟାଇଲରେ ବାଇକ୍‌ରେ ଆସିଲେ ।  କଳି ଝଗଡ଼ା କଲେ ପରେ ଘରୁ ଯୁବକଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ । ସ୍ଥାନୀୟ ଲୋକେ ବିରୋଧ କରି ଅପହରଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଲେ । ଆକ୍ରମଣର ଶିକାର ହୋଇ ଅପହରଣକୁ ଅଟକାଇଲେ । କଟକ ଜିଲ୍ଲା ଜଗତପୁର ଥାନା ନଜରପୁରରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଗୁରୁବାର ରାତି ଅଧରେ କଟକ ମଙ୍ଗଳାବାଗ, ରାଣିହାଟ ଏବଂ ଶଗଡ଼ିଆ ସାହିର କିଛି ଅସାମାଜିକ ଯୁବକଙ୍କ ସହିତ ଏସ୍‌ସିବି ମେଡିକାଲର ମହିଳା ନର୍ସିଂ ଅଫିସର ମିଶି ନଜରପୁର ଗ୍ରାମର ରଶ୍ମୀ ନାମକ ଜଣେ ଯୁବକକୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଅପହରଣ ଯୋଜନା ପଣ୍ଡ ହୋଇଥିଲା । ସମସ୍ତ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ ଧରି ପୋଲିସକୁ ଏହି ଘଟଣା ସମ୍ୱନ୍ଧରେ ଖବର ଦେଇଥିଲେ । ଏହାରି ମଧ୍ୟରେ ଅପହରଣକାରୀଙ୍କ ଆକ୍ରମଣରେ କିଛି ଗ୍ରାମବାସୀ ଗୁରୁତର ହୋଇଥିଲେ । ଖବର ପାଇ ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ସେଠାରେ ପହଞ୍ଚି ୧୦ ଜଣ ଅପହରଣକାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି । ଏହା ସହ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି ପୋଲିସ । 

ସବୁଠାରୁ ବଡ଼କଥା ଏହି ଅପହରଣରେ ଏସ୍‌ସିବି ମେଡିକାଲର ମହିଳା ନର୍ସିଂ ଅଫିସର ମଧ୍ୟ ସାମିଲ୍ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚାପା ଉତେଜନା ଲାଗିଥିବା ବେଳେ ଜଗତପୁର ଥାନାରେ ପ୍ରଥମ ପକ୍ଷ ଏତଲା ପରେ ଘଟଣାର ତଦନ୍ତ କରୁଛି ପୋଲିସ l

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.