ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଲୋକସଭାର ଜଣେ ମହିଳା ସଦସ୍ୟ ମଧ୍ୟ ଅଭିଯୋଗ ଲଗେଇଛନ୍ତି। ଭାରତୀୟ ଜନତା ପାର୍ଟି ସାଂସଦ ଫୈନୋଲ କୋନ୍ୟାକ୍ କହିଛନ୍ତି କି, ରାହୁଲ ତାଙ୍କର ଏତେ ପାଖକୁ ଆସି ଯାଇ ଥିଲେ ଯେ, ସେ ଖୁବ୍‌ ଅସହଜ ମନେକରି ଥିଲେ। ଏହାସହ ସେ ଖରାପ ବ୍ୟବହାର କରିଥିବା କଥା ମଧ୍ୟ କହିଛନ୍ତି। ବିଶେଷ କଥା ଏହା କି ଏହି ଅଭିଯୋଗ ଏମିତି ସମୟରେ ଆସିଛି , ଯେତେବେଳେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଆହତ ହେବାର ଖବର ଜୋର ଘରିଛି। ଷଡ଼ଙ୍ଗୀ କହିଥିଲେ କି ରାହୁଲଙ୍କ ଧକ୍କା କାରଣରୁ ସେ ଖସି ପଡ଼ି ଥିଲେ।

ନାଗାଲାଣ୍ଡରୁ ବିଜେପି ସାଂସଦ କୋନ୍ୟାକ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ ରୁଜୁ କରାଇଛନ୍ତି। ସେ ଚିଠିରେ କହିଛନ୍ତି , ମୁଁ ମକର ଦ୍ୱାର ପାଖରେ ହାତରେ ଏକ ପ୍ଲାକାର୍ଡ ଧରି ସିଡ଼ିର ପୂରା ତଳେ ଠିଆ ହୋଇ ଥିଲି। ସୁରକ୍ଷାକର୍ମୀମାନେ ଅନ୍ୟ ଦଳର ମାନନୀୟ ସାଂସଦଙ୍କ ଯିବାକୁ ଏକ ରାସ୍ତା ପ୍ରସ୍ତୁତ କରିଥିଲେ। ହଠାତ୍‌ ବିରୋଧୀ ନେତା ରାହୁଲ ଗାନ୍ଧୀ ଅନ୍ୟ ପାର୍ଟିର ସଦସ୍ୟଙ୍କ ସହ ରାସ୍ତା ଥିବା ସତ୍ତ୍ୱେ ମୋ ସାମ୍ନାରେ ଠିଆ ହୋଇ ଗଲେ। 

ସେ କହିଛନ୍ତି , ସେ ମୋ ସହ ଖୁବ୍‌ ଉଚ୍ଚ ସ୍ୱରରେ ଖରାପ ବ୍ୟବହାର କଲେ । ଆଉ ଏତେ ପାଖକୁ ଆସି ଗଲେ ଯେ ଜଣେ ମହିଳା ସଦସ୍ୟ ଭାବେ ଖୁବ୍ ଅସହଜ ଅନୁଭବ ହେଲା। ସେ ଆହୁରି ଲେଖିଛନ୍ତି , କୌଣସି ବି ସାଂସଦଙ୍କୁ ଏମିତି ବ୍ୟବହାର କରିବା ଉଚିତ୍‌ ନୁହେଁ । ସେ ଲେଖିଛନ୍ତି, ମୁଁ ନାଗାଲ୍ୟାଣ୍ଡର ଏସଟି  ସଂପ୍ରଦାୟର। ଜଣେ ମହିଳା ସଦସ୍ୟ। ମୋର ଆତ୍ମସମ୍ମାନରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବହୁତ ହାନି କରିଛନ୍ତି।