ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫୁଲବାଣୀ ଡାକ୍ତରଖାନାରେ ଶିଶୁ ଅଦଳବଦଳ: ପୁଅ ପରିବର୍ତ୍ତେ ଝିଅ ଦେଇଥିଲେ, ଧରାପଡ଼ିବା ପରେ ତ୍ରୁଟି ସୁଧାରିଲେ

Published By : Prameya | October 28, 2024 8:28 AM

ଫୁଲବାଣୀ,୨୮/୧୦: କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଶିଶୁ ଅଦଳବଦଳ ହୋଇଛି । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ତ୍ରୁଟିରୁ ଏଭଳି  ଅଭାବନୀୟ ଘଟଣା ଘଟିଛି । ତଦନ୍ତରୁ ତ୍ରୁଟି ଧରାପଡ଼ିବା ପରେ ମା’କୋଳକୁ ଫେରିଛି ପୁଅ ।  

ଅଭିଯୋଗ ଅନୁଯାୟୀ, ଶୁକ୍ରବାର ରାତିରେ ଫୁଲବାଣୀ କାଚରା ସାହିର ଦୀପକ ଖଟୁଆଳଙ୍କ ସ୍ତ୍ରୀ ଲିଜା ଏକ ସନ୍ତାନ  ଜନ୍ମ ଦେଇଥିଲେ । ତାଙ୍କର ପୁଅ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଥିଲେ । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ  ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା । ରବିବାର ସକାଳେ  ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କହି ବ୍ରହ୍ମପୁର ନେବା  ପାଇଁ ପରାମର୍ଶ ଦିଆଯାଇଥିଲା । ଏହାପରେ ଦୀପକ ଏବଂ ଲିଜା ଶିଶୁକୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ ମେଡିକାଲକୁ  ନେଇଯାଇଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ବେଳେ ଶିଶୁଟି  ଝିଅ ବୋଲି ଜଣାପଡ଼ିଥିଲା । ଏହା ଜାଣିବା ପରେ ପରିବାର ଲୋକଙ୍କ ଅକଲଗୁଡ଼ମ ହୋଇଯାଇଥିଲା । 

ପୁଅ କେମିତି ଝିଅ  ହେଲା ବୋଲି ଭାବି ସେମାନେ ଚିନ୍ତାରେ ପଡ଼ିଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ସମ୍ପର୍କୀୟମାନେ ଫୁଲବାଣୀ ଡାକ୍ତରଖାନାରେ ପହଞ୍ଚି ତନାଘନା କରିଥିଲେ । ଏହାକୁ  ନେଇ ଡାକ୍ତରଖାନାର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାପା  ଉତ୍ତେଜନା ସୃଷ୍ଟି ହୋଇଥିଲା । ଟାଉନ୍‌ ପୁଲିସ ପହଞ୍ଚି ସ୍ଥିତି  ସମ୍ଭାଳି ଥିଲା । ରେଜିଷ୍ଟାର ଯାଞ୍ଚ ବେଳେ ଶିଶୁକନ୍ୟା ରାଇକିଆ  ବାଲିଗାଡା ଅଞ୍ଚଳର କିରଣ ପ୍ରଧାନ ଓ ଶାମୁକା ପ୍ରଧାନଙ୍କର  ବୋଲି ଜଣାପଡ଼ିଥିଲା । ଶାମୁକା ଶୁକ୍ରବାର କ. ନୂଆଗାଁ  ଡାକ୍ତରଖାନାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ।  ଶିଶୁର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ତାକୁ ଫୁଲବାଣୀ ମୁଖ୍ୟ  ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।   

ଶିଶୁ ଅଦଳବଦଳ ହୋଇଥିବା ସ୍ପଷ୍ଟ ହେବା ପରେ ତ୍ରୁଟି  ସୁଧାରିବାକୁ ପ୍ରୟାସ କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ ।  କିରଣ ଓ ଶାମୁକାଙ୍କୁ ଝିଅକୁ ଆଣିବା ପାଇଁ ବ୍ରହ୍ମପୁର  ପଠାଯାଇଛି । ସେହିପରି ଦୀପକ ଏବଂ ଲିଜା ସନ୍ଧ୍ୟାରେ  ଫୁଲବାଣୀ ଫେରି ପୁଅକୁ ପାଇଛନ୍ତି । ଶିଶୁପୁତ୍ରର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁ ନ ଥିବାରୁ ତାକୁ ବ୍ରହ୍ମପୁର  ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.