ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପଥଚାରୀଙ୍କ ଉପରେ ମାଡ଼ିଗଲା ପିକଅପ୍ ଭ୍ୟାନ୍, ଜଣେ ମୃତ, ୨ ଗୁରୁତର

Published By : Rasmita Pradhan | December 20, 2024 12:06 PM

ଭବାନୀପାଟଣା, ୨୦/୧୨ : ପଥଚାରୀଙ୍କ ଉପରେ ମାଡ଼ିଗଲା ପିକଅପ୍ ଭ୍ୟାନ୍। ଜଣେ ମୃତ, ୨ ଗୁରୁତର। ଭବାନୀପାଟଣା ୨୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନାନୁଯାୟୀ, ଭବାନୀପାଟଣା ୨୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ୩ ଜଣ ପଥଚାରୀ ଚାଲିଚାଲି ଯାଉଥିଲେ। ଏତିକି ବେଳେ ତାଙ୍କ ଉପରେ ଏକ ପିକଅପ୍ ଭ୍ୟାନ୍ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଵୃଦ୍ଧାଙ୍କର ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.