କେନ୍ଦୁଝର ୨୪/୦୭: କେନ୍ଦୁଝରରେ ଅଜଣା ଗାଡ଼ି ଧକ୍କାରେ ଦନ୍ତା ହାତୀ ଗୁରୁତର । ୬ ଟିକିଆ ହାତୀ ପଲ ରାସ୍ତା ପାର୍ ହେବା ବେଳେ ଧକ୍କା ଦେଲେ ଅଜଣା ଗାଡ଼ି। ହାତୀକୁ ଧକ୍କା ଦେବା ପରେ ଗାଡ଼ି ସହ ଚାଳକ ଫେରାର ହୋଇଯାଇଛି। ଘଟଣସ୍ଥଳାରେ ବନ ଅଧିକାରୀ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ପ୍ରାୟ ରାତି ୩.୦୦ଟା ସମୟରେ ୬ଟିକିଆ ହାତୀ ପଲ ୧ଟି ପୂର୍ଣ୍ଣବୟସ୍କ ନର ହାତ, ୨ଟି ମାଈହାତୀ ଓ ୩ଟି ଛୁଆ ରାସ୍ତା ପାର୍ ହେଉଥିଲେ ଥିଲେ। ଏହି ହାତୀ ପଲ ସଦର ରେଞ୍ଜର ବଡ଼ପଶି ଠାରେ ୨୦ ନମ୍ବର ଜାତୀୟ ରାଜପଥ ନିକଟରେ ପ୍ରାୟ ୧୫ ବର୍ଷ ବୟସର ଏକ ଉପ-ପୂର୍ଣ୍ଣବୟସ୍କ ନର ହାତୀକୁ ଏକ ପିକ୍-ଅପ୍ ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ ହାତୀର ପଛ ଗୋଡ଼ରେ ଆଘାତ ଲାଗିଥିଲା। ଫଳରେ ପଛ ଗୋଡ଼ରେ ଓଜନ ବହନ କରିବାରେ ଅସୁବିଧା ହେଉଥିବାରୁ ହାତୀଟି ଛୋଟେଇ ଛୋଟେଇ ଚାଲୁଛି । ହାତୀର ଶରୀରରେ କୌଣସି ବଡ଼ କ୍ଷତ କିମ୍ବା  ହାଡ଼ ଭାଙ୍ଗିବାର ଲକ୍ଷଣ ନଥିବା ଡିଫଓ ସୂଚନା ଦେଇଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଏକ ପିକ୍-ଅପ୍ ଗାଡ଼ିର ସାମ୍ନା ବମ୍ପର ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ :- ଶ୍ରୀମନ୍ଦିର ପରମ୍ପରା ଓ ଐତିହ୍ୟ ସୁରକ୍ଷା ଦିଗରେ ବଡ଼ ସଫଳତା, ଆଉ ୫ ଶବ୍ଦକୁ ଟ୍ରେଡ୍ ମାର୍କ ଅନୁମୋଦନ

ଡିଫଓଙ୍କ ସହ ପଶୁ ଚିକିତ୍ସକ ଦଳ, ବାୟୋଲଜିଷ୍ଟ, ସହକାରୀ ବନ ସଂରକ୍ଷକ (ACF) ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀକୁ ଡାର୍ଟ ମାଧ୍ୟମରେ ଦୁଇ ଡୋଜ୍ ବେଦନାନାଶକ ଔଷଧ ଦିଆଯାଇଛି। ବର୍ତ୍ତମାନ ହାତୀଟି ଅଧିକ ସକ୍ରିୟ ଅଛି ଏବଂ ଦ୍ରୁତ ସୁସ୍ଥ ହେଉଥିବାର ଲକ୍ଷଣ ଦେଖାଯାଉଛି।ଓୟୁଏଟି (OUAT) ଏବଂ ନନ୍ଦନକାନନର ବିଶେଷଜ୍ଞ ପଶୁ ଚିକିତ୍ସକମାନଙ୍କ ସହ ପରାମର୍ଶ କରାଯାଉଛି। ବର୍ତ୍ତମାନ ହାତୀଟି ଜାତୀୟ ରାଜପଥ-୨୦ରୁ ପ୍ରାୟ ୧୦୦ ମିଟର ଦୂରରେ ଜଙ୍ଗଲ ଭିତରକୁ ଚାଲିଯାଇଛି।