ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୋସିଆଲ ମିଡିଆଠାରୁ ଦୂରରେ ଆମେରିକୀୟ କିଶୋର! ୪୪% କମ୍ କଲେ ବ୍ୟବହାର

Published By : Harapriya Biswal | April 24, 2025 6:54 PM

ନୂଆଦିଲ୍ଲୀ,୨୪।୪: ଆଜିକାଲି କିଶୋରଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସୋସିଆଲ ମିଡିଆ ଗଭୀର ପ୍ରଭାବ ପକାଉଛି। ଏନେଇ  Pew Research Center ଦ୍ବାରା ନିକଟରେ କରାଯାଇଥିବା ସର୍ଭେରେ ଏହା ସାମନାକୁ ଆସିଛି। ଆମେରିକାର କିଶୋର ଏବେ ସୋସିଆଲ ମିଡିଆର ପ୍ରଭାବକୁ ନେଇ ପୂର୍ବ ଅପେକ୍ଷା ଅଧିକ ସତର୍କ ହୋଇଯାଇଛନ୍ତି।

ସର୍ଭେରେ ସାମିଲ ପ୍ରାୟ ୪୮% କିଶୋରଙ୍କ ମତରେ ସୋସିଆଲ ମିଡିଆ ତାଙ୍କଠାରୁ ବୟସ୍କ ସାଙ୍ଗଙ୍କ ପାଇଁ କ୍ଷତିକାରକ। ସେଭଳି ୨୦୨୨ ରେ ଏହି ସଂଖ୍ୟା ୩୨% ଥିଲା। ସବୁଠାର ବଡ଼ କଥା ହେଲା ଯେ, ନିଜ ପାଇଁ ଏହି କ୍ଷତିକୁ କେବଳ ୧୪% କିଶୋର ହିଁ ସ୍ବୀକାର କରିଛନ୍ତି। ପ୍ରାୟ ୪୪% କିଶୋରଙ୍କ କହିବା ଅନୁସାରେ, ସୋସିଆଲ ମିଡିଆ ଓ ସ୍ମାର୍ଟଫୋନ୍‌ର ବ୍ୟବହାର କମ୍ କରିଦେଇଛନ୍ତି। ଯାହାକି ଏହି ଆଡକୁ ଇଶାରା କରୁଛି ଯେ, ଏହି ଡିଜିଟାଲ ଦୁନିଆର ପ୍ରଭାବକୁ ନେଇ ସଚେତନତା  ବଢୁଛି।

ଏହି ସର୍ଭେ ୧୩ ରୁ ୧୭ ବର୍ଷ ବୟସର ୧,୩୯୧ କିଶୋର ଓ ତାଙ୍କ ବାପା-ମାଙ୍କ ଭିତରେ ୧୮ ଡିସେମ୍ବରରୁ ୧୦ ଅକ୍ଟୋବର ୨୦୨୪ ଭିତରେ କରାଯାଇଥିଲା। ଏଥିରେ ସୋସିଆଲ ମିଡିଆ ଓ ସ୍ମାର୍ଟଫୋନ୍‌ର ବ୍ୟବହାର  ସମ୍ପର୍କିତ ତାଙ୍କର ରାୟ ଓ ଅନୁଭବକୁ ବୁଝିବାକୁ ଚେଷ୍ଟା କରାଯାଇଥିଲା। ସେଠାରେ ୫୦%ରୁ ଅଧିକ ବାପା-ମା କିଶୋରଙ୍କ ମାନସିକ ସ୍ବାସ୍ଥ୍ୟକୁ ନେଇ ‘ଅଧିକ’ କିମ୍ବା ‘ତାଠାରୁ ଅଧିକ’ ଚିନ୍ତିତ ଅଛନ୍ତି। ସେଭଳି କେବଳ ୩୫% କିଶୋର ନିଜକୁ ନେଇ ଏଭଳି ଚିନ୍ତା ପ୍ରକାଶ କରିଛନ୍ତି। ଝିଅମାନଙ୍କୁ ମାନସିକ ସ୍ବାସ୍ଥ୍ୟକୁ ନେଇ ଚିନ୍ତାର ସ୍ତର ପୁଅଙ୍କ ତୁଳନାରେ ଅଧିକ ରହିଛି। ୪୨% ଝିଅ ଏହାକୁ ଗମ୍ଭୀର ପ୍ରସଙ୍ଗ ବୋଲି ମାନିଛନ୍ତି। ସେଭଳି ଝିଅମାନଙ୍କ ମଧ୍ୟରେ ଏହି ସଂଖ୍ୟା ୨୮% ରହିଛି। ବାପା-ମା’ଙ୍କ ଭିତରେ ମା’ (୬୧%) ବାପା(୪୭%) ରୁ ଅଧିକ ଚିନ୍ତିତ ଦେଖିବାକୁ ମିଳିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.