ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ

Published By : Harapriya Sethi | October 4, 2024 12:55 PM

ଗୁଣପୁର,୦୪/୧୦: ବିଳମ୍ବିତ ରାତ୍ରିରେ ଶାଳ କାଠ ଚୋରା ଚାଲାଣ ବେଳେ ମାଡି ବସିଲା ବନବିଭାଗ । ଏକ ପିକ୍‌ଅପ୍‌ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଦୁଇ ଜଣ ଶାକରବାଜୁ ଗାଁର ଜୟନ୍ତ ପାଲକା, ସାଇବ ଗାଣ୍ଟା ବୋଲି ଜଣାପଡ଼ିଛି । ରାୟଗଡ଼ା ଜିଲ୍ଲା ଗୁଡାରି ରେଞ୍ଜ୍ କାରାସିଂ ଛକରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲାରେ ଶାଳ କାଠ ଚୋରା ଚାଲାଣ ହେଉଥିବା ନେଇ ପୂର୍ବରୁ ଖବର ପାଇଥିଲା ବନବିଭାଗ । ଖବର ପାଇ ଗୁଡାରି ରେଞ୍ଜ୍ କାରାସିଂ ଛକରେ ପେଟ୍ରୋଲିଂ କରିଥିଲା । ଏହି ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ୨୫ ଟି ଶାଳ କାଠ ଚାଲାଣ ହେଉଥିବାର ଦେଖି ଗାଡିକୁ ଅଟକାଇ ପଚରାଉଚୁରା କରିଥିଲା । ପରେ ଏହି ବେଆଇନ କାଠ ଚାଲାଣରେ ବ୍ୟବହାର କରାଯାଇଥିବା ଗାଡ଼ିକୁ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି ବନବିଭାଗ । ଦୁଇ ଜଣକୁ ଗିରଫ କରି ଗୁଣପୁର  କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.