ନୟାଗଡ଼, ୧୪।୨: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୁଡୁପାଙ୍ଗି ଗ୍ରାମର ୬୫ ବର୍ଷୀୟ ଗୋକୁଳ ପ୍ରଧାନ ଗତ ୯ ତାରିଖରୁ ନିଖୋଜ ଥିଲେ । ଶନିବାର ସକାଳେ ତାଙ୍କ ଗଳିତ ଶବ ଜଙ୍ଗଲ ଭିତରୁ ଜବତ କରାଯାଇଛି । ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନାନୁସାରେ, ଗୋକୁଳ ଜଙ୍ଗଲ ଜଗିବାକୁ ଗାଁ ଠେଙ୍ଗାପାଳିରେ ଗତ ୯ ତାରିଖରୁ ଯାଇ ଆଉ ଘରକୁ ଫେରି ନଥିଲେ । ସେହି ଦିନଠାରୁ ଗ୍ରାମବାସୀ ଗୋକୁଳକୁ ଖୋଜୁଥିଲେ ।

ଏହା ବି ପଢ଼ନ୍ତୁ... ​​​​​​​ରାତି ପାହିଲେ ଉପାସନାର ପର୍ବ ମହାଶିବରାତ୍ରୀ, ରାତି ୧୦ଟା ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଶନିବାର ସକାଳେ କେତେକ ଲୋକ ଜଙ୍ଗଲ ଭିତରେ ଦୁର୍ଗନ୍ଧ ହେବାରୁ ସେହି ସ୍ଥାନକୁ ଯିବା ପରେ ସେଠାରେ ଶବ ପଡ଼ିଥିବା ଦେଖିଥିଲେ । ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇଥିଲେ । ଶିକାରୀ ଜନ୍ତୁ ମାରିବାକୁ ବିଛାଇଥିବା କରେଣ୍ଟ ତାରରେ ଲାଗି ଗୋକୁଳଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଖବର ଲେଖାହେବା ବେଳକୁ ଘଟଣାସ୍ଥଳକୁ ପୁଲିସ ପହଞ୍ଚିନଥିଲେ ।