ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାମରେ ସାଇବର ଠକେଇ ଅଭିଯୋଗ, ଆସୁଛି ଫୋନ୍‌ କଲ୍

Published By : Harapriya Sethi | November 7, 2024 7:20 AM

କନ୍ଧମାଳ,୦୭/୧୧: କନ୍ଧମାଳ ଜିଲ୍ଲାରେ ବିଭିନ୍ନ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନିକଟକୁ ଆସୁଛି ଫୋନ କଲ୍ । ପରୀକ୍ଷାରେ ଅଧିକ ନମ୍ବର ଦେବା ସହ ପାସ କରିଦେବା ପାଇଁ ଫୋନ କରି ବିଭିନ୍ନ ପେମେଣ୍ଟ ଆପ୍‌ ଯଥା ଗୁଗୁଲ୍ ପେ, ଫୋନ୍ ପେ କିମ୍ବା ଜନ ସେବା କେନ୍ଦ୍ର ମଧ୍ୟରେ ପାଞ୍ଚ ହଜାର ଟଙ୍କା ମାଗିଥିବା ନଜରକୁ ଆସିଛି ।

ସୂଚନା ମୁତାବକ, ଫୁଲବାଣୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥଙ୍କ ନାମରେ ସାଇବର ଠକ ଛାତ୍ରଛାତ୍ରୀ ମାନଙ୍କୁ ଫୋନ କରି ଟଙ୍କା ମାଗୁଛନ୍ତି । ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷର ପରୀକ୍ଷା ଆସନ୍ତା ଫେବୃୟାରୀ ମାସରେ ହେବାକୁ ଥିବା ବେଳେ, ପ୍ରାକ୍ଟିକାଲ୍ ଓ ଥିଓରୀରେ ମାର୍କ ବଢେଇବା ସହ ଅଧିକ ନମ୍ବର ଦିଆଯିବ । ସେଥିପାଇଁ ସନ୍ଧ୍ୟା ଭିତରେ ଫୋନ ପେ କିମ୍ବା ଜନ ସେବା କେନ୍ଦ୍ର ରେ ଶୀଘ୍ର ପାଞ୍ଚ ହଜାର ଟଙ୍କା ଦିଅ । ସେହିଭଳି ଜିଲ୍ଲାର ବିଭିନ୍ନ କଲେଜ୍‌ର ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଫୋନ କଲ୍‌ ଯାଇଛି । ଏହି ଫୋନ୍‌ କଲ୍‌ ପରେ, ଅବିଭାବକ ମାନେ ସତ୍ୟତା ଜାଣିବା ପାଇଁ କଲେଜ୍ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ଏହା ସାଇବର ଠକେଇ ଜାଣିବା ପରେ, ମହାବିଦ୍ୟାଳୟ ଅଧକ୍ଷ ଜ୍ୟୋତି ପ୍ରକାଶ ରଥ ଏବଂ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅବିଭାବକ ଫୁଲବାଣୀ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏହି କଲ୍‌ ଗୋଟିଏ ନମ୍ବରରୁ ଆସୁଥିବା ବେଳେ, ଜଣେ ହିଁ ବ୍ୟକ୍ତି ଫୋନ କରୁଥିବା ଜଣାପଡ଼ିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.