ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଗଲା ପିକଅପ୍‌, ଗାଡ଼ି ଛାଡ଼ି ଡ୍ରାଇଭର ଫେରାର

Published By : Harapriya Sethi | February 6, 2025 8:26 AM

ଭୁବନେଶ୍ୱର,୦୬/୦୨: ଶରତରୁ କପ୍ତିପଦା ଅଭିମୁଖେ ଆସୁଥିଲା ପିକଅପ୍‌ ଗାଡ଼ି । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଖରୀ ପିତରକୁ ପଶିଗଲା ଗାଡ଼ି । ଘଟଣା ସ୍ଥଳରେ ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ତେନ୍ତୁଳିସାହି ଗ୍ରାମରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଷୋଡ଼ଶ ଅର୍ଥ କମିଶନ, ରାଜ୍ୟର ପ୍ରମୁଖ ଅଧିକାରୀଙ୍କ ସହ କରିବେ ଆଲୋଚନା

ସୂଚନା ମୁତାବକ, ଏକ ପିକଅପ୍‌ ଗାଡ଼ି ଶରତରୁ କପ୍ତିପଦା ଅଭିମୁଖେ ଆସୁଥିଲା । ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଖରୀ ଭିତରକୁ ଗାଡ଼ିଟି ପଶି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ କପ୍ତିପଦା ପୋଲିସ ପହଞ୍ଚିଥିଲା । ହେଲେ ଏହାରି ଭିତରେ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରେ କପ୍ତିପଦା ପୋଲିସ ପହଞ୍ଚି ଗାଡ଼ିଟିକୁ ଜବତ କରି ତଦନ୍ତ ଚଳାଇଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.