ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସ୍କ୍ୱାଡ ଗ୍ରୁପ୍‌ରେ ସାମିଲ ପାଇଁ ଭାରତକୁ ଫିଲିପାଇନ୍ସର ଆହ୍ୱାନ୍, ଦକ୍ଷିଣ ଚୀନ୍‌ ସାଗରରେ ଡ୍ରାଗନକୁ ରୋକିବା ଉଦ୍ଦେଶ୍ୟ

Published By : Prameya | March 21, 2025 2:24 PM

ନୂଆଦିଲ୍ଲୀ,୨୧/୦୩: ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ବିସ୍ତାରବାଦୀ ନୀତିର  ମୁକାବିଲା ଲାଗି ଭାରତ ଓ ଦକ୍ଷିଣ କୋରିଆକୁ ‘ସ୍କ୍ୱାଡ ଗ୍ରୁପ’ରେ ସାମିଲ ହେବା  ପାଇଁ ଫିଲିପାଇନ୍ସ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ଫିଲିପାଇନ୍ସ ସେନାର ଚିଫ୍‌  ଅଫ୍‌ ଷ୍ଟାଫ ଜେନେରାଲ ରୋମିୟୋ ବ୍ରାନର ରାୟସିନା ବକ୍ତୃତାରେ ସାମିଲ ହେବା  ପାଇଁ ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଏଠାରେ ନିଜ ବକ୍ତବ୍ୟ ରଖି ସେ  ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ରଣନୀତିକୁ ଘୋର ବିରୋଧ କରିଥିଲେ । 

ସେ  କହିଥିଲେ କି ଚୀନ୍‌ ଦକ୍ଷିଣ ଚୀନ୍‌ ସାଗରରେ ୩ଟି କୃତ୍ରିମ ଦ୍ୱୀପ ନିର୍ମାଣ କରୁଛି ।  ଏଥିସହ ମିସ୍‌ଚିପ୍‌ ରିଫରେ ବାୟୁ ପ୍ରତିରକ୍ଷା ଏବଂ ମିସାଇଲ ବ୍ୟବସ୍ଥା ଲାଗି ୨.୭  କିଲୋମିଟର ବ୍ୟାପୀ ରନ୍‌ୱେ ବି ପ୍ରସ୍ତୁତ କରୁଛି। ଏହାଦ୍ୱାରା ଭାରତ ସମେତ ଅନ୍ୟ  ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି ହେବ । ସେମାନଙ୍କ ଉପରେ ଚୀନ୍‌ ସବୁବେଳେ  ନଜର ରଖିବ । ଯଦି ଚୀନ୍‌କୁ ରୋକା ନ ଯାଏ, ତେବେ ସମଗ୍ର ଦକ୍ଷିଣ ଚୀନ୍‌ ସାଗର  ଚୀନ୍‌ ନିୟନ୍ତ୍ରଣକୁ ଚାଲିଯିବ । ଚୀନ୍‌ ତାଇୱାନ୍‌ ଷ୍ଟ୍ରେଚ୍‌ରେ ବି ନିଜ ହକ୍‌ ଜାହିର କରୁଛି । ଯାହା ଅନ୍ତର୍ଜାତୀୟ ମାନଦଣ୍ଡର ଉଲ୍ଲଂଘନ କରୁଛି । ତେବେ ଏହା ଉପରେ  ଭାରତ, ଦକ୍ଷିଣ କୋରିଆ ଓ ଚୀନ୍‌ ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.